• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରସିକିଆ ନକଲି ଡାକ୍ତରଙ୍କର ହେବ ଖେଳ ଖତମ । ମିଛ ଧରିବା ଲାଗି ରମେଶ ସ୍ୱାଇଁଙ୍କର ଲାଏ ଡିଟେକସନ ଟେଷ୍ଟ କରାଯିବ । ଏଥିଲାଗି ସେ ଅନୁମତି ଦେଇଥିବା ଜଣାପଡ଼ିଛି । ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ପୋଲିସ ତାଙ୍କର ଲାଏ ଡିଟେକସନ ଟେଷ୍ଟ କରିବ । ଆସନ୍ତା ବୁଧବାର ଦିନ ତାଙ୍କର ଲାଏ ଡିଟେକସନ କରାଯିବ । ଏନେଇ ମହିଳା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

ବିଭିନ୍ନ ସମୟରେ ବିଭିନ୍ନ ନାଁରେ ମହିଳା, ଡାକ୍ତର, ଛାତ୍ରଛାତ୍ରୀ ଓ ବେରୋଜଗାରୀଙ୍କୁ ଠକାଇ ଆସିଛନ୍ତି ରମେଶ । ଏପରିକି ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି । ତାଙ୍କ ବିରୋଧରେ ଅନେକଗୁଡ଼ିଏ ମାମଲା ଥିବାରୁ ସେ ସବୁର ତଦନ୍ତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ଗୋଟିଏ ପିଙ୍କ ଟିମ୍ ଗଠନ କରାଯାଇଛି । ଏହି ଟିମ୍‌ରେ ପୋଲିସ ଅଧିକାରୀ, ଲିଗାଲ୍ ଆଡଭାଇଜର, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ସାଇବର ଏକ୍ସପର୍ଟ ରହିଛନ୍ତି ।

ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଯୋଡ଼ି ହୋଇଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ । ସେ ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍‌ନାଲ ସିନ୍‌ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।