• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜାନୁଆରୀ ୨୨ ରେ ଛୁଟି ରହିବ ରିଲାଏନ୍ସ ଇଣ୍ତଷ୍ଟ୍ରୀ । ପୁରା ଭାରତରେ ଥିବା ରିଲାଏନ୍ସର ସମସ୍ତ ଶାଖା ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ଅବସରରେ ଛୁଟି ରହିବ । ଏନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ୱାନୀ । ଏପରି ଘୋଷଣା ଫଳରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତ ରିଲାଏନ୍ସ କର୍ମଚାରୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିପାରିବେ ବୋଲି ମୁକେଶ କହିଛନ୍ତି ।

କର୍ମଚାରୀମାନଙ୍କୁ ଏହି ଦିବ୍ୟ ଅନୁଭୂତିର ଆନନ୍ଦ ଦେବା ପାଇଁ ରିଲାଏନ୍ସ କମ୍ପାନୀ ନିଜର ସମସ୍ତ ଶାଖାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଗତ କିଛିଦିନ ତଳେ କେନ୍ଦ୍ର ସରକାର ନିଜର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁଆରୀ ୨୨ ରେ ଅଧା ଦିନ ଛୁଟି ଘୋଷଣା କରିଥିଲେ । ଅନ୍ୟପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ଉପଲକ୍ଷେ ଜାନୁଆରୀ ୨୨ ରେ ଦେଶର ସମସ୍ତ ବ୍ୟାଙ୍କ, ବୀମା କମ୍ପାନୀ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଅଧା ଦିନ ବନ୍ଦ ରହିବ । ଏନେଇ ଜାନୁଆରୀ ୧୮ ରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି ।

ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ନୟନ ଦୃଶ୍ୟମାନ ହୋଇପାରିବ ନାହିଁ । ତେବେ ପ୍ରଭୁଙ୍କର ପୁରା ମୂର୍ତ୍ତିର ରୂପକୁ କିଏ ଭାଇରାଲ କରିଛି, ସେନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଫଟୋ ଲିକକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ଲାଲାଙ୍କ ଫଟୋ ଲିକ୍ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ତେବେ ସୂଚନା ଅନୁସାରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାମଲାଲାଙ୍କ ଫଟୋ, ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଦ୍ୱାରା କରାଯାଇଛି ବୋଲି ଆଶଙ୍କା ପ୍ରକାଶ ପାଉଛି । ରାମଲାଲାଙ୍କ ଫଟୋ ଭାଇରାଲ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରଷ୍ଟ ଦାବି କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now