Advertisment

ଶପିଂ ମଲ୍‌ରେ ଆଖିବୁଜା ଗୁଳିମାଡ଼: ଅକାଳରେ ଚାଲିଗଲା ୮ ଜୀବନ

ଟେକ୍ସାସ୍‌ରେ ପୁଣିଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଟେକ୍ସାସ୍‌ର ଏକ ଶପିଂ ମଲ୍‌ରେ ହୋଇଥିବା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
8 Dead After Man Opens Fire In US Mall

8 Dead After Man Opens Fire In US Mall

ଆମେରିକାର ଟେକ୍ସାସ୍‌ରେ ପୁଣିଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଟେକ୍ସାସ୍‌ର ଏକ ଶପିଂ ମଲ୍‌ରେ ହୋଇଥିବା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ତେବେ ପୋଲିସ୍‌ ଗୁଳିରେ  ଦୁର୍ବୃତ୍ତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡ଼ିଛି। ଟେକ୍ସାସ୍‌ର ଆଲେନ ସ୍ଥିତ  ଆଲେନ୍ ପ୍ରିମିୟମ୍ ଆଉଟଲେଟସ୍‌ ମଲ୍‌ରେ ଆକ୍ରମଣକାରୀ ଗୁଳି ଚଳାଇଥିଲା। 

Advertisment

ମିଳିଥିବା ସୂଚନା ଅନୁସାରେ, ଏକ ମଲ୍‌କୁ ଆସି ଆତତାୟୀ ଜଣକ ଆସି ଆଖିବୁଜା ଗୁଳି ଚଳାଇଥିଲା। ତେବେ ପୋଲିସ୍‌ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଛି। ଗୁଳିମାଡ଼ ସମୟର କିଛି ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଲୋକମାନେ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଆଉ ଏକ ଭିଡିଓରେ ମୃତ ଦୁର୍ବୃତ୍ତକୁ ମଧ୍ୟ ଦେଖିବାକୁ ମିଳିଛି। ଆକ୍ରମଣରେ ବ୍ୟବହୃତ ବନ୍ଧୁକ ମୃତଦେହ ନିକଟରେ ପଡ଼ିଥିବା ନଜର ଆସିଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଭିଡିଓ ଅନୁସାରେ, ଗୁଳିମାଡ଼ ପରେ ମଲ୍‌ର ଅନେକ କର୍ମଚାରୀ ବିଲ୍ଡିଂରେ ଆଶ୍ରୟ ନେଇଥିଲେ। 

ସୂଚନାଥାଉ କି, ନିକଟରେ ସର୍ବିଆ ରାଜଧାନୀ ବେଲ୍‌ଗ୍ରେଡ୍‌ଠୁ ପାଖାପାଖି ୬୦ କି.ମି. ଦୂର ଦକ୍ଷିଣରେ ଏକ ସର୍ବିଆନ୍‌ ସହରରେ ଏହି ଗୁଳିକାଣ୍ଡ ହୋଇଥିଲା। ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ବାଇକ୍‌ରେ ଆସି ଅଚାନକ ଗୁଳିମାଡ଼ କରି ଦୁର୍ବୃତ୍ତ ଚମ୍ପଟ ମାରିଥିଲା।

Advertisment

ଉଦ୍‌ବେଗର କଥା ହେଲା ଆମେରିକାରେ ଗନ୍ କଲଚର ବଢ଼ିବାରେ ଲାଗିଛି। ଅର୍ଥାତ୍‌ ବ୍ୟକ୍ତିଗତ ଭାବେ ଅଧିକ ଲୋକ ବନ୍ଧୁକ କିଣି ରଖୁଛନ୍ତି । ଯାହା କି ଚିନ୍ତାର ବିଷୟ ବୋଲି କୁହାଯାଉଛି। କାରଣ ଏହାଦ୍ୱାରା ଗୁଳିକାଣ୍ଡ ବଢ଼ୁଛି। ସାଂଘାତିକ କଥା ହେଲା, କେବଳ ୨୦୨୧ରେ ଏପରି ଗୁଳିକାଣ୍ଡରେ ପ୍ରାୟ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ ୪୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରତି ବର୍ଷ ଗୁଳିକାଣ୍ଡରେ  ଏତେ ଲୋକଙ୍କ ମୃତ୍ୟୁ ପ୍ରଶାସନର ନିଦ ହଜାଇ ଦେଇଛି । ୨୦୨୧ରେ ମୋଟ ୧୯୫ଟି ଗୁଳିକାଣ୍ଡ ହୋଇଥିଲା। 

Shooting
Advertisment
Advertisment