• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ସବମୁଖର ଅଯୋଧ୍ୟା । ଅପେକ୍ଷା କରିଛି ସାରା ଦେଶ । ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠାକୁ ସମସ୍ତେ ଚାହିଁ ବସିଛନ୍ତି । ଆଉ ଏହାକୁ ପବିତ୍ର ଉତ୍ସବ ଭାବେ ପାଳିବାକୁ ଦେଶବାସୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିବେଦନ କରିଛନ୍ତି । ବୈଜୟନ୍ତ କହିଛନ୍ତି, ଏହା ଏକ ଐତିହାସିକ ଦିନ ।

୫ଶହ ବର୍ଷ ପରେ ବହୁ ଲୋକଙ୍କ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । ଏହା ଭାରତ ଓ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ । ତେଣୁ ସେଦିନ ଆମେ ସମସ୍ତେ ନିଜେ ନିଜ ଘରେ ୫ଟି ଦୀପ ଲଗାଇବା ସହ ଭଜନକୀର୍ତ୍ତନ ଓ ହନୁମାନ ଚାଳିଶା ପାଠ କରିବାକୁ ନିବେଦନ କରିଛନ୍ତି ବୈଜୟନ୍ତ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାନୁଆରୀ ୨୨କୁ ଦୀପାବଳି ମନାଇବାକୁ ଅପିଲ କରିଥିଲେ । ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେଣୁ ଏହି ଖୁସି ଅବସରେ ସାରା ଦେଶରେ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଏଥି ସହିତ ମୋଦି ଆହୁରି କହିଥିଲେ ଯେ, ଅଯୋଧ୍ୟା ନଗରୀ ଦୀପ ଆଲୋକରେ ଆଲୋକିତ ହେଉଥିବା ବେଳେ ସାରା ଦେଶ ବି ସେହି ଦିନ ଦୀପରେ ସଜେଇ ହେଉ । ଏହା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ ।

ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଥିଲେ ମୋଦି । ଆଉ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଜାନୁଆରୀ ୨୨ ତାରିଖରେ ଘରେ ଘରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।