Advertisment

ଉଠାଇନେଲା ପୋଲିସ, ଫିକା ପଡ଼ିଲା ବାସର ରାତି

ମୁଁ ବିବାହ କରିଥିବା ନେଇ ସ୍ତ୍ରୀ ଜାଣିନଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
ଅଭିଯୁକ୍ତ ସୋମନାଥ ମହାପାତ୍ର

ଅଭିଯୁକ୍ତ ସୋମନାଥ ମହାପାତ୍ର

ଭଣ୍ଡୁର ହେଲା ମିଛ କହି ସଂସାର କରିବାର ସ୍ୱପ୍ନ। ଥାନାରେ ରମେଶ ସ୍ୱାଇଁ ପାର୍ଟ-୨। ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ କଳାକାରନାମା ନଯାଉଣୁ ସାମନାକୁ ଆସିଲେ ଆଉ ଜଣେ କଳାକାର। ଦ୍ୱିତୀୟ ବିବାହ କରିବା ପରେ ମାଡ଼ିବସିଲା ପୋଲିସ। ଆଉ ପଦାକୁ ଆସିଲା ଆଉ ଜଣେ ଯୁବକଙ୍କ କାରନାମାର କାହାଣୀ।ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗରେ ସ୍ୱାମୀଙ୍କୁ ତାର ଘରୁ ଉଠାଇ ଆଣିଛି ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ପୋଲିସ।

Advertisment

ଅଭିଯୁକ୍ତ ସ୍ବାମୀଙ୍କ ନାଁ ସୋମନାଥ ମହାପାତ୍ର। ନିର୍ଯାତନା ସହ ଦ୍ୱିତୀୟ ବିବାହ ନେଇ ପ୍ରଥମ ପତ୍ନୀ ସୋମନାଥଙ୍କ ନାଁରେ ଅଭିଯୋଗ କରିଛନ୍ତି। ଗତ ୬ ତାରିଖ ଦିନ ବିଶ୍ୱନାଥ ଦ୍ୱିତୀୟ ବିବାହ କରିଥିବା ନେଇ ପତ୍ନୀ ଅଭିଯୋଗ ଉଠାଇଛନ୍ତି। ଅଭିଯୋଗ ପରେ ବାଣୀବିହାରସ୍ଥିତ ଘରୁ ବିଶ୍ୱନାଥଙ୍କୁ ଉଠାଇ ଆଣିବା ସହ ଅଟକ ରଖି ପଚରାଉଚରା କରୁଛି।

ଭୁବନେଶ୍ୱର ଏସିପି ରଜତ ରାୟଙ୍କ କହିବାନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରୁଥିବା ନେଇ ପ୍ରଥମ ସ୍ତ୍ରୀ ଅଭିଯୋଗ କରିଥିଲେ। ଯୁବକଙ୍କ ନାଁ ସୋମନାଥ ମହାପାତ୍ର। ଅଭିଯୋଗ ପରେ ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ, ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି। ଅନ୍ୟ ସ୍ତ୍ରୀ ଲୋକଙ୍କ ସମ୍ପର୍କ ରଖିଛନ୍ତି। ସେହି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ସେହି ଅଭିଯୋଗରେ ସୋମନାଥଙ୍କୁ ଅଟକ ରଖାଯାଇଛି। ତେବେ ସେ ଅନ୍ୟ କାହାକୁ ବିବାହ କରିଛନ୍ତି କି ନାହିଁ, ତାହା ଜଣାପଡିନାହିଁ। ଯଦି ସେଭଳି ଆସେ, ତାହାହେଲେ ତଦନ୍ତ କରାଯିବ।  

Advertisment

ତେବେ ଏନେଇ ସୋମନାଥ କହିଛନ୍ତି ଯେ ପ୍ରଥମ ସ୍ତ୍ରୀ ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଉଥିଲେ। ଏନେଇ ଯୁକ୍ତିତର୍କ ହୋଇଥିଲା। ଦୁଇ ଜଣ ସ୍ତ୍ରୀଙ୍କ ସହ ମୁଁ ସମ୍ପର୍କରେ ରହିଆସିଛି। ମୁଁ ବିବାହ କରିଥିବା ନେଇ ଦ୍ୱିତୀୟ ସ୍ତ୍ରୀ ଜାଣିନଥିଲେ। ମୁଁ ଭୁଲ କରିଛି। ପ୍ରଥମ ବିବାହ କରିଥିବା ସ୍ତ୍ରୀ ସହ ସମାଧାନ କରି ଦ୍ୱିତୀୟ ବିବାହ କରିବାର ଥିଲା।  

Illegal Marriage
Advertisment
Advertisment