Advertisment

୨୦ରୁ +୩ ନାମଲେଖା ଆବେଦନ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଏହାସହ ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
୨୦ରୁ +୩ ନାମଲେଖା ଆବେଦନ

+3 Admissions

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

Advertisment

ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଏହାସହ ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Advertisment

ସେପଟେ, ୧୨ ତାରିଖରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ ହୋଇଛି । ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ଏନେଇ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା। ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିବା ମନ୍ତ୍ରୀ କହିଥିଲେ। ବିଜ୍ଞାନରେ ସିଟ ବୃଦ୍ଧି ପାଇଁ ୨୫ ହଜାର ଆବେଦନ ଆସିଥିଲା। ସେଥିରୁ ୧୩ ହଜାରକୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି। ସେହିପରି ବାଣିଜ୍ୟରେ ୪ ହଜାର ଆବେଦନରୁ ୩ ହଜାର ୯୦୦ ସିଟକୁ ଅନୁମତି ଦିଆଯାଇଛି। ତେବେ କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନାହିଁ ବୋଲି ମନ୍ତ୍ରୀ ପୂର୍ବରୁ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି ସରକାର କହିଥିଲେ।

Odisha + 3 Admissions
Advertisment
Advertisment