ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି
DGP କହିଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ମାରିଲା, ତା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା ।
୪ ଆହତ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ ଚନ୍ଦନ ଓ ତାର ସହଯୋଗୀ ।
ମନ୍ତ୍ରୀ ନବ ଦାସ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳର ମୋଟିଭ୍ ନେଇ ନାର୍କୋ ଟେଷ୍ଟରୁ ମିଳିଲା କି ଖିଅ ?
ଗୁରୁତର ଯୁବତୀ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅନ୍ୟ ଜଣେ ମହିଳା ଓ ଦୁଇ ଛୁଆ ମଧ୍ୟ ଆହତ । ଅଭିଯୁକ୍ତ ଯୁବକ ଫେରାର୍, ଖୋଜୁଛି ପୋଲିସ ।
ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ ।
ଏକ୍ସ-ରେ ପରେ ଏହି ଘଟଣା ପଦାକୁ ଆସିଥିଲା। ତା’ର ପାକସ୍ଥଳୀରେ ଫୋନ୍ର କିଛି ଅଂଶକୁ ଠାବ କରାଯାଇଛି।
ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଲା ବୋହୂ। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା।
ଜଣେ ଯୁବକ ଆଇଫୋନ୍ ପାଇଁ ପୁରା ପ୍ଲାନିଂ ସହ ନା କେବଳ ଜଣେ ଡେଲିଭରୀ ବୟଙ୍କୁ ହତ୍ୟା କରିଛନ୍ତି, ବରଂ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଦେଇଥିଲେ।
ନିଜ ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ୪୭ ବର୍ଷୀୟ ବ୍ୟକ୍ତି। ହେଲେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ୧୬ ବର୍ଷୀୟ ନାବାଳିକା। ଶେଷରେ ସମ୍ପୃକ୍ତ ନାବାଳିକାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା।
ଅପରେସନ୍ ହେଲା ବୋଲି ହେବ ମାରା ହୋଇଗଲା। ପୂର୍ବ ପୁରୁଷମାନେ ଆଉ ପିଣ୍ଡ ପାଇବେ ନାହିଁ କହି ସ୍ୱାମୀ ଭଲରେ କଥାବାର୍ତ୍ତା ବି ହେଉନି। ଘରେ ନପୂରାଇବାରୁ ଆମ୍ବ ଗଛ ମୂଳେ ବସିରହିଛି ସ୍ତ୍ରୀ। ଯେତେ ବୁଝାଇଲେ କି କାକୁତିମୀନତି ହେଲେ କିଛି ଶୁଣୁନି। ଯିଏ ବୁଝାଇବାକୁ ଯାଉଛି ଧନୁ ତୀର ଧରି ମାରିଦବେ ବୋଲି କହୁଛି।
ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।
ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍ଠାକ୍ ଚାଲିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍ ଆଣିବାକୁ ଶାଶୁଘର ଲୋକେ କହିଥିଲେ । ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ ।
ପଥରପୁଞ୍ଜା ଗାଁରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ବିଜୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ସାବତ ମା’ ଏଥିରେ ରାଜି ନଥିଲେ । ଫଳରେ ପୁଅର ବିବାହକୁ ନେଇ ସାବତ ମାଆଙ୍କ ସହ ବଚସା ହୋଇଥିଲା ।
EOW କବ୍ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁଁ ସ୍ୱାମୀ ନାରାଜ । ୧୧ଟି ଛୁଆ ପରେ ମହିଳା ଅସ୍ତ୍ରୋପଚାର କରିଥିଲେ ।
ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ ହେଲେ ନିଜର। ଝିଅର ଜୀବନ ଚାଲିଯିବା ପରେ ବାପା ସିନା ଜଙ୍ଗଲରେ ଫୋପାଡି ଦେଲା। ହେଲେ ସ୍ୱେଚ୍ଛାସେବୀ ସଂଗଠନ ଝିଅର ଶବକୁ ଉଦ୍ଧାର କରିଛନ୍ତି। ଖାଲି ଉଦ୍ଧାର କରିନାହାନ୍ତି ବରଂ ଆତ୍ମୀୟ ସ୍ୱଜନଙ୍କ ପରି ଶବ ସତ୍କାର ବି କରିଛନ୍ତି। ଯାହାକୁ ନେଇ ପୂରା ଅଂଚଳରେ ଏବେ ଚର୍ଚ୍ଚା ଲାଗି ରହିଛି।
ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା।
ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍ କରିଥିଲେ।
ନାର୍କୋଟେଷ୍ଟରେ ଗୋପାଳର ସତ ମିଛକୁ ନେଇ ବି ସସପେନ୍ସ । କୋର୍ଟରେ କେତେ ଗ୍ରହଣୀୟ ହେବ ରିପୋର୍ଟ, ଉଠିଲା ପ୍ରଶ୍ନ ।
ବାଲେଶ୍ୱର ସୋର ଖରାସାହାପୁର ପଞ୍ଚାୟତ ଶଙ୍କରପଦା ଗାଁରେ ଗୁଣି ଗାରେଡିକୁ ନେଇ ପ୍ରବଳ ଗଣ୍ଡଗୋଳ l ଅନେକ ଦିନ ହେବ ଏହି ଅଂଚଳରେ ଗୁଣି ଗାରେଡି ହେଉଥିବା ନେଇ ସନ୍ଦେହ କରାଯାଉଥିଲା l ଗାଁର ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ପତ୍ନୀ ଖୁସି ମହାଳିକ ଗୁଣି ଗାରେଡି କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି l ତେବେ ଘଟଣା କଣ? ଖୁସିଙ୍କୁ ପଚରାଯିବାରୁ ଗାଁରେ ସୃଷ୍ଟି ହୋଇଛି ତୁମୁଳକାଣ୍ଡ।
କିଛି ସ୍କୁଲ୍ ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର ଧମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ। ଏନେଇ ଧମଡା ଗ୍ରାମବାସୀ ରଣପୁର ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି।
ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । ହେଲେ ପୋଲିସ ନଜରରୁ ସେ ଖସିପାରିନଥିଲା। ଖାଲି ଖସିନଥିଲା ତାହା ନୁହେଁ ବରଂ ଜହ୍ଲାଦ ପ୍ରେମିକକୁ ଗିରଫ କରିଛି ପୋଲିସ୍।
ବାଳକଟି ଗତ କିଛି ଦିନ ହେଲା ମୋବାଇଲ ମାୟାରେ ଏମିତି ପଡ଼ିଯାଇଥିଲା ଯେ, ଘଡ଼ିଏ ମଧ୍ୟ ତାକୁ ଛାଡ଼ିବାକୁ ଚାହୁଁନଥିଲା। ବିଶେଷ କରି ନୂଆ ନୂଆ ମୋବାଇଲ ଗେମ୍ର ନିଶା ତାକୁ ପୁରା କବଳିତ କରି ରଖିଥିଲା।