କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ । ଯାଜପୁର ଜିଲ୍ଲା ବରି ଥାନା ପୋଲିସ ମୂଳଝରି ଗାଁରୁ ୪୩ଟି କଇଁଛ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।
ଭଗବାନଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ.. ଅଧରାତିରେ ଶିବ ମନ୍ଦିରରେ ପଶି ନାଗ ମୂର୍ତ୍ତିକୁ କାଟି ନେଇ ଚମ୍ପଟ ମାରିଛନ୍ତି.. ଲଗାତର ମନ୍ଦିରରୁ ଚୋରି ଅଭିଯୋଗ ଆସୁଥିବା ବେଳେ ପୋଲିସ ଚୋରଙ୍କ ଟେର୍ ପାଉନି..
ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ୪୦ ଲକ୍ଷର ବ୍ରାଉନ୍ ସୁଗାର ଜବତ,ଜଣକୁ ଗିରଫ କରିଛି ପୋଲିସ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁଦର୍ଶନଙ୍କ ବହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି
କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା
କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ଏହି ରେଡ୍ ହୋଇଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ।
ଯାଜପୁରର ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ଏନେଇ ଥାନାରେ ଏତଲା ହୋଇଛି । କିଏ ଓ କାହିଁକି ନନ୍ଦ ସାରଙ୍କୁ ଧମକ ଦେଇଚି ଏହାର ପୁରା ଖବର ଜାଣନ୍ତୁ ଏହି ଭିଡିଓରେ ।
କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା । ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ ।
ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି ।
ମାତିଲେଣି ଏନଏଚ୍ ଲୁଟେରା : ଛକି ଛକି ବସୁଛନ୍ତି, ଦାମୀକିଆ ଗାଡ଼ି ଲୁଟ୍ କରୁଛନ୍ତି । ଟଙ୍କା ନଦେବାରୁ ଶିକ୍ଷକଙ୍କୁ ବହେ ଛେଚିଲେ ଲୁଟେରା ।
ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ।
ଦେବଗଡ଼ କଲା ଟୋଲ୍ ଗେଟ୍ ପାଖରେ ରବୀନ୍ଦ୍ର ଗାଡ଼ି ରଖି ପରିସ୍ରା ଯାଇଥିବାବେଳେ ୩ ଯୁବକ ବାଇକରେ ଆସି ତାଙ୍କୁ କାବୁ କରିଥିଲେ । ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର ପଛ ସିଟ୍ରେ ବସାଇଥିଲା ।
କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ହାର୍ଡକୋର୍ କଣ୍ଟ୍ରାକ୍ଟ କିଲର୍। ୧୦ ମିନିଟ୍ ଧରି ଧସ୍ତାଧସ୍ତି ପରେ ପୋଲିସ ଏହି ହାର୍ଡକୋର୍ କଣ୍ଟ୍ରାକ୍ଟ କିଲର୍କୁ କାବୁ କରିବାରେ ସଫଳ ହୋଇଥିଲା।
ସୁପାରି କିଲରକୁ କାବୁ କରିଛି କମିଶନରେଟ୍ ପୋଲିସ୍। ବନ୍ଧୁକ ଜବତ ସହ ଏହି ସବୁ ତଥ୍ୟ ପାଇଛି
ରାଜଧାନୀରୁ ସୁପାରୀ କିଲର ଗିରଫ। ୨ ପିସ୍ତଲ ସହ ଗୁଳି ଜବତ । ନୟାପଲ୍ଲୀ ଅଞ୍ଚଳରୁ ସୁପାରୀ କିଲରୁ କାବୁ କଲା କମିଶନରେଟ ପୋଲିସ।
କଟକ ବଡ଼ମ୍ବାସ୍ଥିତ ଯୋଡ଼ାମୁ ସେବା ସମବାୟ ସମିତି ସମ୍ପାଦକ ଗୋପାଳ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସମବାୟ ଋଣ ଜାଲିଆତି ଅଭିଯୋଗରେ ନିଲମ୍ବନ ।
ବନ୍ଧୁ ଓ ସମ୍ପର୍କୀୟଙ୍କୁ ସହାୟତା ନାଁରେ ଠକେଇ। ଜାଲ୍ କାଗଜପତ୍ର କରି ଚୁନ ଲଗାଇଛନ୍ତି ୪ କୋଟି ଟଙ୍କା । ବ୍ରହ୍ମପୁରରେ ସାମ୍ନାକୁ ଆସିଛି ଏଭଳି ବ଼ଡ ଧରଣର ଠକେଇ ।
ଅସୁରକ୍ଷିତ ବ୍ୟାଙ୍କ୍, ଅସୁରକ୍ଷିତ ଏଟିଏମ୍ । ଢିଲା ସୁରକ୍ଷାର ଫାଇଦା ନେଇ ଟାର୍ଗେଟ କରୁଛନ୍ତି କି ଲୁଟେରା ? ଭଦ୍ରକ ଏଟିଏମରେ ଲୁଟ ଘଟଣାରେ ମିଳିନି ଲୁଟେରା କି ଟଙ୍କାର ପତ୍ତା ।
ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି ।
ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍ରେ ପଶି ବୁଲାଇଦେଉଛନ୍ତି କଳାକନା।
ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ ।
ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରୁ । ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କ ବିରୋଧରେ ।
ଝିଅ ନମିଳିବାରୁ ବାପା ଉମାକାନ୍ତ ଓ ମାଆ ସସ୍ମିତା ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ଘଟଣାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।
ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? ତେବେ ତା ଠାରୁ ଆହୁରି ବଡ କଥା ହେଉଛି, ପୋଲିସ୍ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲା କାହିଁକି ? ୧୬୪ରେ ବୟାନ୍ ରେକର୍ଡ ଆଗରୁ କାହିଁକି କରୁନଥିଲା ?
ଆଦିବାସୀଙ୍କ କଲ୍ୟାଣ ଟଙ୍କାରେ ଅୟସ କରୁଥିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ମିଳିଛି ବିପୁଳି ସମ୍ପତ୍ତି ବାଡ଼ିର ହିସାବ।