Advertisment

ଭାରତୀୟ ସିନେମାକୁ ଆଗକୁ ନେବାର ଅଛି; ପରସ୍ପର ସହ ନ ଲଢି ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ହେବ: ୟଶ୍

ଜଣେ ଷ୍ଟାର୍‌ ଯେଉଁ ଶିଳ୍ପରୁ ଆସୁନା କାହିଁକି, ଆପଣମାନେ ତାଙ୍କୁ ସମର୍ଥନ କରିବାକୁ ୟଶ୍‌ କହିଛନ୍ତି। ଏହା ଦ୍ୱାରା ଆମେ ଆମର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ବଡ଼ କରିବାକୁ ସମର୍ଥ ହେବା। ପରସ୍ପର ସହ ଲଢିବା ପରିବର୍ତ୍ତେ ଆମକୁ ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ହେବ ବୋଲି ସେ କହିଛନ୍ତି।

author-image
Pramod Behera
Yash  talked about kgf success

Yash talked about kgf success

ଦୀର୍ଘ ସମୟ ଅପେକ୍ଷା ପରେ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର 'କେଜିଏଫ୍ ୨' ବଡ ପରଦାରେ କମାଲ କରୁଛି। ଏହି ଚଳଚ୍ଚିତ୍ରରେ ସାଉଥ୍ ସୁପର୍‌ଷ୍ଟାର୍ ୟଶ୍ ରକୀ ଭାଇ ଭୂମିକାରେ ଅଭିନୟ କରୁଥିବା ବେଳେ ଶ୍ରୀନିଧି ଶେଟ୍ଟି ରେନା ଭୂମିକାରେ ନଜର ଆସିଛନ୍ତି। ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ଭିଲେନ୍ ଭାବରେ ଦେଖିବାକୁ ମିଳିଛି।

Advertisment

ଚଳଚ୍ଚିତ୍ରର ପ୍ରଥମ ଭାଗ ଲୋକଙ୍କ ହୃଦୟରେ ଦ୍ୱିତୀୟ ଭାଗ ପାଇଁ ଏତେ କ୍ରେଜ୍ ସୃଷ୍ଟି କରିଥିଲା ​​ଯେ ଦର୍ଶକମାନେ 'KGF 2' ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏପରି ପରିସ୍ଥିତିରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଚରିତ୍ର ବିଷୟରେ ଜାଣିବାକୁ ନିଶ୍ଚିତ ଆଗ୍ରହୀ। ତେବେ ଆସନ୍ତୁ ଜାଣିବା 'କେଜିଏଫ୍'ର ରକୀ ଭାଇ ଫିଲ୍ମକୁ ନେଇ କ’ଣ କୁହନ୍ତି।

କେମିତି ହେଲେ ବଡ ଷ୍ଟାର୍:

ୟଶ ଫିଲ୍ମର ସଫଳତାକୁ ନେଇ କୁହନ୍ତି ଯେ “କେବଳ ମୁଁ ନୁହେଁ, କେହି ବି ଷ୍ଟାର୍ ସେତେବେଳେ ହୁଏ ଯେତେବେଳେ ଦର୍ଶକ ସେମାନଙ୍କ ଫିଲ୍ମକୁ ଭଲ ପାଆନ୍ତି। ଯଦି ଦର୍ଶକ କୌଣସି ଏକ ଷ୍ଟାରଙ୍କ ଫିଲ୍ମକୁ ଦେଖିବା ପାଇଁ ଥିଏଟରକୁ ଯାଆନ୍ତି ଏବଂ ସିଟି ମାରନ୍ତି ସେତେବେଳେ ଆମ ଭଳି ଲୋକ ଷ୍ଟାର୍ ହୁଅନ୍ତି। ମୁଁ ଭାବୁଛି ଦର୍ଶକମାନେ କେବଳ ମୋ ପାଇଁ ନୁହେଁ ଅନ୍ୟ ଷ୍ଟାର୍‌ମାନଙ୍କ ପାଇଁ ମଧ୍ୟ ଏମିତି କରିବା ଉଚିତ। ଜଣେ ଷ୍ଟାର୍‌ ଯେଉଁ ଶିଳ୍ପରୁ ଆସୁନା କାହିଁକି, ଆପଣମାନେ ତାଙ୍କୁ ସମର୍ଥନ କରିଚାଲନ୍ତୁ। ଏହା ଦ୍ୱାରା ଆମେ ଆମର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ବଡ଼ କରିବାକୁ ସମର୍ଥ ହେବା। ପରସ୍ପର ସହ ଲଢିବା ପରିବର୍ତ୍ତେ ଆମକୁ ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ପଡିବ ବୋଲି ସେ କହିଛନ୍ତି।

Advertisment

ୟଶ ତାଙ୍କ ଦର୍ଶକଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, “ଧନ୍ୟବାଦ ଆପଣଙ୍କ ହେତୁ ମୋ ଭଳି ଲୋକମାନେ ଏଠାରେ ପହଞ୍ଚି ପାରିଛନ୍ତି। ଅନ୍ୟଥା ଛୋଟ ସହରରୁ ଆସି ଛୋଟ କାମ କରି କେହି ବଡ ହୋଇପାରିବେ ନାହିଁ। କେବଳ ଆପଣଙ୍କ ପାଇଁ ଆମେ ବଡ଼ ଅଟୁ।” ୟଶଙ୍କୁ ତାଙ୍କ ଚଳଚ୍ଚିତ୍ର 'କେଜିଏଫ୍' ଏକ ପ୍ୟାନ୍ ଇଣ୍ଡିଆ ଷ୍ଟାର୍ କରିଦେଇଛି। ଦର୍ଶକଙ୍କଠାରୁ ମିଳିଥିବା ଭଲପାଇବା ଯୋଗୁଁ ସେ ସମଗ୍ର ଭାରତରେ ନିଜର ପରିଚୟ ପାଇଛନ୍ତି।

ସମଗ୍ର ଭାରତରେ 'କେଜିଏଫ୍'ର ସଫଳତାକୁ ନେଇ ରକୀ ଭାଇ ଭାରତୀୟଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, “ଆମକୁ ଗ୍ରହଣ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା। ଆମେ ଜାଣୁ କେତେ ପ୍ରେମ ଏବଂ ସମ୍ମାନ ଆମେ ପାଇଛୁ। ଆମେ ସମସ୍ତେ ଏହାର ମହତକୁ ଜାଣୁ ଏବଂ ଏହାକୁ ଜୀବନ୍ତ ରଖିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ। ଆମେ ସମସ୍ତେ କଠିନ ପରିଶ୍ରମ ଏବଂ ନିଷ୍ଠାର ସହିତ ଭଲ କାମ କରି ଦର୍ଶକଙ୍କୁ ମନୋରଞ୍ଜନ କରିବା ଜାରି ରଖିବୁ।”

KGF Chapter 2 Yash Bollywood
Advertisment
Advertisment