Advertisment

Ayodhya Ram Mandir: ରାମଙ୍କ କଥା ଜାଣିବା ପାଇଁ ଦେଖନ୍ତୁ ଏହି ୫ଟି ବଲିଉଡ୍ ଫିଲ୍ମ; ଗୋଟିଏରେ ହେଲେନ୍ ଥିଲେ ସୁର୍ପଣଖା

ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ 'ଆଦିପୁରୁଷ' ରାମାୟଣ ଉପରେ ଆଧାରିତ ଥିଲା। କିନ୍ତୁ ସମାଲୋଚକ କିମ୍ବା ଦର୍ଶକ ଏହାକୁ ପସନ୍ଦ କରି ନଥିଲେ। 'ଆଦିପୁରୁଷ' ବ୍ୟତୀତ, ବଲିଉଡ୍‌ରେ ଆହୁରି ୫ଟି ଭଲ ଚଳଚ୍ଚିତ୍ର ଅଛି, ଯାହାକୁ ଆପଣ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଦେଖିବା ଉଚିତ। ଆସନ୍ତୁ ସେସବୁ ଫିଲ୍ମଗୁଡିକ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
5 bollywood movies based on Ramayana you should watch before 22 january

5 bollywood movies based on Ramayana you should watch before 22 january

ଅଯୋଧ୍ୟାରେ ୨୨ ଜାନୁୟାରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ। ସମଗ୍ର ଭାରତ ଏହି ଉତ୍ସବକୁ ଏକ ପର୍ବ ପରି ପାଳନ କରୁଛି। ଏହାର ପ୍ରସ୍ତୁତି ମଧ୍ୟ ପ୍ରାୟ ସଂପୂର୍ଣ୍ଣ ହୋଇଛି। ସମଗ୍ର ଦେଶ ଶ୍ରୀରାମଙ୍କ ଭକ୍ତିରେ ଗଦଗଦ ହେଉଛି। ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ଆସନ୍ତୁ ରାମାୟଣ ଉପରେ ଆଧାରିତ କିଛି ଫିଲ୍ମ ଉପରେ ନଜର ପକେଇନେବା।

Advertisment

ଜୁନ୍ ୨୦୨୩ରେ ମୁକ୍ତିଲାଭ କରିଥିବା ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ 'ଆଦିପୁରୁଷ' ରାମାୟଣ ଉପରେ ଆଧାରିତ ଥିଲା। କିନ୍ତୁ ସମାଲୋଚକ କିମ୍ବା ଦର୍ଶକ ଏହାକୁ ପସନ୍ଦ କରି ନଥିଲେ। ଚଳଚ୍ଚିତ୍ର, ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।

ମନୋଜ ମୁନ୍ତାଶୀର ଫିଲ୍ମର ସଂଳାପ ଲେଖିଥିବାରୁ ମାସେ ଧରି ଟ୍ରୋଲ୍‌ର ଶିକାର ହୋଇଥିଲେ। 'ଆଦିପୁରୁଷ' ବ୍ୟତୀତ, ବଲିଉଡ୍‌ରେ ଆହୁରି ୫ଟି ଭଲ ଚଳଚ୍ଚିତ୍ର ଅଛି, ଯାହାକୁ ଆପଣ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଦେଖିବା ଉଚିତ। ଆସନ୍ତୁ ସେସବୁ ଫିଲ୍ମଗୁଡିକ ବିଷୟରେ ଜାଣିନେବା।

Advertisment

ସମ୍ପୂର୍ଣ୍ଣ ରାମାୟଣ:

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ବାବୁଭାଇ ମିସ୍ତ୍ରୀ। ଏହା ହେଉଛି ରାମାୟଣର ଏକ ସମ୍ପୂର୍ଣ୍ଣ ଆଡପ୍‌ସନ୍। ଏହି ଚଳଚ୍ଚିତ୍ରଟି ବଡ ପରଦାରେ ପୂରା ରାମାୟଣକୁ ଦେଖାଏ। ୧୯୬୧ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ମହିପାଲ୍‌ ‘ରାମ’ ଭୂମିକାରେ ଅଭିନୟ କରିଥିବାବେଳେ ଅନୀତା ଗୁହା ‘ସୀତା’ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ହେଲେନ୍‌ ‘ଶୁର୍ପଣଖା’ ଭୂମିକାରେ ଥିବାବେଳେ ଲଲିତ ପାୱାର ‘ମନ୍ଥରା’ ଭୂମିକାରେ ଥିଲେ।

ଲବ କୁଶ:

୧୯୯୭ ମସିହାରେ ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଲବ କୁଶ’ ଆସିଥିଲା। ଏଥିରେ ଜିତେନ୍ଦ୍ର ‘ରାମ’ ଭୂମିକାରେ ଅଭିନୟ କରିଥିବାବେଳେ ଅରୁଣ ଗୋଭିଲ ‘ଲକ୍ଷ୍ମଣ’ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମଧୁସୂଦନ ରାଓ। ମାଷ୍ଟର ଆଦିଲ ‘ଲବ’ ଭୂମିକାରେ ଅଭିନୟ କରିଥିଲେ।

ଶ୍ରୀରାମ ଭକ୍ତ ହନୁମାନ:

ଏହି ଚଳଚ୍ଚିତ୍ରଟି ୧୯୪୮ରେ ମୁକ୍ତିଲାଭ କରିଥିଲା। ହୋମି ୱାଡିୟା ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରଟି ବାଲ୍ମିକୀ ରାମାୟଣ ଉପରେ ଆଧାରିତ ଥିଲା। ଏଥିରେ ତ୍ରିଲୋକ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏସ୍. ଏନ୍. ତ୍ରିପାଠୀ ହନୁମାନ ଭୂମିକାରେ ଅଭିନୟ କରିଥିଲେ।

ରାମାୟଣ-ଦି ଲିଜେଣ୍ଡ୍ ଅଫ୍ ପ୍ରିନ୍ସ ରାମା:

ଏହା ୧୯୯୩ ରେ ମୁକ୍ତିଲାଭ କରିଥିବା ଏକ ଆନିମେସନ୍ ଚଳଚ୍ଚିତ୍ର ଥିଲା। ଏହାର ନ୍ୟାରେଟର୍ ଥିଲେ ଶତ୍ରୁଘ୍ନ ସିହ୍ନା। ଏଥିରେ ଅରୁଣ ଗୋବିଲ ରାମଙ୍କ ସ୍ୱର ଦେଇଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ରାମ ମୋହନ ଏବଂ କୋଇଚୀ ସସାକୀ।

ରାମ କି ଜନ୍ମଭୂମି:

ଏହି ଚଳଚ୍ଚିତ୍ରରେ ରାମ ଜନ୍ମଭୂମି ବିବାଦ ଉପରେ ସାମାଜିକ-ରାଜନନୈତିକ ଦୃଷ୍ଟିକୋଣ ଦର୍ଶାଯାଇଛି। ଏହା ରାମଙ୍କ ଜନ୍ମସ୍ଥାନ ଉପରେ ଏକ ବିଶେଷ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ଚଳଚ୍ଚିତ୍ରରେ ମନୋଜ ଯୋଶୀ ଏବଂ ଗୋବିନ୍ଦ ନାମଦେବଙ୍କ ଭଳି କଳାକାର ଥିଲେ। ୨୦୧୯ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସନୋଜ ମିଶ୍ର ଏବଂ ଗୁରୁବିନ୍ଦର ସିଂହ।

ଏସବୁ ବ୍ୟତୀତ ବଲିଉଡ ଏବଂ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହିପରି ସମାନ ଟାଇଟଲ୍‌କୁ ନେଇ ଆହୁରି ଅନେକ ଫିଲ୍ମ ତିଆରି ହୋଇଛି। ଆଗକୁ ମଧ୍ୟ ଆହୁରି ଅନେକ ଫିଲ୍ମ ଆସିପାରେ। ନୀତେଶ ତିୱାରୀ ମଧ୍ୟ 'ରାମାୟଣ' ପୃଷ୍ଠଭୂମିରେ ଏକ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ସେହିପରି କଙ୍ଗନା ରାଣାୱତ ମଧ୍ୟ ଅଯୋଧ୍ୟା ଉପରେ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି।

Ramayan Ayodhya Temple Bollywood Ayodhya Ram Mandir Ramayana Ayodhya
Advertisment
Advertisment