• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜପ୍ରାସାଦରେ ଚାଲିଥିବା କଲେଜର ଅନେକ ଅଂଶ ବିପଦପୂର୍ଣ୍ଣ

  • କଲେଜର ସୁରକ୍ଷା ଲାଗି ଆଗେଇ ଆସିବାକୁ ଆହ୍ୱାନ

ବାରିପଦା(ମାଣିକଲାଲ୍ ପାଣି ) : ମୟୂରଭଞ୍ଜ ରାଜପ୍ରାସାଦରେ ଚାଲିଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଲାଣି । ଦୁଇ ଶହ ବର୍ଷର ପୁରୁଣା କଲେଜ କୋଠାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ଏପରିକି କଲେଜର ୫ଟି ଅଂଶକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି, ହେଲେ କଲେଜର ବିକଳ୍ପ କୋଠା ନଥିବାରୁ ବିପଦଜନକ ଅବସ୍ଥାରେ ପିଲାମାନେ ପଢୁଛନ୍ତି ।

ସାମନାକୁ ଚକଚକ୍ ଦେଖାଯାଉଥିବା ମୟୂରଭଞ୍ଜ ରାଜପ୍ରାସାଦ ଭିତରୁ ନଷ୍ଟ ହେବାକୁ ବସିଲାଣି । ଲଣ୍ଡନର ବକିଂହାମ ପାଲେସ ଭଳି ଦେଖାଯାଉଥିବା ରାଜବାଡ଼ି ୧୮୦୪ରେ ମୟୂରଭଞ୍ଜର ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଗ୍ରୀକ୍ ଓ ଭୋରିଆ ଇଂଜିନିଅରଙ୍କ ସ୍ଥାପତ୍ୟ କଳାରେ ତିଆରି ଏହି କୋଠାରେ ୧୨୬ଟି କୋଠରୀ ରହିଛି । ମହାରାଜା କୃଷ୍ଣଚନ୍ଦ୍ର ଭଂଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ରାଜପ୍ରାସାଦରୁ ହିଁ ଶାସନ କରୁଥିଲେ । ହେଲେ ପ୍ରତାପଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜରେ ଶିକ୍ଷାର ବିକାଶ ଲାଗି ଏହି କୋଠାରେ ମାହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ କଲେଜ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆଜିଯାଏ ଏହି କୋଠାରେ ଏମପିସି କଲେଜ ଚାଲିଛି । ହେଲେ କୋଠାଟି ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି । ଏମିତି ସ୍ଥିତି ହୋଇଛି ଯେ ସରକାରଙ୍କ ପକ୍ଷରୁ ଏହି କଲେଜ କୋଠାର ୫ଟି ଅଂଶକୁ ବିପଦଜନକ ବୋଲି ଘୋଷଣା ମଧ୍ୟ କରାଯାଇଛି ।

ଏମପିସି କଲେଜର କ୍ଲାସ ରୁମ, ଷ୍ଟାଫରୁମର କାନ୍ଥ, ଛାତ ଫାଟି ଆଁ କଲାଣି । ସେହିପରି କ୍ଲାସ ରୁମର କାନ୍ଥ ଛାତ, ବାରଣ୍ଡା ଚାରିଆଡ଼େ ପାଣି ଗଳି ଶିଉଳି ଲାଗି ଗଲାଣି । କଲେଜର ପରିସଂଖ୍ୟାନ ବିଭାଗ, ପ୍ରାଣୀ ବିଜ୍ଞାନ ବିଭାଗ, ପଦାର୍ଥ ବିଜ୍ଞାନ, ଷ୍ଟୋର ରୁମ୍, ଲେକଚରର କମନ ରୁମ୍, ବଏଜ୍ ହଷ୍ଟେଲ ଆଦି ବିପଦ ସଂକୁଳ ଅବସ୍ଥାରେ ରହିଛି । ଦୁଇ ଶହ ବର୍ଷର ଏହି କୋଠାରେ କଲେଜ ହେଲା ଦିନଠୁ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ିଛନ୍ତି । ଏଣୁ ଏହାର ସୁରକ୍ଷା ଲାଗି ସମସ୍ତେ ଆଇ ଆସିବାକୁ ପୁରାତନ ଛାତ୍ର ଆହ୍ୱାନ ଦେଇଛନ୍ତି ।