• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

ରିଲିଜ୍ ହୋଇଛି ଦଶନ୍ଧି ବଡ଼ ସିନେମା କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ । ୬ ହଜାରରୁ ଅଧିକ ହଲ୍ରେ ରିଲିଜ୍ ହୋଇଥିବା ସିନେମା ପ୍ରଥମ ଦିନରେ ହିଁ ୫୦ କୋଟିରୁ ଅଧିକ ବିଜନେସ୍ କରିଛି । କ୍ରେଜ୍ କେବଳ ଦକ୍ଷିଣ ଭାରତରେ ସୀମିତ ରହିନି, ଭୁବନେଶ୍ୱରରେ ରାତି ୩ଟାରୁ ଲୋକେ ହାଉସ୍ଫୁଲ୍ ଶୋକୁ ଉପଭୋଗ କରିଛନ୍ତି ।

ସବୁଠୁ ବଡ଼ ଫିଲ୍ମ...ବଡ଼ ଆର...ବଡ଼ ଧମାକା ସହ ରିଲିଜ୍ ହୋଇଛି ଦଶଦ୍ଧିର ବହୁ ପ୍ରତିକ୍ଷିତ ସିନେମା କେଜିଏଫ୍ ଚାର-୨ । ଦମଦାର ଫାଇଟ୍, ସାନଦାର ଆକ୍ସନ୍, ହାଇଭୋଲଟେଜ୍ ଡାଇଲଗ୍ । ଯାହା ଦର୍ଶକଙ୍କୁ ପସନ୍ଦ, ଯାହାକୁ ଗତ ତିନି ବର୍ଷ ଧରି ଅପେକ୍ଷା କରି ରହିଥିଲା ସାରା ଦେଶ ।

ଆଜି ଦେଶର ୪ ହଜାରରୁ ଅଧିକ ଓ ସାରା ବିଶ୍ୱରେ ୬ ହଜାରରୁ ଅଧିକ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି କେଜିଏଫ୍୨ । ସିଙ୍ଗେଲ ସ୍କ୍ରିନ୍ ହେଉ ଅବା ମଲ୍ଟି ପ୍ଲେକ୍ସ...ସବୁଠି ହାଉସଫୁଲ୍ ଶୋ ।

କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ସମେତ ଉତ୍ତରଭାରତରେ ଫିଲ୍ମକୁ ମିଳିଛି ଜବରଦସ୍ତ ରେସପନ୍ସ । ଓଡ଼ିଶାରେ ବି ଏହାର ନାହିଁ ନଥିବା କ୍ରେଜ୍ । ରାତି ୩ଟାରୁ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ । ଲମ୍ବା ଲାଇନ୍‌ରେ ଲୋକେ ଅପେକ୍ଷା କରି କେଜିଏଫ୍୨ ଦେଖିଛନ୍ତି ।

କେଜିଏଫ୍-୨କୁ ଓପନିଂ ଡେରୁ ମିଳିଛି ବଡ଼ କଲେକ୍ସନ୍ । ପ୍ରଥମ ଦିନ ୪୨ ଲକ୍ଷରୁ ଅଧିକ ଟିକେଟ୍ ଆଗୁଆ ବୁକିଂ ହେବା ସହ ଆଡଭାନ୍ସ ଆୟ ୫୦ କୋଟି ରେକର୍ଡ କ୍ରସ୍ କରିଛି । ଖାଲି ଭାରତରେ ସୀମିତ ରହିନି କେଜିଏଫ୍ର କ୍ରେଜ୍...ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ସିଙ୍ଗାପୁର ଭଳି ଦେଶରେ ଲୋକେ କେଜିଏଫ୍ର ଦିଓ୍ବାନା । ସେଠି ବି ରବିବାର ଯାଏଁ ଶୋ ହାଉସଫୁଲ୍। ପାନ୍ ଇଣ୍ଡିଆର ନୂଆ ସୁପରଷ୍ଟାର ୟଶ୍ । ଯାହାଙ୍କ ଏଣ୍ଟ୍ରିକୁ ଦେଖିବାକୁ ଲକ୍ଷ ଲକ୍ଷ ଫ୍ୟାନ୍ ଅପେକ୍ଷା କରିଥିଲେ ।

ଖାଲି ରକି ଭାଇ ନୁହେଁ ଏଥର ଚାଲିଛି ଅଧିରା ରାଜ୍...ସଞ୍ଜୁ ବାବାଙ୍କ ଏହି ରଫ୍ ଆଣ୍ଡ ଟଫ୍ ଲୁକ୍ ସମସ୍ତଙ୍କୁ ପ୍ରଭାବିତ କରିଛି । ରବିନା ଟଣ୍ଡନ୍ ଓ ପ୍ରକାଶ ରାଜ୍‌ଙ୍କ ପାଓ୍ବାରଫୁଲ୍ ଆକ୍ଟିଙ୍ଗ ସିନେମାକୁ ଅଧିକ ପ୍ରଭାବଶାଳୀ କରିଛି । ୨୦୧୮ର କେଜିଏଫ୍ ଭାରତୀୟ ସିନେମା ଜଗତରେ ଚହଳ ସୃଷ୍ଟି କରିଥିଲା । କର୍ଣ୍ଣାଟକର କୋଲାର୍ ସୁନା ଖଣି ଉପରେ ଆଧିପତ୍ୟ ଓ ଏହାକୁ ନେଇ ଥିବା ପାଓ୍ବର ଫାଇଟ୍ ହିଁ କେଜିଏଫ୍ର କାହାଣୀ ।