/odishatv-khabar/media/post_attachments/uploadimage/library/16_9/16_9_0/Honey_trap_1683356432.jpg)
Honey trap
ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ବା DRDOର ପୁନେ ସ୍ଥିତ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବୈଜ୍ଞାନିକ ପ୍ରଦୀପ କୁରୁଲକର ଗିରଫ। ସେ ଗିରଫ ହେବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଖବର । ଜଣେ ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ସହ ଦେଶର କିଛି ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗରେ ତାଙ୍କୁ ଏଟିଏସ (Anti-Terrorism Squad) ଗିରଫ କରିଛି।
ଡିଫେନସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ବା ଡିଆରଡିଓର ପୁନେ ସ୍ଥିତ କାର୍ଯ୍ୟାଳୟରେ କାମ କରନ୍ତି ବୈଜ୍ଞାନିକ ପ୍ରଦୀପ କୁରୁଲକର ବା ପିକେ କୁରୁଲକର । ଜଣେ ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ସହ ଦେଶର କିଛି ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ । ମହାରାଷ୍ଟ୍ର ଏଟିଏସର ସୂଚନା ଅନୁଯାୟୀ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏଜେଣ୍ଟଙ୍କୁ ବୈଜ୍ଞାନିକ ଜଣକ ଭଏସ ମେସେଜ ସହ ହ୍ୱାଟସଆପ୍ ରେ ଭିଡିଓ କଲ ଆଦି ଜରିଆରେ ବହୁ ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ବୈଜ୍ଞାନିକଙ୍କୁ ଏଟିଏସ ମେ ୯ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି । ବୁଧବାର ରାତିରେ ଡିଆରଡିଓ ଭିଜିଲାନ୍ସ ଏବଂ ଦୀଲ୍ଲି ସୁରକ୍ଷା ବିଭାଗ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି।...
କେଉଁ ଗୁପ୍ତ ତଥ୍ୟ ପାକିସ୍ତାନ ଏଜେଣ୍ଟଙ୍କୁ ଦେଇଛନ୍ତି ସଂପ୍ତୃକ୍ତ ସାଇଣ୍ଟିଷ୍ଟ? କେମିତି ହେଲେ ହନିଟ୍ରାପ( honeytrap)ର ଶିକାର? କ୍ଷେପଣାସ୍ତ୍ରର ଫଟୋ ସହ ତାର ଲୋକେସନ ପାକିସ୍ତାନ ଏଜେଣ୍ଟଙ୍କୁ ସେୟାର କରିଥିବା ସୂଚନା ମିଳିଛି। ଡିଆରଡିଓ ଅନୁସନ୍ଧାନକାରୀ ଟିମ୍ ଲାପଟପ, ମୋବାଇଲ ଜବତ କରି ଫୋରେନସିକକୁ ପଠାଇଛି । ଫୋରେନସିକ ଟିମ୍ ସାଇଣ୍ଟିଷ୍ଟ କୁରୁଲକରଙ୍କ ମୋବାଇଲରୁ ପାକିସ୍ତାନ ଏଜେଣ୍ଟଙ୍କୁ ଗୁପ୍ତ ତଥ୍ୟ ପ୍ରେରଣ ହୋଇଥିବା ନେଇ ମଧ୍ୟ ରିପୋର୍ଟ କରିଥିବା ସୂଚନା ମିଳିଛି । ମିଜାଇଲ ଲଞ୍ଚର, ରୋବୋଟିକ୍ସ ଓ ପ୍ରତିରକ୍ଷା ସଂପର୍କିତ ବହୁ ବଡ଼ ବଡ଼ ପ୍ରକଳ୍ପରେ ପ୍ରାୟ ୩ ଦଶନ୍ଧି ଧରି କାମ କରିଛନ୍ତି କୁରୁଲକର। ଏଥିପାଇଁ ବହୁ ପୁରସ୍କାର ବି ପାଇଛନ୍ତି।
ତେବେ ଏଟିଏସର ସୂଚନା ଅନୁଯାୟୀ, ପାକିସ୍ତାନୀ ମହିଳା ଗୁପ୍ତଚର ଜଣଙ୍କ ପ୍ରଥମେ ସୋସିଆଲ ମିଡିଆରେ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ନିଜକୁ ଇଂଜିନିୟରିଂ ଛାତ୍ରୀ ପରିଚୟ ଦେଇ କୌଣସି ରିସର୍ଚ୍ଚ ପାଇଁ ତାଙ୍କ ସହାୟତା ଲୋଡ଼ିଥିଲେ । ବନ୍ଧୁତା ବଢ଼ିବା ପରେ ନିଜ ମାୟାଜାଲରେ ବୈଜ୍ଞାନିକଙ୍କୁ ଫସାଇଥିଲା ପାକିସ୍ତାନ ସୁନ୍ଦରୀ । ବ୍ୟକ୍ତିଗତ ଫଟୋ ଉଭୟେ ଆଦାନ ପ୍ରଦାନ କରିଥିଲେ । ଆଉ ପରବର୍ତ୍ତୀ ସମୟରେ ଏହି ବ୍ୟକ୍ତିଗତ ଫଟୋକୁ ନେଇ ବୈଜ୍ଞାନିକ କୁରଲକରଙ୍କୁ ବ୍ଲାକମେଲିଂ କରିଥିଲା ପାକିସ୍ତାନୀ ଏଜେଣ୍ଟ ଜଣକ । ଆଉ ହାତେଇଥିଲା ବହୁ ଗୁପ୍ତ ତଥ୍ୟ ।...
କେବଳ ଡିଆରିଡିଓର ଏହି ଜଣେ ସାଇଣ୍ଟିଷ୍ଟ ନୁହଁନ୍ତି, ପୂର୍ବରୁ ମଧ୍ୟ ଡିଆରଡିଓର ଆହୁରି କିଛି କର୍ମଚାରୀ ହନିଟ୍ରାପରେ ପଡ଼ଛନ୍ତି । ଗତ ଫେବୃଆରୀରେ ବାଲେଶ୍ୱର ଆଇଟିଆରରେ କାର୍ଯ୍ୟରତ ବାବୁରାମ ଦେ ନାମକ ଜଣେ ଟେକନିକାଲ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁପ୍ତତଥ୍ୟ ଲିକ୍ ଅଭିଯୋଗ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।
ସେହିପରି ୨୦୨୧ ଫେବୃଆରୀରେ ଆଇଟିଆରର ଠିକା କର୍ମଚାରୀ ଇଶ୍ୱର ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେହିପରି ୨୦୧୯ରେ ଆଇଏସଆଇ ଏଜେଣ୍ଟଙ୍କୁ ଗୁପ୍ତ ତଥ୍ୟ ପଠାଇଥିବା ଅଭିଯୋଗ ମାମଲାରେ ସେନାର ସୈନିକ ଭାବେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ବିଚିତ୍ର ବେହେରାଙ୍କୁ ରାଜସ୍ତାନରୁ ଗିରଫ କରାଯାଇଥିଲା ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)