ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ପରିସରରେ ଚାଲିଛି ଅନୁଷ୍ଠାନ । ହଜାରେ ଆଠ କୁଣ୍ଡରେ ମହାଯଜ୍ଞ ସହ ମନ୍ତ୍ରମୁଗ୍ଧ କରୁଛି ବେଦ ଓ ରାମାୟଣ ପାଠ । ୩୩ କୋଟି ଦେବଦେବୀଙ୍କୁ କରାଯାଉଛି ଆବାହନ ।
ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ବର୍ତ୍ତମାନ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ କିଛି ପରାମର୍ଶ ଦିଆଯାଇଛି ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମୂହୁର୍ତ୍ତ ।
ମାତା ସୀତାଙ୍କୁ ଖୋଜିବା ପଥରେ ପଡେ କିସ୍କିନ୍ଧା ନଗର । ଏଠି ଗୋଟିଏ ଏମିତି ବାନର ଥାଏ, ଯିଏ ରାବଣକୁ କାଖରେ ଜାକି ପରାହତ କରିଛି । ଇତିହାସ କହୁଛି ରାବଣଠୁ ଅଧିକ ବଳ ତା’ ପାଖରେ ଅଛି ।
୫ଶହ ବର୍ଷ ପରେ ବହୁ ଲୋକଙ୍କ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । ଏହା ଭାରତ ଓ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ ।
ଆସୁଛନ୍ତି ପ୍ରଭୁ ଶ୍ରୀରାମ । ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସୋମବାର ହେବ ପ୍ରାଣ ପ୍ରତିଷ୍ଠା । ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବପ୍ରବଣ ଭକ୍ତଙ୍କ ଉତ୍ସାହ କାହିଁରେ କଣ ।
ଜାନୁଆରୀ ୨୨ ରେ ଛୁଟି ରହିବ ରିଲାଏନ୍ସ ଇଣ୍ତଷ୍ଟ୍ରୀ । ପୁରା ଭାରତରେ ଥିବା ରିଲାଏନ୍ସର ସମସ୍ତ ଶାଖା ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ଅବସରରେ ଛୁଟି ରହିବ । ଏନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ୱାନୀ ।
ଆସୁଛନ୍ତି ପ୍ରଭୁ ଶ୍ରୀରାମ। ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା। ସୋମବାର ହେବ ପ୍ରାଣ ପ୍ରତିଷ୍ଠା। ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ।
ରାମ ମନ୍ଦିରରେ ଉଡିବାକୁ ଥିବା ସ୍ୱତନ୍ତ୍ର ପତାକା ମଧ୍ୟ ମଧ୍ୟପ୍ରଦେଶର ରେୱାଠାରେ ପ୍ରସ୍ତୁତ କରାଯାଇଛି। ଏହି ପତାକାରେ ସୂର୍ଯ୍ୟଙ୍କ ସହିତ ସ୍ୱତନ୍ତ୍ର କୋଭିଦାର ବୃକ୍ଷ ଚିତ୍ରିତ ହୋଇଛି। ଏହା ପଛରେ କେଉଁ କାରଣ ରହିଛି ଆସନ୍ତୁ ଜାଣିବା।
ଧଳା ଧଳା ଦିଶୁଛି ସମ୍ପୂର୍ଣ୍ଣ ରାମ ମନ୍ଦିର । ମନ୍ଦିରର ପ୍ରତ୍ୟେକଟି କୋଣ ଅନୁକୋଣର କାରୁକାର୍ଯ୍ୟ ଯେମିତି କଥା କହୁଛି ।
ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ 'ଆଦିପୁରୁଷ' ରାମାୟଣ ଉପରେ ଆଧାରିତ ଥିଲା। କିନ୍ତୁ ସମାଲୋଚକ କିମ୍ବା ଦର୍ଶକ ଏହାକୁ ପସନ୍ଦ କରି ନଥିଲେ। 'ଆଦିପୁରୁଷ' ବ୍ୟତୀତ, ବଲିଉଡ୍ରେ ଆହୁରି ୫ଟି ଭଲ ଚଳଚ୍ଚିତ୍ର ଅଛି, ଯାହାକୁ ଆପଣ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଦେଖିବା ଉଚିତ। ଆସନ୍ତୁ ସେସବୁ ଫିଲ୍ମଗୁଡିକ ବିଷୟରେ ଜାଣିନେବା।
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ କେମିତି ଅନଲାଇନରେ ଆସିଲା .. ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଖେଳି ଯାଇଛି । ଅନ୍ୟପଟେ ଫଟୋ ଭାଇରାଲ ପରେ ଅସନ୍ତୋଷ ଝାଡ଼ିଛନ୍ତି ମୁଖ୍ୟ ପୂଜକ ।
ସଂପୂର୍ଣ୍ଣ ଶୃଙ୍ଗାର ପରେ ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମୂର୍ତ୍ତିର ଫଟୋ। ଫୁଲ ଓ ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ରାମଲାଲା। ଅଙ୍ଗବସ୍ତ୍ର ଓ ନାନା ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀରାମ।
ଆମାଜନରେ ରାମ ମନ୍ଦିରର ପ୍ରସାଦ ନାଁରେ ମିଳୁଛି ମିଠା । ଏପରି ଅଭିଯୋଗ ଆସିବା ପରେ ଇ-କମର୍ସ କମ୍ପାନୀ ଏହି ପ୍ରସାଦ ବିକ୍ରି ଉପରେ କଟକଣା ଲଗାଇଛି ।
ଦୁନିଆ ଆଗରେ ରାମଲାଲାଙ୍କ ଦିବ୍ୟ ଭବ୍ୟ ଓ ବିଶାଳ ମନ୍ଦିର । ସମସ୍ତ ସନାତନଙ୍କୁ ଆଜି ଗୌରବାନ୍ୱିତ କରୁଛି । ତାଠାରୁ ଅଧିକ ଭାବ ବିହ୍ୱଳ କରୁଛି ଆଜିର ମୁହୁର୍ତ୍ତ । ସ୍ୱାଧୀନତା ପାଇଁ ଦେଶ ଲଢ଼େଇ କରୁଥିଲା । ଆଉ ତା ସହ ଦେଶବାସୀ ରାମଲାଲାଙ୍କ ମନ୍ଦିର ପାଇଁ ସଂଘର୍ଷ ବି କରୁଥିଲେ। ଏ ଲଢ଼େଇରେ ବିଜୟ ପାଇବା ଏତେ ସହଜ ନଥିଲା ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ମଙ୍ଗଳପୁର, ମାଣିପୁର, ଗୋହିରାପଦା, ମାଣତ୍ରୀ ଓ ଋଷ ଗାଁ । ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଥିବାବେଳେ, ଏହି ଗାଁ ମାନଙ୍କରେ କିନ୍ତୁ ଦୁଇଗୁଣା ଉତ୍ସାହର ମାହୋଲ ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ମଝିରେ ଆଉ ମାତ୍ର ଦିନଟିଏ ଥିବା ବେଳେ ରାମ ଲାଲାଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଉଛି । ଗତକାଲି ପ୍ରଥମ କରି ରାମଲାଲାଙ୍କ ଦିବ୍ୟ ମୂର୍ତ୍ତି ଲୋକଲୋଚନକୁ ଆସିଥିଲା । ଆଉ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହିଁ ଶ୍ରୀରାମଙ୍କ ଏହି ଦିବ୍ୟ ମୂର୍ତ୍ତି ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଶ୍ରଦ୍ଧାଳୁ ।
ସାମ୍ନାକୁ ଆସିଲା କମନୀୟ କାନ୍ତି। ବାଳୁତ ଶ୍ରୀରାମଙ୍କ ଅପୂର୍ବ ରୂପ । ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇଛି ଦିବ୍ୟ ବିଗ୍ରହ। କୃଷ୍ଣଶୀଳା ନିର୍ମିତ ୫୧ ଇଞ୍ଚ ଉଚ୍ଚର ବିଗ୍ରହ।
ନୀଳକମଳ ଓ କଳାମେଘ ଭଳି ଶ୍ୟାମସୁନ୍ଦର ଶରୀରରେ ପ୍ରକାଶିତ ହେଉଥିଲା କୋଟି କୋଟି କାମଦେବଙ୍କ ଶୋଭା । ନାଲି ନାଲି ପାଦରେ ନଖ ଗୁଡ଼ିକର ଜ୍ୟୋତି ଏଭଳି ଲାଗୁଥିଲା, ଯେପରି ନାଲି ପଦ୍ମର ପତ୍ରରେ ସ୍ଥିର ହୋଇଯାଇଛି ମୋତି ।
କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲ ପ୍ରାଣ ପ୍ରତିଷ୍ଠା ସମାରୋହରେ ଜାନୁଆରୀ ୧୮ ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ମାଗଣାରେ ପ୍ରସବ କରିବାକୁ ଘୋଷଣା କରିଛି ।
ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି ।
ବଡ ଭାଇ ପ୍ରତି ସମ୍ମାନ ଏବଂ ତ୍ୟାଗର ଭାବନା ଆମେ ରାମ ଏବଂ ଲକ୍ଷ୍ମଣ ଠାରେ ହିଁ ପାଇଥାଉ। 'ରାମାୟଣ'ରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କ ମଧ୍ୟରେ ଏଭଳି ପ୍ରେମ ଏବଂ ସମ୍ମାନ ଆଜି ବି ଦେଖିବାକୁ ମିଳେ।
ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଦେଶୀ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଣିବାକୁ ମିଳିଛି ରାମ ଭଜନ।
ରାମଲାଲାଙ୍କ ପାଇଁ ତିଆରି ଚାଲିଛି ଏଇ ବିରାଟ ଦୀପ ସାଙ୍ଗକୁ ୧୨ ଫୁଟ ଉଚ୍ଚର ପ୍ରଭୁ ରାମଙ୍କ ପ୍ରତି ମୂର୍ତ୍ତି..