Advertisment

ନେଟ୍‌ୱର୍କ ନଥିବାରୁ ପିଲାଙ୍କ ପଢାରେ ବନ୍ଧା ହେଲାଣି ଡୋରୀ

ରାଜ୍ୟ କଥା ଛାଡ଼ନ୍ତୁ, ଦେଶରେ ବି କରୋନା କାଳରେ ପାଠପଢ଼ା ନେଇ ଉଦବେଗଜନକ ତଥ୍ୟ ଦେଇଛି ଲକ୍‌ଡ୍‌ ଆଉଟ୍। ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ସଂଗୃହୀତ ତଥ୍ୟ କହୁଛି, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି।ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍‌ରେ ପଢ଼ୁଛନ୍ତି।

author-image
Chandan Shishu
Poor Internet Connectivity Shadows Online Classes In Odisha

Poor Internet Connectivity Shadows Online Classes In Odisha

ରାୟଗଡ଼: ଗ୍ରାମାଞ୍ଚଳରେ ଅପହଞ୍ଚ ଅନଲାଇନ୍ ଶିକ୍ଷା ବାଧକ ସାଜିଛି। ସ୍ମାର୍ଟଫୋନ୍ ଓ ନେଟୱର୍କ ସାଧନ ନ ଥିବାରୁ ରାୟଗଡ଼ା ଜିଲ୍ଲାର ଅନେକ ପିଲାଙ୍କ ପଢ଼ାରେ ବନ୍ଧା ହେଲାଣି ଡୋରୀ। ରାତି ପାହିଲେ ପାଠ ପଢ଼ା ଛାଡ଼ି ଗୋରୁ ଚରାଇବାକୁ ଯାଉଛନ୍ତି ପିଲା। ସ୍କୁଲ ବାରଣ୍ଡା ୨ବର୍ଷ ହେଲା ମାଡ଼ି ନାହାନ୍ତି। କେବଳ ରାୟଗଡ଼ା କାହିଁକି, ରାଜ୍ୟର ପ୍ରାୟ ସବୁ ପଛୁଆ ଅଞ୍ଚଳରେ ସମାନ ସ୍ଥିତି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ କେମିତି ମୋବାଇଲ୍ ନେଟୱର୍କ ପାଇଁ ମଞ୍ଚା ସାଜିଛି ଭରସା।  ଅନଲାଇନ୍ କ୍ଲାସ୍ ପାଇଁ କିଏ ମଞ୍ଚା ଉପରେ ଘଣ୍ଟା ଘଣ୍ଟା ବିତାଉଛି, ତ ପୁଣି କିଏ ପାହାଡ଼ ଚଢ଼ିଲାଣି। କରୋନା କାଳରେ ଅନଲାଇନ୍ ପାଠପଢ଼ା ଏମାନଙ୍କ ଲାଗି କାଠିକର ପାଠ। କରୋନା କାଳରେ ଏଭଳି ଗୋଟିଏ ପରେ ଗୋଟିଏ ଦୟନୀୟ ସ୍ଥିତି ବୟାନ କରୁଛି, ବାସ୍ତବରେ କେମିତି ଚାଲିଛି ଅନଲାଇନ୍ ଶିକ୍ଷା।

Advertisment

ରାଜ୍ୟ କଥା ଛାଡ଼ନ୍ତୁ, ଦେଶରେ ବି କରୋନା କାଳରେ ପାଠପଢ଼ା ନେଇ ଉଦବେଗଜନକ ତଥ୍ୟ ଦେଇଛି ଲକ୍‌ଡ୍‌ ଆଉଟ୍। ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ସଂଗୃହୀତ ତଥ୍ୟ କହୁଛି, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି। ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍‌ରେ ପଢ଼ୁଛନ୍ତି। ଏଣେ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ତୁରନ୍ତ ସ୍କୁଲ ଖୋଲିବା ସପକ୍ଷରେ ମତ ରଖିଛନ୍ତି ଗ୍ରାମାଞ୍ଚଳର ୯୭ ଓ ସହରାଞ୍ଚଳର ୯୦ ପ୍ରତିଶତ ଅଭିଭାବକ।

 ଓଡ଼ିଶାରେ ବି ଅନଲାଇନରେ ସବୁ ପିଲାଙ୍କୁ ଶିକ୍ଷାଦାନ ସମ୍ଭବ ହେଉନଥିବା ସ୍ୱୀକାର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ରାଜ୍ୟର ପାଖାପାଖି ୨୨ ପ୍ରତିଶତ ପିଲା ଅନଲାଇନ୍‌ରେ ପଢ଼ୁଛନ୍ତି  କିନ୍ତୁ ଅଫଲାଇନ୍ ପାଠପଢ଼ା ଆରମ୍ଭ ହେବାପରେ ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ୭୦% ପିଲା ସ୍କୁଲ ଆସିଲେଣି। ନିୟନ୍ତ୍ରଣକୁ ଆସିନି ସଂକ୍ରମଣ ତଥାପି ସବୁ ମହଲରୁ ସ୍କୁଲ ଖୋଲିବା ନେଇ ଆସୁଛି ମତ। କରୋନା ପାଇଁ ପିଲାଙ୍କ କ୍ୟାରିୟର ଯେପରି ବରବାଦ ନ ହେବ, ସରକାର କେତେ ଶୀଘ୍ର ନିଷ୍ପତ୍ତି ନେବେ, ତାକୁ ଏବେ ଅପେକ୍ଷା।

Advertisment

ରିପୋର୍ଟ: ମାନସ ପାଣି, ମନୋଜ ପାତ୍ର, ଦୀପକ ମହାନ୍ତ, ଜଗଦୀଶ ଦାଶ

Odisha News Online Classes
Advertisment
Advertisment