/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647258244.jpg)
କମେଣ୍ଟ ସହିନପାରି ଜୀବନ ହାରିଲେ
ବାସୁଦେବପୁର(କିରୀଟି ଦାସ): ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ପଦ୍ମପୁରରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସୁମତୀ ପରିଡା ନିର୍ବାଚନ ଲଢୁଥିଲେ। ହେଲେ ନିର୍ବାଚନ ହାରିଯାଇଥିଲେ। ଗତକାଲି ଏହି ପଞ୍ଚାୟତରୁ ଜିତିଥିବା ସମିତି ସଭ୍ୟ ଓ ସରପଞ୍ଚ ବିଜୟ ଶୋଭାଯାତ୍ରା କରୁଥିଲେ।
ବିଜୟୀ ପ୍ରାର୍ଥୀଙ୍କର ଶୋଭାଯାତ୍ରା ଚାଲୁଥିବା ସମୟରେ କେତେକ କର୍ମୀ ସୁମତୀଙ୍କ ସ୍ୱାମୀ ରମାକାନ୍ତଙ୍କୁ ପରିହାସ କରିବା ସହ ପାଟିତୁଣ୍ଡ ଓ ଗାଳିଗୁଲଜ କରିଥିଲେ।ଏହି ଘଟଣାକୁ ନେଇ ରମାକାନ୍ତ ଘରେ ଫେରି ସ୍ତ୍ରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ନିର୍ବାଚନରେ ହାରିଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ, ସୁମତୀଙ୍କୁ କହିଥିଲେ।
ସମିତି ସଭ୍ୟା ପ୍ରାର୍ଥିନୀ ଓ ତାଙ୍କ ସ୍ୱାମୀପରେ ଏହି ଘଟଣାକୁ ନେଇ ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ଶୋଇବା ଘରେ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ଦେଖି ସୁମତୀ ମଧ୍ୟ ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା।
ହେଲେ ସେଠାରେ ରମାକାନ୍ତଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ, ସୁମତୀଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାକୁ ନେଇ ରମାକାନ୍ତଙ୍କ ବାପା ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)