• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ।

  • ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

  • ପୂର୍ବରୁ ପ୍ରଥମରୁ ଦଶମ ଯାଏ ପିଲାଙ୍କୁ ୟୁଟ୍ୟୁବ୍‌ରେ ପଢ଼ା ଯାଉଥିଲା ।

ଭୁବନେଶ୍ୱର: ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପୂର୍ବରୁ ପ୍ରଥମରୁ ଦଶମ ଯାଏ ପିଲାଙ୍କୁ ୟୁଟ୍ୟୁବ୍‌ରେ ପଢ଼ା ଯାଉଥିଲା । ଆଉ ଏବେ ଯୁକ୍ତ ୨ ପିଲାଙ୍କୁ ମଧ୍ୟ ପାଠ ପଢ଼ାଯିବା ନେଇ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି ।

କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାଭାବିକ ଜୀବନଯାତ୍ରା । ବିଶେଷକରି ପିଲାଙ୍କ ପାଠପଢାରେ ପ୍ରଭାବ ପକାଇଛି ମହାମାରୀ । ସ୍କୁଲ, ଟିଉସନ ସବୁ ବନ୍ଦ । ଅନ୍‌ଲାଇନ କ୍ଲାସରେ ଅନେକ ସମସ୍ୟା ରହିଛି । କେଉଁଠି ଇଣ୍ଟରନେଟ୍‌ ନାହିଁ ତ କେଉଁଠି ଡାଟା ସରି ଯାଉଛି । ଯାହା ବି ହେଉ, ଘରୋଇ ସ୍କୁଲ ପିଲାମାନଙ୍କର ଅନ୍‌ଲାଇନ କ୍ଲାସ ଜାରି ରହିଥିବା ବେଳେ ବେଶି ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ । ତେବେ ପ୍ରଥମେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା । ଆଉ ଏବେ ଯୁକ୍ତ ଦୁଇ ପିଲା ମଧ୍ୟ ପଢ଼ିବେ ଅନ୍‌ଲାଇନ୍‌ରେ । 

କେଉଁ ଦିନ କେଉଁ ବିଷୟରେ ପାଠପଢା ହେବ ସେନେଇ ରୁଟିନ୍ ବି ପ୍ରକାଶ ପାଇବ । ଯେମିତି ସ୍କୁଲ ପିଲାଙ୍କ ପାଇଁ ପ୍ରକାଶ ପାଇଥିଲା । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ ।

ତେବେ ସବୁଠାରୁ ବଡ଼ କଥା ହେଲେ, ଯେତେବେଳେ ସ୍କୁଲ ପିଲାଙ୍କ ପାଇଁ ୟୁଟ୍ୟୁବ୍‌ କ୍ଲାସ୍‌ ଆରମ୍ଭ ହେଲା, ସେତେବେଳେ ରାଜ୍ୟରେ ମାତ୍ର ୪୦ ପ୍ରତିଶତ ପିଲାଙ୍କ ପାଖରେ ଇଣ୍ଟରନେଟ ସୁବିଧା ପହଞ୍ଚି ପାରିଥିଲା । ହେଲେ ଉପାନ୍ତ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ରହୁଥିବା ୬୦ ପ୍ରତିଶତ ପିଲା ଏହି ସୁବିଧା ପାଇପାରି ନାହାନ୍ତି । ତେଣୁ ଏଥିନିମନ୍ତେ ଶିକ୍ଷକମାନେ ଭିଡିଓ କରି ସେମାନଙ୍କୁ ପାଠ ପଢ଼ାଇବେ ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ ।