• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୟାଗଡ଼: ଏମିତି ବି ନିଷ୍ଠୁର ହୋଇପାରେ ମଣିଷ । ଗର୍ଭବତୀଙ୍କୁ ଗୋଇଠ ବି ମାରିପାରେ । କୁହାଯାଏ ଗର୍ଭବତୀଙ୍କୁ କଷ୍ଟ କାମ ତ ଦୂରର କଥା ଘରର ସାଧାରଣ କାମ ବି କରିବାକୁ ଦିଆଯିବା କଥା ନୁହେଁ । କାରଣ ଏହା ଦ୍ୱାରା ପଟେ ଭିତରେ ଥିବା ଛଆ ପରେ ପ୍ରଭାବ ପଡ଼ିପାରେ । ଖାଲି ସେତିକି ନୁହେଁ ଗର୍ଭବତୀଙ୍କୁ ସବୁବେଳେ ହସଖୁସିରେ ରଖିବା ଆବଶ୍ୟକ । ଏମିତିକି ତାଙ୍କ ମନକୁ କଷ୍ଟ ହେବା ଭଳି କୌଣସି କଥା କହିବା ବି ଉଚିତ୍ ନୁହେଁ ।

Phategarh police StationPhategarh police Station

ହେଲେ ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଣିଷ ଏମିତି ବି ନିଷ୍ଠୁର ହୋଇପାରେ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କାହିଁକି ଏଭଳି ଘଟିଲା ? କିଏ ଏଭଳି କାଣ୍ଡ ଘଟାଇଲା ? କ’ଣ ମଣିଷର କ୍ରୋଧ ଜଣେ ଗର୍ଭବତୀଙ୍କ ନିକଟରେ ଦେଖାଇବା ଜରୁରୀ ଥିଲା ? ଯେତେ କ୍ରୋଧ ଜର୍ଜରିତ ହୋଇଥିଲେ ବି ଗର୍ଭବତୀଙ୍କୁ ଦେଖି କ’ଣ କ୍ରୋଧକୁ ଚାପି ହୋଇନଥାନ୍ତା ? ଏବେ ଏମିତି କିଛି ପ୍ରଶ୍ନ ସ୍ଥାନୀୟ ଲୋକଙ୍କ ମନରେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରାଯାଇଛି l ଫତେଗଡ଼ ଥାନା ରାକମା ପଞ୍ଚାୟତ ବାଦିଲୋ ଗାଁର ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ ମାରୁଥିଲେ । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ଗାଁ ଦାଣ୍ଡରେ କିଛି ଦୁର୍ବୃତ୍ତ ଯୁବକଙ୍କୁ ମାଡ଼ ମାରୁଥିବା ବେଳେ ତାଙ୍କ ପତ୍ନୀ (ଗର୍ଭବତୀ) ରକ୍ଷା କରିବାକୁ ଆସିଥିଲେ । ହେଲେ ମାଡ଼ ମାରୁଥିବା ଦୁର୍ବୃତ୍ତ ମହିଳାଙ୍କ କଥା ଶୁଣିନଥିଲେ । ମହିଳା ଜଣକ ଯେତେ କାକୁତି ମିନତୀ ହୋଇଥିଲେ ବି ତାଙ୍କ କଥା କେହି ଶୁଣିବାକୁ ନାରାଜ । 

ଗର୍ଭବତୀଙ୍କ ଆକୁଳ ନିବେଦନ ଶୁଣିବା ତ ଦୂରର କଥା, ଓଲଟା ତାଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ମହିଳାଙ୍କୁ ଦୁମ୍ ଦାମ ବିଧା ଗୋଇଠା ମାରିବାକୁ ବି ସେମାନେ ଟିକେ କୁଣ୍ଠାବୋଧ କରିନଥିଲେ । ଆଉ ସେମାନଙ୍କ ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା । ଏନେଇ ନର୍ମଦା ନିଜେ ତାଙ୍କ ସ୍ୱାମୀଙ୍କ ସହ ଯାଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖିବା ସହ ତଦନ୍ତ ଚଳାଇଛି ।