• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

CBSE Class 10 Board Exams 2021 results
ଆସନ୍ତାକାଲି ପ୍ରକାଶ ପାଇପାରେ CBSE ୧୦ମ ଶ୍ରେଣୀ ରେଜଲ୍ଟ

CBSE ଦଶମ ଶ୍ରେଣୀ ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିନା ପରୀକ୍ଷାରେ ଫଳାଫଳ କ‘ଣ ହେବ ତାହା ଜାଣିବା ପାଇଁ ସମସ୍ତେ ବ୍ୟସ୍ତ।

maharathy
ସ୍ୱର୍ଣ୍ଣ ପଦକ ପାଇଲେ ମହାରଥୀଙ୍କ ଝିଅ

ଭୁବନେଶ୍ୱର : ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଅଧ୍ୟାପିକା ତଥା କବୟିତ୍ରୀ ପ୍ରତିଭା ମହାରଥୀଙ୍କ ସୁକନ୍ୟା ପଲ୍ଲବୀ ମହାରଥୀ ଓଡ଼ିଶା ପାଇଁ ଗୌରବ ଆଆଣିଛନ୍ତି। ସମ୍ପ୍ରତି ସେ ଚେନ୍ନାଇସ୍ଥିତ ଏସ୍ଆର୍‌ଏମ୍ ବିଶ୍ୱବିଦ୍ୟାଳୟରୁ ପେଡିଆଟ୍ରିକ୍(ଶିଶୁ ରୋଗ) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି।  ଗୁଣ୍ଟୁର୍ ସୈନିକ ସ୍କୁଲ୍‌ରୁ ମାଟ୍ରିକ୍‌ ଏବଂ କିଟ୍ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ ସମାପ୍ତି ପରେ ପଲ୍ଲବୀ ପଣ୍ଡିଚେରୀସ୍ଥିତ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରୁ ଏମ୍‌ବିବିଏସ୍ କରିଛନ୍ତି। […]

  • Monday, 19 July 2021
biometric
ଏଣିକି ସ୍କୁଲରେ ଅନ୍‌ଲାଇନ୍‌ରେ ଉପସ୍ଥାନ

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍‌ଲାଇନ୍‌ରେ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ମାଧ୍ୟମରେ ସ୍କୁଲରେ କେଉଁ ଶିକ୍ଷକ ଓ କେତେ ପିଲା ଉପସ୍ଥିତ ଅଛନ୍ତି, ତାହା ସହଜରେ ଜାଣିହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଛାତ୍ରଛାତ୍ରୀଙ୍କ ଉନ୍ନତ ପ୍ରଣାଳୀରେ ଶିକ୍ଷା ଦେବା ପାଇଁ […]

  • Monday, 19 July 2021
air force recruitment
କୋରାପୁଟରେ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା

କୋରାପୁଟ : କୋରାପୁଟରେ ଚାଲିଛି ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା । କୋରାପୁଟ ଷ୍ଟାଡିୟମରେ ଆୟୋଜିତ ଏହି ମେଗା ନିଯୁକ୍ତି ମେଳା ୨ଟି ପର୍ଯ୍ୟାୟରେ କରାଯାଉଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବହୁ ଆଶାୟୀ ପ୍ରାର୍ଥୀ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ସୁନ୍ଦରଗଡ଼ ଆଦି ୧୫ଟି ଜିଲ୍ଲାର ୪୫୦ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୯ ଜଣ ଲିଖିତ […]

  • Monday, 19 July 2021
IRCTC
ପ୍ରକାଶ ପାଇଲା ଆଇଆରସିଟିସି ନିଯୁକ୍ତି ବିଜ୍ଞପ୍ତି

ପଦବି- ସୁପରଭାଇଜର ପଦବି ସଂଖ୍ୟା- ୧୨ ଶିକ୍ଷାଗତ ଯୋଗ୍ୟତା – ହସ୍ପିଟାଲିଟି ହୋଟେଲ ଆଡ଼ମିନିଷ୍ଟ୍ରେସନରେ ବିଏସସି । ପ୍ରାର୍ଥୀ NCHMCT/AICTE/UGC ଏବଂ ଭାରତ ସରକାରଙ୍କ  ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ପାସ କରିଥିବା ଆବଶ୍ୟକ । ଏହI ସହ ଅତି କମ୍‌ରେ ଦୁଇ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ବୟସ ସୀମା- ୩୦ବର୍ଷ ଏସ୍‌ସି / ଏସ୍‌ଟି ପ୍ରାର୍ଥୀମାନଙ୍କ ପାଇଁ ବୟସସୀମା ୫ବର୍ଷ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ  ୩ ବର୍ଷ କୋହଳ ଦରମା-୨୫୦୦୦ ଏବଂ […]

  • Monday, 19 July 2021
otet
ଓଟିଇଟିର ପିଛା ଛାଡୁନି ବିବାଦ

ଭୁବନେଶ୍ୱର : ଓଟିଇଟିର ପିଛା ଛାଡୁନି ବିବାଦ। ଅଗଷ୍ଟରେ ହୋଇଥିବା ଅନ୍‌ଲାଇନ୍ ପରୀକ୍ଷାର ଆନ୍ସର କିରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଶ୍ନ ପିଛା ଚ୍ୟାଲେଞ୍ଜ୍ ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ ହୋଇଥିବା ବେଳେ ପୂଜାଛୁଟିରେ ଆନ୍ସର କି ପ୍ରକାଶକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ନମ୍ବର ଏକ- ଓଡିଶାର ୨୬ତମ ଗଭର୍ଣ୍ଣର କିଏ ? ଉତ୍ତର ହେଲା ନବୀନ ପଟ୍ଟନାୟକ […]

  • Monday, 19 July 2021
school exam
ଜାନୁଆରୀ ୫ରେ ହେବ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ। ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ ତାରିଖ। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛୁକ ଯୋଗ୍ୟ ଛାତ୍ରାଛାତ୍ରୀ ମାନେ ଆବେଦନ କରିପାରିବେ। ଓଡ଼ିଶାର ଯେଉଁ ଅବିଭାବକ ମାନଙ୍କ ବାର୍ଷିକ ଆୟ ୩ […]

  • Monday, 19 July 2021
admission
ଆଜିଠୁ ଯୁକ୍ତ ୩ ସ୍ପଟ୍‌ ଆଡମିସନ

ଭୁବନେଶ୍ୱର :  ପ୍ଲସ୍‌ ଥ୍ରୀ କଲେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ଗୁଡ଼ିକ ପୂରଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ସ୍ପଟ ଆଡମିସନ ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ। ୧୮ ତାରିଖରେ କଲେଜ ଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ । ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନଲାଇନରେ ଆଡମିସନ ଫି ଡିପୋଜିଟ କରିବେ।  ୨୩ ତାରିଖରେ ନାମଲେଖା […]

  • Monday, 19 July 2021
std
ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି'

ଭୁବନେଶ୍ୱର : ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି। ଉଭୟ SC/ST ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି’ରେ ବୃଦ୍ଧି କରିଛନ୍ତି ସିବିଏସଇ କର୍ତ୍ତୃପକ୍ଷ। ପୂର୍ବରୁ SC/ST ଛାତ୍ରଛାତ୍ରୀ ପରୀକ୍ଷା ଫି’ ୫୦ ଟଙ୍କା ଥିବା ବେଳେ ଏହା ଏବେ ୧୨ଶହ ଟଙ୍କା ହୋଇଛି। ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ୭୫୦ ଟଙ୍କା ପରିବର୍ତ୍ତେ ୧୫ ଶହ ଟଙ୍କା ଦେବେ। ମାଇଗ୍ରେସନ୍ ଫି’ ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରିଛି ସିବିଏସଇ। […]

  • Monday, 19 July 2021
RESULT
+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୪.୮୪% ରହିଛି। କଳାରେ ପାସ୍ ହାର ୮୨.୬୦% ଥିବାବେଳେ ବାଣିଜ୍ୟରେ ୮୭.୩୭% ଓ ବିଜ୍ଞାପନରେ ୬୭.୭୦% କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୩୫.୭% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜୁଲାଇ ୧୮ରୁ ୨୦ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଫେଲ୍ […]

  • Monday, 19 July 2021
rani
ସ୍ୱପ୍ନ ଆଗରେ ବାଧକ ସାଜୁଛି ଅର୍ଥ : ପାଠ ପଢ଼ିବା ପାଇଁ ପର ଘରେ ମୂଲ ଲାଗୁଛି ମେଧାବୀ ଝିଅ ରାଣୀ

ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ସଙ୍ଗମ ଗାଁର ରାଣୀ ହେମ୍ବ୍ରମ । ଅଭାବ ଅନଟନ ଭିତରେ ହଜି ଯାଇଛି ମାଟ୍ରିକ ସଫଳତାର ଖୁସି । ରାତି ପାହିଲେ ଘାରୁଛି ପେଟ ଚିନ୍ତା ।

School
ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍

ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ  ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

Matric Exam
ଅଗଷ୍ଟ ୨୨ ମଧ୍ୟରେ ମାଟ୍ରିକ ରେଜଲ୍ଟ

ଯେଉଁ ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପରୀକ୍ଷାଫଳ ଅଗଷ୍ଟ ୨୨ ସୁଦ୍ଧା ବାହାର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି।

ଗଣଶିକ୍ଷା ସଚିବ
ସବୁ ପରୀକ୍ଷାକୁ ଗୁରୁତ୍ୱର ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ସଚିବ

ଯଦି ପୁଣି କୋଭିଡ଼ ନେଇ ପରୀକ୍ଷା କରି ନହୁଏ, ଏଇ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ।

School
୨୬ରୁ ଖୋଲିବ ସ୍କୁଲ

ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଏବଂ ଦଶମ ପିଲାଙ୍କ ମୂଲ୍ୟାୟନ କରାଯିବ। ନବମ ଏବଂ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ସବୁ ପିଲା ସବୁ ପରୀକ୍ଷାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ସଚିବ କହିଛନ୍ତି।

+2 admission date
ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି

ଭୁବନେଶ୍ୱର : ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ। ପୂର୍ବରୁ ଜୁଲାଇ ୩ରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଆହୁରି ୨ ଦିନ ସମୟ ଦେଇଛି ଗଣଶିକ୍ଷା ବିଭାଗ। ୭ ତାରିଖ ଛୁଟି ପଡୁଥିବାରୁ ୮ ଓ ୯ ତାରିଖରେ ମଧ୍ୟ ଛାତ୍ରଛାତ୍ରୀ ନାଁ ଲେଖାଇ […]

  • Saturday, 17 July 2021
sameer
ସରକାରଙ୍କ ଚିନ୍ତା ବଢାଉଛି ସ୍କୁଲ ଡ୍ରପ୍ ଆଉଟ୍ ହାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା। ଗତ କିଛି ବର୍ଷ ଧରି ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ି ଚାଲିଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୧-୧୨ମସିହା ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ହାର ଦଶମିକ ୪୩ରୁ ୫ ଦଶମିକ ୮୧ରେ ପହଞ୍ଚିଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଏହି […]

  • Saturday, 17 July 2021
school pASS FAIL
ଫେରିବ ପାସ୍-ଫେଲ୍ ! ପଞ୍ଚମ ଓ ଅଷ୍ଟମରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା

ଭୁବନେଶ୍ୱର : ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା। ଉଭୟ ଶ୍ରେଣୀରେ ପିଲାଙ୍କ ପାଇଁ ପରୀକ୍ଷା ଓ ପାସ୍‌ଫେଲ ବ୍ୟବସ୍ଥା କରାଇବାକୁ ଯୋଜନା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବହୁ ପୂର୍ବରୁ ପ୍ରଚଳିତ ଥିବା ଏ ବ୍ୟବସ୍ଥାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ଗଭୀର ଭାବେ ଅନୁଶୀଳନ କରାଯାଉଛି। ପଞ୍ଚମରେ ଫେଲ ପିଲାଙ୍କୁ ପୁଣି ଥରେ ପରୀକ୍ଷା […]

  • Saturday, 17 July 2021
tanushree
ଯୁକ୍ତ ଦୁଇ ପରୀକ୍ଷାରେ ତନୁଶ୍ରୀ ଟପ୍ପର

ମୟୂରଭଞ୍ଜ : ଯୁକ୍ତ ଦୁଇ ପରୀକ୍ଷାରେ ସଫଳ ହୋଇଛନ୍ତି ମୟୂରଭଞ୍ଜର ଜଣେ ଚାଷୀ ଘରର ଝିଅ ତନୁଶ୍ରୀ ମହାନ୍ତ। ଚଳିତ ବର୍ଷ +୨ କଳା ପରୀକ୍ଷାରେ 87 ପ୍ରତିଶତ ନମ୍ବର ରଖି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛନ୍ତି। ଶ୍ୟାମାଖୁଣ୍ଟା ବ୍ଲକ୍‌ ଇଟା ମୁଣ୍ଡିଆ ଗାଁର ତନୁଶ୍ରୀ ଏମ୍‌ପିସି ଜୁନିଅର୍ କଲେଜର ଛାତ୍ରୀ। କଠିନ ପରିଶ୍ରମ, ଶିକ୍ଷକ ଓ ବାପାମାଆଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି ତନୁଶ୍ରୀ। ତନୁଶ୍ରୀ ମୟୂରଭଞ୍ଜ ଜିଲ୍ଲାରେ ଟପ୍ପର […]

  • Saturday, 17 July 2021
chse
କଳାର ୨ଟି ଓ ବାଣିଜ୍ୟର ୪ଟି କଲେଜରେ ଫଳ ଶୂନ

ଭୁବନେଶ୍ୱର : ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ପାରି ନାହାନ୍ତି। ଯାଜପୁରର ଆଞ୍ଚଳିକ ମହିଳା ହାୟର ସେକେଣ୍ଡାରୀ ବିଦ୍ୟାଳୟରେ କଳାରେ ୧୫ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନେ ସମସ୍ତେ ଫେଲ୍‌ ହୋଇଛନ୍ତି। ସେହିପରି ଖୋର୍ଦ୍ଧାର ପ୍ରାଚୀ ଭିନ୍ନକ୍ଷମ ହାୟର ସେକେଣ୍ଡାରୀ ବିଦ୍ୟାଳୟରେ […]

  • Saturday, 17 July 2021
plus 2
ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ ଅବଧି ଘୁଞ୍ଚିଲା। ଜୁନ୍‌ ୨୬ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାକାଲି ଯୁକ୍ତ ୨ ନାମଲେଖା ଆବେଦନ ଅବଧି ପୂରିବାର ଥିଲା। ନୂଆ ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨ ତାରିଖରେ ପ୍ରଥମ କଟ୍‌ ଅଫ୍ ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ସେହିପରି ଦ୍ୱିତୀୟ କଟ୍ ଅଫ୍ ଜୁଲାଇ […]

  • Saturday, 17 July 2021
+3
ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ଚଳିତବର୍ଷ ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ଆସନ୍ତା ୨୪ ତାରିଖରୁ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆବେଦନର ଶେଷ ତାରିଖ ଜୁଲାଇ ୮ତାରିଖ ରହିଛି। ସେହିପରି ଜୁଲାଇ ୧୮ରେ ପ୍ରଥମ ମେରିଟ୍ ଲିଷ୍ଟ ଏବଂ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

  • Saturday, 17 July 2021
eng
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଇଂରାଜୀ ଅଡୁଆ

ଭୁବନେଶ୍ୱର : ଏଥର ମାଟ୍ରିକ ପରୀକ୍ଷାରେ ଇଂରାଜୀ ବିଷୟରେ ଫେଲ୍ ହୋଇଛନ୍ତି ପ୍ରାୟ ୬୦ ହଜାରରୁ ଅଧିକ ପିଲା। ୪୦ ହଜାର ଛାତ୍ରଛାତ୍ରୀ ୩୦ରୁ ୩୫ ମାର୍କ ରଖି ଫେଲ୍ ହେଉ ହେଉ ବଞ୍ଚି ଯାଇଛନ୍ତି। ଇଂରାଜୀରେ ୭୩ ପ୍ରତିଶତ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଚିନ୍ତା ବଢିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେବେ ବୋଲି କହିଛନ୍ତି। ଆଉ ଇଂରାଜୀରେ ଓଡ଼ିଆ  ପିଲାଙ୍କ ଅସଫଳ ହେବା ପଛର କେତେକ କାରଣ ସୁଧାରିବାକୁ ବି ପରାମର୍ଶ […]

  • Saturday, 17 July 2021
simillar syllabus
ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏକକ ସିଲାବସ୍ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଏହା ଫଳପ୍ରଦ ହେବ। ଏହାସହ ଗୁଣାତ୍ମକ ମାନ ବି ବଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ ହୋଇଥିଲା। ଏଥିରେ […]

  • Saturday, 17 July 2021
coaching
ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ

ଭୁବନେଶ୍ୱର : ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ଶିକ୍ଷା ବିଭାଗ। ଜୁନ୍ ୨୪ରୁ ଆରମ୍ଭ ହେବ କୋଚିଂ କ୍ଲାସ୍। ପ୍ରଥମ ବର୍ଷରେ ୧୦୦ ଜଣ ଆଶାୟୀଙ୍କୁ କୋଚିଂ ଦିଆଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ବର୍ଷେ ଅବଧି ରହୁଥିବା ଏହି କୋଚିଂ କ୍ଲାସ୍‌ରେ […]

  • Saturday, 17 July 2021