Advertisment

ରଣବୀର-ଆଲିଆଙ୍କ ବିବାହ ଫୁଟେଜ୍ ୧୧୦କୋଟିରେ ବିକ୍ରି!

ରଣବୀର ଓ ଆଲିଆଙ୍କ ବିବାହକୁ ବ୍ୟକ୍ତିଗତ ରଖାଯିବାର କାରଣ ହେଉଛି ଏକ ପ୍ରମୁଖ OTT ପ୍ଲାଟ୍‌ଫର୍ମକୁ ସେମାନଙ୍କ ବିବାହର ଫଟୋ ଓ ଭିଡିଓ ଷ୍ଟ୍ରିମ୍ କରିବାର ଅଧିକାର ଦିଆଯାଇଛି। ସେମାନେ OTT ପ୍ଲାଟ୍‌ଫର୍ମରେ ୯୦ ରୁ ୧୧୦ କୋଟିରେ ବିକ୍ରି କରିଛନ୍ତି।

author-image
Pramod Behera
Ranbir-Alia wedding footage sold in approx 110 crore

Ranbir-Alia wedding footage sold in approx 110 crore

ଲୋକେ ଉତ୍ସାହର ସହିତ ଅପେକ୍ଷା କରିଥିବା ମୁହୂର୍ତ୍ତ ବର୍ତ୍ତମାନ ଆସିଯାଇଛି। ଶେଷରେ, ଆଲିଆ ଭଟ୍ଟ ଆଲିଆ କପୁର ହୋଇଯାଇଛନ୍ତି। ରଣବୀର କପୁର ଓ ଆଲିଆ ଭଟ୍ଟ ଏବେ ସବୁଦିନ ପାଇଁ ପରସ୍ପରଙ୍କର ହୋଇଯାଇଛନ୍ତି। ଏବେ ସେମାନଙ୍କ ପ୍ରଶଂସକମାନେ ଆଲିଆଙ୍କୁ ରଣବୀର କପୁରଙ୍କ କନିଆଁ ରୂପରେ ଦେଖିବା ନେଇ ଉତ୍ସାହିତ ଥିବା ଦେଖାଯାଏ। ଯେଉଁ ଯେଉଁ ପ୍ରଶଂସକ ମାନେ ଉଅଭୟଙ୍କ ଝଲକ ପାଇବାକୁ ଉତ୍ସାହିତ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ସୁଯୋଗ ଅଛି। ଏହି ସୂଚନା ଜାଣିବା ପରେ ହୁଏତ ସେମାନଙ୍କର ଖୁସିର ସୀମା ରହିବ ନାହିଁ।

Advertisment

ସୂଚନା ମୁତାବକ ରଣବୀର ଓ ଆଲିଆଙ୍କ ବିବାହକୁ ବ୍ୟକ୍ତିଗତ ରଖାଯିବାର କାରଣ ହେଉଛି ଏକ ପ୍ରମୁଖ OTT ପ୍ଲାଟ୍‌ଫର୍ମକୁ ସେମାନଙ୍କ ବିବାହର ଫଟୋ ଓ ଭିଡିଓ ଷ୍ଟ୍ରିମ୍ କରିବାର ଅଧିକାର ଦିଆଯାଇଛି। ତେବେ ଏହି କଥାକୁ ନା ରଣବୀରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ନା ଆଲିଆଙ୍କ ପକ୍ଷରୁ।

ବର୍ତ୍ତମାନ ସାମ୍ନାକୁ ଆସିଥିବା ଏକ ଖବର ଅନୁଯାୟୀ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଫୁଟେଜ୍‌ ଆସନ୍ତା ମାସରେ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ଅପ୍‌ଲୋଡ୍ କରାଯିବ। କେବଳ ଏତିକି ନୁହେଁ, ବିବାହ ଭିଡିଓ ଏବଂ ଫଟୋଗୁଡ଼ିକର ଅଧିକାର ଆଲିଆ ଓ ରଣବୀରଙ୍କ ଦ୍ୱାରା ଏହି OTT ପ୍ଲାଟ୍‌ଫର୍ମରେ ବିପୁଳ ପରିମାଣରେ ବିକ୍ରି ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଖବର ଅନୁଯାୟୀ, ଆଲିଆ ଓ ରଣବୀର ସେମାନଙ୍କର ବିବାହ ଅଧିକାରକୁ OTT ପ୍ଲାଟ୍‌ଫର୍ମରେ ୯୦ ରୁ ୧୧୦ କୋଟିରେ ବିକ୍ରି କରିଛନ୍ତି।

Advertisment

ତେବେ ବର୍ତ୍ତମାନ ସୁଦ୍ଧା ଏହା ଖବରକୁ କୌଣସି କୌଣସି ପକ୍ଷରୁ ସ୍ପଷ୍ଟ କରାଯାଇନି। କିନ୍ତୁ ଯଦିବି ଏପରି ହୁଏ ତେବେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ ରଣବୀର ଓ ଆଲିଆଙ୍କ ବ୍ରାଣ୍ଡ ଭାଲ୍ୟୁ ଏତେ ଅଧିକ ଯେ ଏହା ସେମାନଙ୍କ ପାଇଁ ବଡ଼ କଥା ନୁହେଁ। ଉଭୟ ଆଲିଆ ଓ ରଣବୀର ଭାରି ଚୁଜି। ସେମାନେ ବାଛି ବାଛି ଫିଲ୍ମ କରନ୍ତି। ଉଭୟ ମଧ୍ୟ ଗୋଟେ ଫିଲ୍ମ କରିବାକୁ ବହୁତ ଚାର୍ଜ କରନ୍ତି। ଏହା ଛଡା, ଉଭୟ ବ୍ରାଣ୍ଡ ମଧ୍ୟ ବିଭିନ୍ନ ବିଜ୍ଞାପନରୁ ବହୁତ ରୋଜଗାର କରନ୍ତି।

Bollywood Ranbir Alia Marriage
Advertisment
Advertisment