/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649900200.jpg)
KGF Chapter 2 movie
ରିଲିଜ୍ ହୋଇଛି ଦଶନ୍ଧି ବଡ଼ ସିନେମା କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ । ୬ ହଜାରରୁ ଅଧିକ ହଲ୍ରେ ରିଲିଜ୍ ହୋଇଥିବା ସିନେମା ପ୍ରଥମ ଦିନରେ ହିଁ ୫୦ କୋଟିରୁ ଅଧିକ ବିଜନେସ୍ କରିଛି । କ୍ରେଜ୍ କେବଳ ଦକ୍ଷିଣ ଭାରତରେ ସୀମିତ ରହିନି, ଭୁବନେଶ୍ୱରରେ ରାତି ୩ଟାରୁ ଲୋକେ ହାଉସ୍ଫୁଲ୍ ଶୋ’ କୁ ଉପଭୋଗ କରିଛନ୍ତି ।
ଯେଉଁ ସମୟରେ ପୁରା ରାଜଧାନୀ ଶୋଇଛି ସେହି ସମୟରେ ସିନେମା ଦେଖିବାକୁ ଆସିଛନ୍ତି ଲୋକେ । ଭୁବନେଶ୍ୱରରେ ରାତି ୩ଟାରୁ ଆରମ୍ଭ ହୋଇଛି କେଜିଏଫ୍୨ର ଶୋ’ । ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ରାଜଧାନୀକୁ ଆସି ପହଞ୍ଚିଛନ୍ତି ।
ପ୍ରଥମ ଥର ପାଇଁ ରାଜ୍ୟରେ ରାତି ୩ଟାରେ ଫିଲ୍ମ ରିଲିଜ୍ ହୋଇଛି । କେଜିଏଫ୍କୁ ନେଇ ଲୋକଙ୍କ ଭିତରେ ବହୁ ଉତ୍ସାହ ରହିଥିବାରୁ ପ୍ରଥମ ଦିନରୁ ହିଁ ଜଣାପଡ଼ିଛି । ବିଶେଷ ଭାବେ ୟୁଥ୍ମାନେ ଫିଲ୍ମ ଦେଖିବାକୁ ହଲ୍ରେ ପହଞ୍ଚିଛନ୍ତି । ପରିସ୍ଥିତି ଏପରି ବି ହୋଇଛି କି କିଛି ଲୋକେ ଟିକେଟ୍ ପାଇନାହାନ୍ତି ତଥାପି ସିନେମା ଦେଖିବାକୁ ହଲ୍ ସମ୍ମୁଖରେ ଅପେକ୍ଷା କରି ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)