• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଟିଟିଲାଗଡ଼:  OSSSC ଦ୍ୱାରା ପରିଚାଳିତ RI ପରୀକ୍ଷାରେ ସାମ୍ନାକୁ ଆସିଲା ବଡ଼ ବିଭ୍ରାଟ। ଆଜି ଅନୁଷ୍ଠିତ ହୋଇଥିବା RI(ରାଜସ୍ୱ ନିରୀକ୍ଷକ) ପରୀକ୍ଷାରେ  ୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଆଡମିଟ କାର୍ଡରେ ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ଲେଖା ହୋଇଥିବା ବେଳେ ଏହା କିନ୍ତୁ ସେଣ୍ଟର ହୋଇନାହିଁ। ଏହି କଲେଜରେ ସେଣ୍ଟର ହୋଇ ନ ଥିବା ଖୋଦ୍‌ ଅଧ୍ୟକ୍ଷ ହିଁ କହିଛନ୍ତି। ଶେଷରେ ପରୀକ୍ଷାର୍ଥୀ ସେଣ୍ଟରରେ ପହଞ୍ଚି ନିରାଶ ହେବା ସହ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି।

ଜଣେ ପରୀକ୍ଷାର୍ଥୀଙ୍କ କହିବାନୁସାରେ, ଯେହେତୁ ଆଡମିଟ୍‌ କାର୍ଡରେ ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ଲେଖାଯାଇଛି, ସେଥିପାଇଁ ଆମେ ଏହାକୁ ପରୀକ୍ଷା ସେଣ୍ଟର ବୋଲି ଭାବିନେଲୁ। ଯଦି ବଲାଙ୍ଗିର ବୋଲି ଲେଖାଯାଇଥାନ୍ତା, ତେବେ ସେଣ୍ଟରରେ ପହଞ୍ଚିବାକୁ କୌଣସି ଅସୁବିଧା ହୋଇନଥାନ୍ତା। ଆଡମିଟ କାର୍ଡରେ ସେଣ୍ଟର ନେଇ ଯେଉଁ ତଥ୍ୟ ଦିଆଯାଇଛି, ତାହା ସଠିକ୍ ନୁହେଁ। ଏବେ କେମିତି ପରୀକ୍ଷା ଦେବୁ, ଜାଣିପାରୁନୁ।

ଘଟଣାସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ନିଆଯିବ କହିଥିଲେ। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବସ୍‌ରେ ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ନିଆଯିବ। ଦିନ ୧୨ଟାରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସୁଯୋଗ ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ କଥା ହେବା ପରେ ପରୀକ୍ଷାର୍ଥୀମାନଙ୍କୁ ସ୍କୁଲ୍‌ ବସ୍‌ ଯୋଗେ ବଲାଙ୍ଗିର ପଠାଇ ଦିଆଯାଇଥିଲା।

ସମ୍ପୃକ୍ତ ୩୩ ପରୀକ୍ଷାର୍ଥୀ ଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ବଲାଙ୍ଗିର ନ ଯାଇ ଟିଟିଲାଗଡ଼ର ପ୍ରଭାବତୀ ପବ୍ଲିକ୍ ସ୍କୁଲରେ ପରୀକ୍ଷା ଦେଇଛନ୍ତି। ଧାର୍ଯ୍ୟ ସମୟ ୧୦ଟା ପରିବର୍ତ୍ତେ ଦିନ ୧୧ଟା୪୫ରୁ ପରୀକ୍ଷା ଦେଇଛନ୍ତି। ବଲାଙ୍ଗିର ନେବାକୁ ସମୟର ସ୍ୱଳ୍ପତା ପାଇଁ ନିଷ୍ପତ୍ତି ବଦଳିଲା ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now