Advertisment

ଆଲିଆଙ୍କ ପାଇଁ ୮ଟି ହୀରାରେ ମୁଦି ତିଆରି କଲେ ରଣବୀର

ବିବାହ ମୁଦ୍ରିକାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯାହାକୁ ରଣବୀର କପୁର ଆଲିଆ ଭଟ୍ଟଙ୍କୁ ପିନ୍ଧେଇବେ। ଏହି ମୁଦିକୁ ନେଇ କୁହାଯାଉଛି ଯେ ଏଥିରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୮ଟି ହୀରା ଏଥିରେ ରହିଛି। ଏହାର ମୂଲ୍ୟ ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
Ranbi Kapoor wedding ring for Alia Bhatt is with eight diamonds

Ranbi Kapoor wedding ring for Alia Bhatt is with eight diamonds

ଯେତେବେଳେ ତାରକାମାନଙ୍କ କଥା ଉଠେ ସବୁକିଛି ସ୍ୱତନ୍ତ୍ର ଏବଂ ଅଲଗା ହେବା ସ୍ୱାଭାବିକ। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ମଧ୍ୟ ସେମିତି କିଛି ହେଉଛି। ବର୍ତ୍ତମାନ ସେହି ବିବାହ ମୁଦ୍ରିକାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯାହାକୁ ରଣବୀର କପୁର ଆଲିଆ ଭଟ୍ଟଙ୍କୁ ପିନ୍ଧେଇବେ। ଏହି ମୁଦିକୁ ନେଇ କୁହାଯାଉଛି ଯେ ଏଥିରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଆଠଟି ହୀରା ଏଥିରେ ରହିଛି।

Advertisment

କେବଳ ଏତିକି ନୁହେଁ, ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ରଣବୀର କପୁର ଆଲିଆ ଭଟ୍ଟଙ୍କ ପାଇଁ ଆଠଟି ହୀରା ମୁଦି ଏଇଥି ପାଇଁ ତିଆରି କରିଛନ୍ତି ଯେ ତାଙ୍କର ଲକୀ ନମ୍ବର ହେଉଛି ୮। କୁହାଯାଉଛି ଯେ ଏହି ମୁଦିଟି ଲଣ୍ଡନର ପ୍ରସିଦ୍ଧ ବ୍ରାଣ୍ଡର। ଏହିପରି, ରଣବୀର କପୁର ବିବାହ ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ଏହି ସ୍ୱତନ୍ତ୍ର ମୁଦି ଆଲିଆଙ୍କୁ ପିନ୍ଧେଇବାକୁ ସ୍ଥିର କରିଛନ୍ତି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି।

ଏପ୍ରିଲ ୧୩ରେ, ଉଭୟଙ୍କ ବିବାହର ମେହେନ୍ଦୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଆଜି ଅର୍ଥାତ୍ ଏପ୍ରିଲ୍ ୧୪ରେ ରଣବୀର-ଆଲିଆ ହଳଦୀ ଉତ୍ସବ ପରେ ବିବାହ ସମାରୋହ ରହିଛି। ଏହିପରି ଭାବରେ ଆଜି ବଲିଉଡ୍‌ର ଏହି ଯୋଡି ବିବାହ ବନ୍ଧନରେ ବାନ୍ଧିହେବେ।

Advertisment

ଆଲିଆ ଓ ରଣବୀର କପୁର ଚାରି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ବିବାହର ତାରିଖ ଶେଷ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିଲା। ଏପ୍ରିଲ ୧୩ ରେ ମେହେନ୍ଦି ସମାରୋହରେ ଯୋଗଦେବାକୁ ଆସିଥିବା ନୀତୁ କପୁରଙ୍କୁ ବାରମ୍ବାର ପଚାରିବା ପରେ ହିଁ ସେ ବିବାହ ତାରିଖ ପ୍ରକାଶ କରିଥିଲେ। ତେବେ ଆଉ ମାତ୍ର କିଛି ସମୟ ପରେ ଏହି ତାରକା ପରସ୍ପରଙ୍କର ହୋଇଯିବେ।

Bollywood Alia Bhatt And Ranbir Kapoor
Advertisment
Advertisment