/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712052641.jpg)
Odisha Politics
ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍ପି, ଆଇଜିଙ୍କୁ ବଦଳି ନିର୍ଦ୍ଦେଶ । ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ମଧ୍ବୟ ଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।
ସେପଟେ ଅନୁଗୁଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର ଓ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଖୋର୍ଦ୍ଧା ଏସ୍ପି ବି. ଯୁଗଳ କିଶୋରଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କୁ ମଧ୍ୟ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।
#୮ ଜିଲ୍ଲାପାଳ_ଏସ୍ପିଙ୍କୁ_ବଦଳି_ନିର୍ଦ୍ଦେଶ
-ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ
-ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ
-କଟକ ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କୁ ବଦଳି ନିର୍ଦ୍ଦେଶ
-ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ବଦଳି ନିର୍ଦ୍ଦେଶ#IAS#IPS#Transfrer#OTVpic.twitter.com/rha9l7iaQF— ଓଟିଭି (@otvkhabar) April 2, 2024
ଅନ୍ୟପଟେ ଆଇପିଏସ୍ କନୱର ବିଶାଲ ସିଂହଙ୍କୁ ବି ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ସଂପର୍କୀତ କାମ ନଥିବା ସ୍ଥାନକୁ ବଦଳି ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ଇଲେକସନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ସରକାରୀ କଳର ଅପବ୍ୟବହାର ରୋକିବା ଏହାର ଉଦ୍ଦେଶ୍ୟ ।
ଚଳିତଥର ଓଡ଼ିଶାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଅଭିଯୋଗ ପରେ ପ୍ରମାଣିତ ହୋଇଥିବା ଅଫିସରଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)