• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରଣବୀର କପୁର-ଆଲିଆ ଭଟ୍ଟଙ୍କୁ ବିବାହର ଅନେକ ଅନେକ ଶୁଭେଚ୍ଛା । କପୁର ପରିବାରରେ ଆଉ ଏକ ସୁନ୍ଦର ଚେହେରାର ଏଣ୍ଟ୍ରି ହୋଇଛି । ବଲିଉଡ କ୍ୟୁଟ୍‌ ଗାର୍ଲ ଆଲିଆ ଭଟ୍ଟ ଏବେ ମିସେସ୍‌ ରଣବୀର କପୁର ହୋଇସାରିଛନ୍ତି । ଏପ୍ରିଲ ୧୪ରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରିତୀନିତୀ ଅନୁସାରେ ବିବାହ କରିଛନ୍ତି । ଫ୍ୟାନ୍ସ ଏବଂ ସେଲିବ୍ରିଟି ରଣବୀର-ଆଲିଆଙ୍କୁ ଏକ ନୂତନ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ନବ ବିବାହିତ ଦମ୍ପତିଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଅନ୍ୟପଟେ ବିବାହ ପରେ ମିଡିଆ ସାମ୍ନାକୁ ଆସିଥିଲେ ବଲିଉଡ୍‌ର ଏହି କ୍ୟୁଟ୍‌ କପଲ । ଆଉ ମଜାଳିଆ-ରୋମାଣ୍ଟିକ୍ ଅନ୍ଦାଜରେ ଆଲିଆଙ୍କୁ କୋଳରେ ଉଠାଇନେଲେ ରଣବୀର । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଏବେ ରଣବୀର-ଆଲିଆଙ୍କୁ ନେଇ ଢ଼େର ଚର୍ଚ୍ଚା । ଫେସ୍‌ବୁକ୍‌ ଟ୍ୱିଟରରେ ସତେ ଯେମିତି, ବଲିଉଡ୍‌ର ଏହି କ୍ୟୁଟ୍‌ କପୁଲ ପୁରା କବ୍‌ଜା କରିନେଇଛନ୍ତି । ଟ୍ୱିଟରରରେ ରଣବୀର-ଆଲିଆଙ୍କୁ ନେଇ ଅନେକ ହାସଟ୍ୟାଗ୍‌ ଏବେ ଟ୍ରେଣ୍ଡ କରୁଛି ।

Ranveer - AliaRanveer - Alia

ଅନ୍ୟପଟେ ରଣବୀର-ଆଲିଆଙ୍କ ବିବାହ ଖୁବ୍‌ କମ୍‌ ଲୋକଙ୍କ ଉପସ୍ଥିତିରେ ହୋଇଥିବା ବେଳେ ଏବେ ତାଙ୍କର ବିବାହ ରିସେପ୍‌ସନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଏହା ପରେ ମଧ୍ୟ ବିରାମ ଲଗାଇଛନ୍ତି କୋରିଓଗ୍ରାଫର ଜିତେନ୍ଦ୍ର ସିଂହ ତଥା ମାଷ୍ଟରଜୀ । ବଲିଉଡ୍‌ ଇଣ୍ଡଷ୍ଟ୍ରୀରୁ ଖୁବ୍‌ କମ୍‌ ଲୋକଙ୍କୁ ରଣବୀର ଆଲିଆଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ରହିଥିଲା । ତେବେ ବିବାହ ସରିବା ପରେ ସନ୍ଧ୍ୟାରେ ଆଲିଆ ଓ ରଣବୀର ମିଡିଆ ସମ୍ମୁଖକୁ ଆସିଥିଲେ ।

Ranveer - AliaRanveer - Alia

ଏହା ପୂର୍ବରୁ ସେମାନଙ୍କର ରିସେପ୍‌ସନ୍‌ ଭୋଜିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଥିଲା କି ଉଭୟ ଦୁଇଟି ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ । ଏଥିରେ ପିଲ୍ମ ଦୁନିଆର ଅନେକ ସେଲିବ୍ରିଟି ସାମିଲ ହେବେ । କିନ୍ତୁ ଏହି ଚର୍ଚ୍ଚାରେ ବିରାମ ଦେବାକୁ ଚେଷ୍ଟା କରିଛନ୍ତି କୋରିଓଗ୍ରାଫର ରାଜେନ୍ଦ୍ର ସିଂହ ତଥା ମାଷ୍ଟର ଜୀ । ସେ କହିଛନ୍ତି ବିବାହ ପରେ କୌଣସି ପ୍ରକାର ରିସେପ୍‌ସନ୍ ଭୋଜିର ଯୋଜନା ନାହିଁ ।