• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାମଙ୍କ ଆଗମନ ପାଇଁ ସବୁଆଡ଼େ ପ୍ରସ୍ତୁତି .. ସବୁଆଡ଼େ ଉତ୍ସାହ । ନିଜ ନିଜ ଆନ୍ଦାଜରେ ପ୍ରଭୁଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଭକ୍ତ । ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲ ଅଦ୍ଭୁତ ଘୋଷଣା କରିଛି । ପ୍ରାଣ ପ୍ରତିଷ୍ଠା ଉତ୍ସର୍ଗ ସମାରୋହ ପାଳନ କରିବା ପାଇଁ ଜାନୁଆରୀ ୧୮ ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ମାଗଣାରେ ପ୍ରସବ କରିବାକୁ ଘୋଷଣା କରିଛି ହସ୍ପିଟାଲ ।

ଅନ୍ୟପଟେ ୨୨ ରେ ହିଁ ଛୁଆ ଜନ୍ମ କରିବାକୁ ଅନେକ ଗର୍ଭବତୀ ଚାହୁଁଥିବା ସୂଚନା ମିଳିଛି । ରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ନିଜର ସନ୍ତାନ ଦୁନିଆର ଆଲୋକ ଦେଖୁ ବୋଲି ଉତ୍ତର ପ୍ରଦେଶର କାନପୁରର ଅନେକ ଦମ୍ପତ୍ତିଙ୍କର ଇଚ୍ଛା ରହିଥିବା ସୂଚନା ମିଳିଛି ।

କର୍ଣ୍ଣାଟକର ଜେଏସଏସ ସୁପର ସ୍ପେସିଆଲିଟି ହସ୍ପିଟାଲ ଚଳାଉଥିବା ଶ୍ରୀ ସିଦ୍ଧେଶ୍ୱର ଲୋକ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଘୋଷଣା କରିଛି ଯେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଜାନୁଆରୀ ୨୨ପର୍ଯ୍ୟନ୍ତ ଡାକ୍ତରଖାନାରେ ସମସ୍ତ ଗର୍ଭବତୀଙ୍କର ପ୍ରସବ ମାଗଣାରେ କରାଯିବ । ଏନେଇ ଜଣେ ଅଧିକାରୀ କହିଛନ୍ତି, ରାମଲାଲା ଆସୁଛନ୍ତି । ଏହା ଏକ ବିରାଟ ବଡ଼ ଘଟଣା । ଏଣୁ ଏହି ପବିତ୍ର ସମୟରେ ଭାଗିଦାରୀ ହେବା ପାଇଁ ହସ୍ପିଟାଲ ତରଫରୁ ଏପରି ଘୋଷଣା କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ପିଟାଲରେ ସାତୋଟି ପ୍ରସବ ମାଗଣାରେ କରାଯାଇଛି । ଅନ୍ୟପଟେ ବିଜୟପୁର ବିଧାୟକ ବାସନଗୌଡା ପାଟିଲ ଯତନାଲ ଏହାକୁ ଅଯୋଧ୍ୟା ଉତ୍ସବ ବୋଲି କହିଛନ୍ତି । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ପୋଷ୍ଟ କରି ଲେଖିଛନ୍ତି, ଏହି ସମୟରେ ପ୍ରସବ ହୋଇଥିବା ସମସ୍ତ ଶିଶୁ ଦିବ୍ୟ । ପୁଅ ହେଲେ ତାକୁ ରାମ ଓ ଝିଅ ହେଲେ ତାକୁ କନ୍ୟା ଭାବେ ବିଚାର କରାଯିବ ।

ଅନ୍ୟପଟେ ଉତ୍ତରପ୍ରଦେଶର ସର୍ବବୃହତ୍ ସରକାରୀ ଡାକ୍ତରଖାନାରେ ଗର୍ଭବତୀ ମହିଳାମାନେ ଆସନ୍ତା ଜାନୁଆରୀ ୨୨ରେ ନିଜ ନିଜର ପ୍ରସବ କରିବାକୁ ଅନୁରୋଧ କରୁଥିବା ସୂଚନା ମିଳିଛି । ଜାନୁଆରୀ ୨୨ ସୁଦ୍ଧା ଉପରୋକ୍ତ ମେଡ଼ିକାଲରେ ୩୦ ଟି ପ୍ରବସ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି କାର୍ଯ୍ୟରତ ଡାକ୍ତର ।