/odishatv-khabar/media/post_attachments/uploadimage/library/16_9/16_9_0/murder_1683352472.jpg)
murder
ଶିକ୍ଷକଙ୍କ ଗଳା କାଟି ହତ୍ୟା । ସମ୍ବଲପୁର ଜିଲ୍ଳା କୁଚିଣ୍ଡାରେ ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖର୍ଲା ପୋଲ ନିକଟରେ ନିକଟରେ ଆଜି ତାଙ୍କ ମୃତଦେହ ଠାବ ହୋଇଛି । ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
ମୃତ ଶିକ୍ଷକଙ୍କ ନାମ ପୃଥ୍ୱୀରାଜ ମହାନନ୍ଦ । ତାଙ୍କ ବୟସ ୩୮ ବର୍ଷ । ସେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । କୁଚିଣ୍ଡା ଏନଏସିର ୬ ନମ୍ବର ୱାର୍ଡରେ ସ୍ତ୍ରୀ ଓ ପୁଅ ସହିତ ରହୁଥିଲେ ପୃଥ୍ୱୀରାଜ ମହାନନ୍ଦ । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ଶିକ୍ଷକ ସ୍କୁଟି ଧରି ବାହାରକୁ ଯାଇଥିଲେ । ହେଲେ ତା’ ପର ଠାରୁ ଘରକୁ ଫେରିନଥିଲେ । ଆଉ ଆଜି ସକାଳେ ତାଙ୍କର ମୃତଦେହ ଠାବ କାଯାଇଛି ।
ବର୍ତ୍ତମାନ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍ । ଏବେ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି । ତେବେ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ପୋଷ୍ଟମୋଟର୍ମ ପାଇଁ ମୃତଦେହକୁ ହସ୍ପିଟାଲକୁ ପଠାଇ ଦିଆଯିବ । ତା’ପରେ ଘର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)