• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ବଲପୁରର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ଆଜି ପ୍ରଥମ ଶୁଣାଣି । ସମ୍ବଲପୁର ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ଏହି ଶୁଣାଣି ହେବ । ୨୦୧୧ ମସିହା ଜୁନରେ ଜୟଶ୍ରୀ ମିଶ୍ରଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଥିଲା । ଟାଉନ୍ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ମୃତ ମହିଳାଙ୍କ ଝିଅ ବିଜୟିନୀ ମିଶ୍ର ପୋଲିସ DGଙ୍କ ନିକଟରେ ଆବେଦନ କରିବା ପରେ ଘଟଣାର ଖୋଳତାଡ଼ ହୋଇଥିଲା । ଘଟଣାସ୍ଥଳରୁ ମାଟି ଖୋଳି ଖପୁରୀ ଉଦ୍ଧାର କରାଯାଇ DNA ପରୀକ୍ଷା ପାଇଁ ପଠାଯାଇଥିଲା ।

୨୦୧୧ ମସିହା ଅକ୍ଟୋବର ୧୪ ତାରିଖରେ ଜୟଶ୍ରୀ ମିଶ୍ର ନିଖୋଜ ହୋଇଯାଇଥିଲେ । ସମ୍ବଲପୁର ପୁଲିସ ୪ ମାସ ବିଳମ୍ବରେ ଏହାକୁ ଏକ ନି‌ଖୋଜ ମାମଲା କହି ଚୁପ ବସି ପଡ଼ିଥିଲା ।  କିନ୍ତୁ ମା’ଙ୍କ ନିଖୋଜ ହେବାକୁ ଗ୍ରହଣ କରି ନଥିଲେ ତାଙ୍କ ଝିଅ ତଥା ‌ଜେଏନ୍‌ୟୁର ଗବେଷିକା ବିଜୟିନୀ ମିଶ୍ର। ୨୦୧୯ ମସିହାରେ ଏ ସଂକ୍ରାନ୍ତରେ ତଦନ୍ତ ହୋଇଥିଲା । 

ଦୀର୍ଘ ୮ ବର୍ଷ ପରେ ୨୦୧୯ ମସିହାରେ ଜୟଶ୍ରୀଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଲା ଓ ପୋଲିସ୍ ଏହାକୁ ଏକ ହତ୍ୟା ମାମଲାରେ ପରିବର୍ତ୍ତିତ କରି ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିଥିଲା ।  ଆଉ ଏହା ପରେ ସେହି ବର୍ଷ ଜୁଲାଇ ୨୧ ତାରିଖରେ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ ସହିତ ପରବର୍ତ୍ତୀ ସମୟରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା । ଏହି ମାମଲାରେ କେବଳ ବସନ୍ତ ପଣ୍ଡା ନୁହେଁ, ଆହୁରି କିଛି ବ୍ୟକ୍ତି ମଧ୍ୟ ସାମିଲ ଥିବା ନେଇ ଅଭିଯୋଗ କରିଥିଲେ ବିଜୟିନୀ ମିଶ୍ର ।