• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦୁଝର: ଶିକ୍ଷକଙ୍କୁ ଅପହରଣ କରିବା ମହଙ୍ଗା ପଡ଼ିଲା । ଅପହରଣକାରୀଙ୍କୁ ନିସ୍ତୁକ ବାଡ଼େଇବା ସହ ପୋଲିସର ଜିମା ଦେଲେ ଲୋକେ । କେନ୍ଦୁଝର ଜିଲ୍ଲା ତେଲକୋଇ କାମଳାଙ୍ଗ ଗାଁର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ ଝାରସୁଗୁଡ଼ାରୁ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ୩ ଯୁବକ ତାଙ୍କୁ ଅଫହରଣ ପାଇଁ ଉଦ୍ୟମ କରିଥିଲେ ।

ଦେବଗଡ଼ କଲା ଟୋଲ୍ ଗେଟ୍ ପାଖରେ ରବୀନ୍ଦ୍ର ଗାଡ଼ି ରଖି ପରିସ୍ରା ଯାଇଥିବାବେଳେ ୩ ଯୁବକ ବାଇକରେ ଆସି ତାଙ୍କୁ କାବୁ କରିଥିଲେ । ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର ପଛ ସିଟ୍‌ରେ ବସାଇଥିଲା । ଆଉ ଅନ୍ୟ ଜଣେ ଆଗରେ ଗାଡ଼ି ଚଲାଇଥିଲା । ରାସ୍ତାରେ ଭୁଜାଲି ପିସ୍ତଲରେ ତାଙ୍କୁ ବାଡ଼େଇବା ସହ ଏଟିଏମ୍ କାର୍ଡ ନେଇଯାଇଥିଲେ । ତେବେ ଆକାଉଣ୍ଟରେ ଟଙ୍କା ନଥିବା କହିବାରୁ ରବୀନ୍ଦ୍ରଙ୍କୁ ମାରିବା ସହ ଟଙ୍କା ପଠାଇବା ଲାଗି ପୁଅକୁ କହିବାକୁ କହିଥିଲେ ଦୁହେଁ ।

ସୂଚନାଯୋଗ୍ୟ, କାର୍‌ରେ ରବୀନ୍ଦ୍ରଙ୍କୁ ନେଇ ଯାଉଥିବା ବେଳେ ପ୍ରଥମେ ପାଳଲହଡ଼ା ନିକଟରେ ଏକ ବାଇକ୍‌କୁ ପିଟିଥିଲେ ଅପହରଣକାରୀ । ଏହା ପରେ କିଛି ଯୁବକ କାର୍‌ଟିକୁ ପିଛା କରିଥିଲେ । ଏତିକି ବେଳେ କାର୍ ପଙ୍କଚର ହୋଇଯିବାରୁ ଅପହରଣକାରୀ ଜବରଦସ୍ତି ଗାଡ଼ିକୁ ଚଲାଇ ନେଇ ଆସିଥିଲେ । ରାସ୍ତାରେ ଦୁଇ ତିନିଟି ଜାଗାରେ ଗାଡ଼ି ଧକ୍କା କରିବାରୁ କିଛି ଯୁବକ ଲଗାତାର ପିଛା କରି ଚାଲିଥିଲେ

ସେପଟେ ତେଲକୋଇ ନୂଆଡିହ ପାଖରେ ଗାଡ଼ି ଆଉ ଚାଲିଲା ନାହିଁ । ଫଳରେ ସେମାନେ ନୂଆଡ଼ିହ ଛକ ନିକଟରେ ଏକ ପୋଖରୀ ପାଖରେ ଅଟକି ଷ୍ଟେପିନ ବଦଳାଇବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ପିଛା କରୁଥିବା ଯୁବକ ଓ ସ୍ଥାନୀୟ ଲୋକେ ତାଙ୍କୁ ଘେରି ଯାଇ ନିସ୍ତୁକ ଛେଚିବା ସହ ପୋଲିସର ଜିମା ଦେଇଥିଲେ । କାରରୁ ଗୋଟିଏ ଭୁଜାଲି ମିଳିଥିବା ବେଳେ ବନ୍ଧୁକ ମିଳି ନାହିଁ । ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଲା ଅପହରଣକାରୀ ଯୁବକମାନେ ଉକ୍ତ ଶିକ୍ଷକଙ୍କ ଛାତ୍ର ବୋଲି  ସୂଚନା ରହିଛି ।