• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ

  • ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ରେଡ୍

  • ବ୍ରହ୍ମପୁର ଲୋଚାପଡ଼ାରେ କନଷ୍ଟେବଲଙ୍କ ୩ ମହଲା ଘରେ ରେଡ୍

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପୋଲିସ୍ ବାବୁ । କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍ । ବାବୁଙ୍କ କୋଠା ଦେଖିଲେ ଆଖି ଖୋସି ହୋଇଯିବ । ଚକାଚକ୍ ଘର ସାଙ୍ଗକୁ ପୁଳା ପୁଳା ଟଙ୍କା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ରେଡ୍ ଚାଲିଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ବ୍ରହ୍ମପୁର ଲୋଚାପଡ଼ାରେ କନଷ୍ଟେବଲଙ୍କ ୩ ମହଲା ଘରେ ରେଡ୍ ହୋଇଛି ।

ବ୍ରହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ମଧ୍ୟ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ ଘରୁ ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି । ବହୁ ଦିନରୁ ସୁଦର୍ଶନ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା । ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଆଜି ଚଢ଼ାଉରେ ସାମିଲ ହୋଇଛନ୍ତି।

ସୁଦର୍ଶନ ପ୍ରଧାନଙ୍କ ବ୍ୟାଙ୍କ୍ ପାସବୁକ୍ ଜବତ କରାଯାଇଛି । ଅନ୍ୟ କେଉଁ ବ୍ୟବସାୟରେ ସଂପୃକ୍ତ ଅଛନ୍ତି କି ପଚରାଉଚରା କରାଯାଇଛି । ଏହାବ୍ୟତୀତ ତାଙ୍କ ଘରୁ ସୁନା ଅଳଙ୍କାର ମଧ୍ୟ ମିଳିଛି । 

OTV is now on Whatsapp

Join and get latest news update delivered to you via whatsapp

Join Now