• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚିକେନ୍‌ କବାବ୍‌ ପାଇଁ ଜୀବନ ଚାଲିଗଲା । ଦୁଇ ମଦୁଆ ଯୁବକ ରୋଷେୟାକୁ ଗୁଳି କରି ହତ୍ୟା କରିଛନ୍ତି । ଉତ୍ତରପ୍ରଦେଶ ବରେଲିରୁ ଏପରି ଏକ ଚାଞ୍ଚଲ୍ୟକର ଖବର ଆସିଛି । ବୁଧବାର ରାତିରେ ବରେଲିର ପ୍ରେମନଗର ଅଞ୍ଚଳର ଏକ ପୁରୁଣା କବାବ ଦୋକାନରେ ଏହି ଘଟଣା ଘଟିଛି । କବାବ୍‌ ସ୍ୱାଦିଷ୍ଟ ଲାଗିଲାନି କହି ରୋଷେୟା ଓ ଦୁଇ ଯୁବକଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏହି କଥାକୁ ନେଇ ଦୋକାନରେ ଫୁଟିଥିଲା ଗୁଳି, ଯେଉଁଥିରେ ରୋଷେୟାଙ୍କ ଜୀବନ ଚାଲିଯାଇଛି ।

କବାବ ଦୋକାନର ମାଲିକ ଅଙ୍କୁର ସବରୱାଲଙ୍କ ସୂଚନା ଅନୁସାରେ, ବୁଧବାର ରାତିରେ ଉତ୍ତରାଖଣ୍ଡ ନମ୍ବର ଥିବା ଏକଟୋୟଟା କାରରେ ପହଞ୍ଚିଥିଲେ ଦୁଇ ଜଣ ଯୁବକ । ଉଭୟ ମଦ ନିଶାରେ ଚୁର୍ ଥିଲେ, ଟଳମଳ ହୋଇ ଦୋକାନରେ ବସିଥିଲେ । କିଛି ସମୟ ବସିବା ପରେ ଅର୍ଡର କରିଥିଲେ ଚିକେନ୍ କବାବ୍ । ରୋଷେୟା ଚିକେନ୍‌ କବାବ୍ ପରଷିବା ପରେ ସବୁତକ ଖାଇଦେଇଥିଲେ ଉଭୟ ।

ଅଧିକ ପଢ଼ନ୍ତୁ: ଟେଷ୍ଟି ଲାଗିଲାନି ଚିକେନ୍‌ ତରକାରୀ, କାଠ ଫାଳିଆରେ ପିଟି ପିଟି ପୁଅର ଜୀବନ ନେଲା ବାପା

ହେଲେ କବାବ୍‌ ଟେଷ୍ଟି ହୋଇନି କହି ଟଙ୍କା ଦେବାକୁ ମନା କରିଥିଲେ । ସ୍ୱାଦହୀନ କବାବ ପାଇଁ ଟଙ୍କା ଦେବୁନି କହି ଦୋକାନରୁ ବାହାରି ପଳାଇ ଯାଉଥିଲେ । ଏନେଇ ଅଙ୍କୁରଙ୍କ ସହ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଙ୍କୁର ଜଣେ ରୋଷେୟାକୁ ପଠାଇ ୧୨୦ ଟଙ୍କା ଆଣିବା ପାଇଁ କହିଥିଲେ ।

ହେଲେ ଟଙ୍କା ପାଇଁ ଗାଡ଼ି ପାଖକୁ ଯାଇଥିବା ରୋଷେୟାକୁ ଗୁଳି କରି ହତ୍ୟା କରିଥିଲଲେ ଦୁଇ ମଦୁଆ ଗ୍ରାହକ । ଆଉ ତା’ପରେ ଉଭୟେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ହେଲେ ଫେରାର ହେବା ପୂର୍ବରୁ ଉଭୟଙ୍କର ଏକ ଫଟୋ କ୍ଲିକ୍‌ କରିନେଇଥିଲେ ଅଙ୍କୁର ।

ରୋଷେୟାଙ୍କ ମୃତ୍ୟୁ ପରେ ଅଙ୍କୁର ଥାନାରେ ଅଭିଯୋଗ କରିବା ସହ ଫଟୋ ମଧ୍ୟ ଦେଇଥିଲେ । ଫଟୋ ଓ ଗାଡ଼ି ନମ୍ବର ଆଧାରରେ ଅଭିଯୁକ୍ତଙ୍କୁ ଟ୍ରାକ୍‌ କରିଥିଲା ପୋଲିସ୍‌ । ଏବେ ଉଭୟଙ୍କୁ ଚିହ୍ନଟ କରି ଗିରଫ କରିଛି ପୋଲିସ୍‌ ।