Advertisment

ସ୍କୁଲ୍‌ରୁ ପିସ୍ତଲ ମିଳିବା ପରେ ହଇଚଇ

ସ୍କୁଲ୍‌ରୁ ମିଳିଲା ପିସ୍ତଲ। ଶ୍ରେଣୀଗୃହ ସଫା କରିବା ବେଳେ ଏକ କଠୋରୀରୁ ପିସ୍ତଲ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

author-image
Rajalaxmi Sahoo
Pistol Found From School

Pistol Found From School

ସ୍କୁଲ୍‌ରୁ ମିଳିଲା ପିସ୍ତଲ। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଅନ୍ତର୍ଗତ ରେଙ୍ଗୁମୁଣ୍ଡା ପ୍ରାଥମିକ ସ୍କୁଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶ୍ରେଣୀଗୃହ ସଫା କରିବା ବେଳେ ଏକ କଠୋରୀରୁ ପିସ୍ତଲ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Advertisment

ସୂଚନା ଅନୁସାରେ, ସ୍କୁଲର ପୂର୍ବତନ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ କୋଠରୀକୁ ନିଜ ଅକ୍ତିଆରରେ ରଖି ବ୍ୟବହାର କରୁଥିଲେ। ଗତ ୪ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇ ଥିବାବେଳେ ଆସବାବପତ୍ର ନେଇ ନଥିଲେ। ତେବେ ପାଠପଢାରେ ସମସ୍ୟା ସୃଷ୍ଟି ହେବାରୁ ସିଆରସିସିଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ କଠୋରୀ ସଫା କରାଯାଉଥିଲା।

ସଫା କରିବା ସମୟରେ କଠୋରୀରେ ଥିବା ଥାକରୁ ପିସ୍ତଲ ମିଳିଥିଲା। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଜଣାଇଛନ୍ତି। ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ହିଁ ବନ୍ଧୁକ ରଖିଥିବା ଚର୍ଚ୍ଚା ହେଉଛି। ଗତ ଅକ୍ଟୋବରରେ ଗୋବିନ୍ଦ ରେଙ୍ଗୁମୁଣ୍ଡାର ଡିଲେଶ୍ୱର ସାହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। 

Advertisment
School Pistol Found
Advertisment
Advertisment