• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଯୋଧ୍ୟା ନୁହେଁ... ଏ ସ୍ୱର୍ଗ ! ରାମ ମନ୍ଦିର ନୁହେଁ... ଏ ସ୍ୱୟଂ ଭଗବାନଙ୍କ ଆବାସ ସ୍ଥାନ ! ଅଯୋଧ୍ୟା ରାମ ମନ୍ଦିରର ସମ୍ପୂର୍ଣ୍ଣ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାର ଚିତ୍ର ସମସ୍ତଙ୍କୁ ବାନ୍ଧି ରଖୁଛି । ଧଳା ଧଳା ଦିଶୁଛି ସମ୍ପୂର୍ଣ୍ଣ ରାମ ମନ୍ଦିର । ମନ୍ଦିରର ପ୍ରତ୍ୟେକଟି କୋଣ ଅନୁକୋଣର କାରୁକାର୍ଯ୍ୟ ଯେମିତି କଥା କହୁଛି । ଶିଳ୍ପୀର ହାତ ଯାଦୁ ଯେମିତି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଜୀବନ ପାଇ ଭଗବାନଙ୍କୁ ଅପେକ୍ଷା କରି ରହିଛି ।

ଡିଡି ନ୍ୟୁଜ୍ ଦ୍ୱାରା ସୋସିଆଲ ମିଡିଆ ‘X’ରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି । ଭିଡିଓରେ ମନ୍ଦିରର ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି । ଭିଡିଓରେ ମନ୍ଦିରର ତଳ ମହଲା ଠାରୁ ଆରମ୍ଭ କରି ସବୁକିଛିକୁ ଗୋଟି ଗୋଟି କରି ଦେଖାଯାଇଛି । ଏପରିକି ସୁନ୍ଦର ଆଲୋକ ସହିତ ମନ୍ଦିରର ସ୍ତମ୍ଭଗୁଡ଼ିକ ପୁଷ୍ପଗୁଚ୍ଛରେ ସଜେଇ ହୋଇଛି ।

ତାହା ସହିତ ସିଡ଼ିର କାମ ଚାଲିଥିବାବେଳେ ଫୁଲମାଳରେ ସଜାଯାଉଛି । ଭିଡିଓଟିର କ୍ୟାପସନ୍‌ରେ ‘ରାମନ୍ଦିର ଭିତରର ଏକ୍ସକ୍ଲୁସିଭ୍‌ ଚିତ୍ର ବୋଳି ଲେଖା ଯାଇଥିବାବେଳେ, ଏହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରମାଣ’ ଲେଖାଯାଇଛି ।

ଜାନୁଆରୀ ୨୨ ଅର୍ଥାତ୍‌ ମାତ୍ର ଗୋଟିଏ ଦିନ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ । ଏଥିପାଇଁ ସାରା ଦେଶ ଉତ୍ସବମୁଖର ରହିଛି । ଆଉ ଏହି କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଗଲାଣି ରୀତିନୀତି ।

ପବିତ୍ର ମନ୍ଦିର ଭିତରେ ରଖାଯାଇଥିବା ରୀତିନୀତିର କେନ୍ଦ୍ରରେ, ପ୍ରଭୁ ରାମଲାଲା ମୂର୍ତ୍ତିର ୫୧ ଇଞ୍ଚ ପ୍ରତିମା, ପାଞ୍ଚ ବର୍ଷ ବୟସରେ ପ୍ରଭୁ ରାମଙ୍କ ଚିତ୍ର । ଏହି ମୂର୍ତ୍ତିଟି କଳା ପଥରରୁ ମିସୁରୁ ଭିତ୍ତିକ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ଖୋଦିତ ହୋଇଥିଲା । ପ୍ରତିମାଙ୍କର ସମ୍ପୂର୍ଣ୍ଣ ରୂପ ଶୁକ୍ରବାର ଦିନ ଉନ୍ମୋଚିତ ହୋଇଥିଲା ଯେଉଁଥିରେ ଦେବତାଙ୍କ ଚେହେରା ତଥା ସୁବର୍ଣ୍ଣ ଧନୁ ଏବଂ ତୀର ଦେଖାଯାଇଥିଲା ।

ଏହି ମହୋତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ । ଏଥି ସହିତ ଅନେକ ମାନ୍ୟଗଣ୍ୟ ବ୍ୟତି ସାମିଲ ହେବେ । ଏହି ଉତ୍ସବ ପାଇଁ ନିମନ୍ତ୍ରିତ ୮,୦୦୦ ଅତିଥିଙ୍କ ପାଇଁ ବ୍ୟବସ୍ଥା ହୋଇଛି । ବ୍ୟବସାୟୀ ମୁକେଶ ଅମ୍ବାନୀ, ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଅତିଥିଙ୍କ ତାଲିକାରେ ରହିଛନ୍ତି । ଏହି ଦିନକୁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା ମଧ୍ୟ କରିସାରିଛନ୍ତି ।