Advertisment

ଓଡ଼ିଶା ଇତିହାସରେ ବିରଳ ରେକର୍ଡ କଲେ ଆଇଟିଡିଏ ସହକାରୀ ଯନ୍ତ୍ରୀ

ଆଦିବାସୀଙ୍କ କଲ୍ୟାଣ ଟଙ୍କାରେ ଅୟସ କରୁଥିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ମିଳିଛି ବିପୁଳି ସମ୍ପତ୍ତି ବାଡ଼ିର ହିସାବ।

author-image
Chandan Shishu
ଅଦ୍ୟତନ ହୋଇଛି
Vigilance Raid

Vigilance Raid

ଭୁବନେଶ୍ୱର: ଏକାଧିକ କୋଟିପତି ସରକାରୀ ବାବୁ ଧରାପଡ଼ିଲେଣି ଭିଜିଲାନସ ହାତରେ। ଧରାପଡ଼ିଥିବା ଅସାଧୁ ଅଫିସରଙ୍କ ମଧ୍ୟରୁ ସବୁଠୁ ଅଧିକ ୪୧ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଥିଲା ମୟୁରଭଞ୍ଜ ବାରିପଦାର ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରୁ। ଏହାପୂର୍ବରୁ ପୋଲିସ ହାଉସିଂ କର୍ପୋରେସନ୍‌ରୁ ବହିଷ୍କୃତ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କ ଘରୁ ମିଳିଥିଲା ନଗଦ ୩୮ ଲକ୍ଷରୁ ଅଧିକ ଟଙ୍କା। ସେହିପରି ବାଲେଶ୍ୱର ପଲ୍ୟୁସନ କଣ୍ଟ୍ରୋଲ୍ ବୋର୍ଡର ଅଫିସର ନରୋତ୍ତମ ଦାସଙ୍କ ଘରୁ ୧୬ ଲକ୍ଷରୁ ଅଧିକ ଟଙ୍କା, ଭବାନୀପାଟଣାର ସ୍ପେଶାଲ୍ ପିପି ଆଶୁୁତୋଷ ମିଶ୍ରଙ୍କ ଘରୁ ୧୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଚଢ଼ାଉ ବେଳେ ଜବତ କରିଥିଲା ଭିଜିଲାନସ।

Advertisment

କେବଳ ଏତିକି ନୁହେଁ, ବାଲିଗୁଡ଼ା ଆଇଟିଡିଏର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିଙ୍କ ପାଖରୁ ନଗଦ ୧୩ ଲକ୍ଷ, ଭୁବନେଶ୍ୱର ଷ୍ଟାଫ୍ ସିଲେକ୍ସନ୍ କମିଶନର ବହିଷ୍କୃତ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଜି ସାହୁଙ୍କ ପାଖରୁ ସାଢ଼େ ୧୨ ଲକ୍ଷ ଏବଂ କେନ୍ଦୁଝର ବୈତରଣୀ ଡିଭିଜିନ୍‌ର ସୁପରିଣ୍ଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ଘରୁ ମିଳିଥିଲା ୧୦ ଲକ୍ଷରୁ ଅଧିକ ଟଙ୍କା।

ଆଦିବାସୀଙ୍କ କଲ୍ୟାଣ ଟଙ୍କାରେ ଅୟସ କରୁଥିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ମିଳିଛି ବିପୁଳି ସମ୍ପତ୍ତି ବାଡ଼ିର ହିସାବ। ଆଜି ଦ୍ୱିତୀୟ ଦିନରେ ଚଢାଉ ପରେ ୪୧ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଛି। ଯାହା ଭିଜିଲାନ୍ସ ରେଡ୍ ଇତିହାସରେ ରେକର୍ଡ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ବଡଗଡ ସ୍ଥିତ ତାଙ୍କର ଅାଉ ଗୋଟିଏ ଘରୁ ରୂପା ଟଙ୍କା ବି ଜବତ କରିଛି ଭିଜିଲାନ୍ସ ଟିମ୍।

Advertisment

ଗତକାଲି ମୟୁରଭଞ୍ଜ, ବାଲେଶ୍ୱର, ଭୁବନେଶ୍ୱର ସମେତ ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ଘରୁ ୬୫୯ ଗ୍ରାମ ସୁନା, ଭୁବନେଶ୍ୱର ବଡଗଡ ଏବଂ ବାଲେଶ୍ୱରରେ ୪ ମହଲା ବିଲଡିଂ, ଶୈଳଶ୍ରୀବିହାରରେ ଗୋଟିଏ ଫ୍ଲାଟ, ଭୁବନେଶ୍ୱର କଳିଙ୍ଗ ବିହାରରୁ ଏକ ଅର୍ଦ୍ଧ ନିର୍ମାଣ ଘର ଠାବ କରିଥିଲା।

ସେହିପରି ବାଲେଶ୍ୱରର ୩ଟି ଫ୍ଲାଟ ଓ ଗାଡି ଠାବ କରିଥିଲା ଭିଜିଲାନସ। ତେବେ ୩୫ ବର୍ଷର ଚାକିରୀ କାଳରେ କେମିତି ଠୁଳ କଲେ ଏତେ ପରିମାଣର ସଂପତ୍ତି ତାକୁ ନେଇ ଭିଜିଲାନ୍ସ ଟିମ୍ ତନାଘନା କରିବା ସହ କନିଷ୍ଠ ଯନ୍ତ୍ରୀ ସନ୍ତୋଷଙ୍କୁ ଅଟକ ରଖିଛି। ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସମ୍ଭାବନା ରହିଛି।

Bhubaneswar Vigilance Raid
Advertisment
Advertisment