Advertisment

ରଣବୀର-ଆଲିଆଙ୍କ ବିବାହ ଭିତରେ ଆସନ୍ତୁ ଜାଣିବା କିପରି ଥିଲା ଋଷି-ନୀତିଙ୍କ ବିବାହ

ଏବେ ରଣବୀର କପୁର ଆଲିଆ ଭଟ୍ଟଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିବାକୁ ଯାଉଛନ୍ତି। ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ନୀତୁ କପୁରଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିଥିବା ଋଷି କପୁରଙ୍କ ବିବାହକୁ ନେଇ କିଛି ଅଜଣା କଥା।

author-image
Pramod Behera
Neetu Kapoor when recall about her wedding told how Rish Kapoor fainted before the  horse ride

Neetu Kapoor when recall about her wedding told how Rish Kapoor fainted before the horse ride

ରଣବୀର କପୁରଙ୍କ ବାପା ଋଷି କପୁରଙ୍କ ଇଛା ଥିଲା ଯେ ସେ ତାଙ୍କ ପୁଅର ବର ବେଶ ଦେଖିବେ। ବଞ୍ଚିଥିବା ବେଳେ ତାଙ୍କର ଏହି ଇଛା ପୂରଣ ହୋଇପାରିଲା ନାହିଁ। ଏବେ ରଣବୀର ଆଲିଆ ଭଟ୍ଟଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିବାକୁ ଯାଉଛନ୍ତି। ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ନୀତୁ କପୁରଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିଥିବା ଋଷି କପୁରଙ୍କ ବିବାହକୁ ନେଇ କିଛି ଅଜଣା କଥା।

Advertisment

ଋଷି କପୁର ଓ ନୀତୁ କପୁର ବଲିଉଡ୍‌ର ଏମିତି ଦମ୍ପତି ଯେଉଁମାନେ କେବଳ ଖୋଲାଖୋଲି ପ୍ରେମ କରୁ ନଥିଲେ ବରଂ ବିହାହ ବନ୍ଧନରେ ବାନ୍ଧିହୋଇ ସେମାନଙ୍କ ପ୍ରେମକୁ ଆହୁରି ମଜବୁତ କରିଦେଲେ, ଲୋକଙ୍କୁ ଭରସା ଦେଲେ।

ଫିଲ୍ମ ‘ବବିଏ ଡେବ୍ୟୁ କରି ଋଷି କପୁର ରାତାରାତି ଷ୍ଟାର୍‌ ହୋଇଯାଇଥିଲେ। ଯୁବତୀମାନେ ତାଙ୍କ ଚେହେରା ଦେଖି ପାଗଳ ହେଉଥିଲେ ଓ ତାଙ୍କୁ ପ୍ରେମ ପତ୍ର ମଧ୍ୟ ଲେଖୁଥିଲେ। ତାଙ୍କ ପାଇଁ ହଜାର ହଜାର ଝିଅଙ୍କ ହୃଦୟ ସ୍ପନ୍ଦିତ ହେଉଥିଲା, କିନ୍ତୁ ବଲିଉଡ୍‌ର ଏହି ଚକୋଲେଟ୍ ବୟ ସୁନ୍ଦରୀ ନୀତୁ ସିଂହଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ସେତେବେଳେ ଋଷି କପୁରଙ୍କୁ ୨୧ ବର୍ଷ ହୋଇଥିବା ବେଳେ ନୀତି କପୁରଙ୍କୁ ମାତ୍ର ୧୪-୧୫ ବର୍ଷ ହୋଇଥିଲା।

Advertisment

ତେବେ ଉଭୟଙ୍କ ପ୍ରେମ ପ୍ରଥମ ନଜରରେ ହୋଇ ନଥିଲା। ଋଷି କପୁର ପ୍ରାୟ ସମୟରେ ନୀତୁକୁ ଥଟ୍ଟା କରୁଥିଲେ। କିନ୍ତୁ ପରବର୍ତ୍ତି ସମୟରେ ସେମାନେ ପ୍ରେମରେ ପଡିଗଲେ ଓ ୧୯୮୦ ଜାନୁଆରୀ ୨୨ରେ ବିବାହ କରିଥିଲେ। ସେମାନେ ପଞ୍ଜାବୀ ରିତିନୀତିରେ ବିବାହ କରିଥିଲେ। ସେତେବେଳେ ବଲିଉଡର ବଡ ବିବାହ ମଧ୍ୟରେ ଏହା ଗୋଟିଏ ଥିଲା। ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନିମନ୍ତ୍ରଣ ଦିଆଯାଇଥିଲା।

ଏକ ସାକ୍ଷାତକାରରେ ନୀତୁ ତାଙ୍କ ବିହାକୁ ନେଇ ଏକ ମଜାଦାର କଥା କହିଥିଲେ। ସେ କହିଥିଲେ ଯେ ବିବାହରେ ଏମିତି ଅନେକ ଲୋକ ଥିଲେ, ଯେଉଁମାନେ ବିନା ନିମନ୍ତ୍ରଣରେ ଯାଇଥିଲେ। ସେମାନେ ବହୁତ ଭଲ ପୋଷାକ ମଧ୍ୟ ପିନ୍ଧିଥିଲେ ଓ ଗିପ୍ଟ ମଧ୍ୟ ନେଇଥିଲେ। ସେମାନଙ୍କୁ ଦେଖି ସୁରକ୍ଷାକର୍ମୀମାନେ ମଧ୍ୟ ଅତିଥି ବୋଲି ଭାବିନେଲେ ଆଉ ଛାଡିଦେଲେ। କିନ୍ତୁ ପରେ ଯେତେବେଳେ ସେହି ଗିପ୍ଟ ପ୍ୟାକେଟ୍ ଖୋଲାଗଲା ସେଥିରେ ପଥର ଥିଲା ବୋଲି ସେ କହିଥିଲେ

ସେତେବେଳେ ଋଷି ଓ ନୀତୁଙ୍କୁ ବିବାହ କାର୍ଯ୍ୟକ୍ରମ ୨୦ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଋଷି ଓ ନୀତୁ ଏହି ବିବାହ ସମୟରେ ବେହୋସ ହୋଇଯାଇଥିବା ନୀତୁ କହିଥିଲେ। ଏହାର କାରଣ କହିବାକୁ ଯାଇ ନୀତୁ କହିଥିଲେ ଯେ ତାଙ୍କ ଲେହେଙ୍ଗା ଖୁବ୍ ଭାରି ଥିଲା ଓ ଅନେକ ଲୋକ ମଧ୍ୟ ଥିଲେ। ଏହାକୁ ସେ ସମ୍ଭାଳିବାରେ ସକ୍ଷମ ହୋଇ ନଥିଲେ। ସେହିପରି ଋଷି କପୁର ମଧ୍ୟ ଭିଡ ଯୋଗୁଁ ବହୁତ ଅସୁବିଧାରେ ଥିଲେ। ସେ ଯେତେବେଳେ ଘୋଡା ଉପରେ ବସିବାକୁ ଚଢିଲେ ତା ପୂର୍ବରୁ ବେହୋସ ହୋଇଗଲେ।

୨୦୨୦ ଅପ୍ରେଲ୍ ୩୦ରେ ଋଷି କପୁର ଏ ଦୁନିଆରୁ ବିଦାୟ ନେଇଥିଲେ। ୨୦୨୦ ମେ ୨ରେ ନୀତୁ ଋଷି କପୁରଙ୍କ ଏକ ଫଟୋ ସହିତ ଭାବବିହ୍ୱଳ ଫେୟାରୱେଲ୍ ପୋଷ୍ଟ୍ କରିଥିଲେ। ଏହି ପୋଷ୍ଟରେ ସେ ଲେଖିଥିଲେ ଯେ ‘ଆମ କାହାନୀର ଅନ୍ତ।’

Rishi Kapoor Bollywood
Advertisment
Advertisment