• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାବାଳିକାର ତଣ୍ଟି କାଟି ହତ୍ୟା । ଅନୁଗୁଳ ଜିଲ୍ଲାର ସଦର ଥାନା କୁଇଓ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଘରେ ପଶି ଜଣେ ଯୁବକ ନାବାଳିକାର ତଣ୍ଟି କାଟି ହତ୍ୟା କରିଛି । ନାବାଳିକାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏପଟେ ହତ୍ୟାକାରୀ ଯୁବକ ଫେରାର ହୋଇଯାଇଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।

ସୂଚନା ଅନୁସାରେ ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ଆଜି ୧୦ଟା ବେଳେ ଜଣେ ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ନାବାଳିକା ଜଣକ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ । ବୟସ ୧୨ ବର୍ଷ । ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓରେ ରହୁଥିଲେ । ଆଜି ପୂର୍ବାହ୍ନରେ ନାବାଳିକା ତାଙ୍କ ମାଙ୍କ ସହ ଘରେ ଥିଲେ।

ହଠାତ ଜଣେ ଯୁବକ ଘରକୁ ପଶିଯାଇଥିଲା । ନାବାଳିକାଙ୍କ ମାଙ୍କୁ ଧକ୍କା ଦେବା ସହ ଖୁସିଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲା । ଏହି ଘଟଣା ପରେ ନାବାଳିକାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସଦର ଥାନା ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।