• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶାଢ଼ି ଭାରତୀୟଙ୍କର ପରିଚୟ । ଭାରତରେ ଅଧିକାଂଶ ମହିଳାମାନେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି । ଶାଢ଼ିର ଲୋକପ୍ରିୟତା ଏଠି କାହିଁରେ କ’ଣ । ଯେ କୌଣସି ଉତ୍ସବ କିମ୍ବା ଯାନି ଯାତରାରେ ମହିଳାମାନଙ୍କୁ ଶାଢ଼ି ପିନ୍ଧିବାର ଦେଖାଯାଏ । ପୁଣି ରାଜ୍ୟ ହିସାବରେ ଏଠାରେ ଶାଢ଼ି ପିନ୍ଧିବାର ଷ୍ଟାଇଲ ଅଲଗା ଅଲଗା । କିଏ ପଣତ ଅଧିକା ରଖିବାକୁ ପସନ୍ଦ କରେ ତ କିଏ ପଣତକୁ ଆଗରେ ପକାଇ ପିନ୍ଧେ ।

ସାଢ଼େ ପାଞ୍ଚରୁ ଛଅ ମିଟର ଲମ୍ବ ଏହି ପରିଧାନ ବସ୍ତ୍ର, ଭାରତୀୟ ନାରୀମାନଙ୍କର ଗର୍ବ ଓ ଗୌରବ । କିନ୍ତୁ ଆପଣମାନେ ଜାଣନ୍ତି କି, ଆମ ସମସ୍ତଙ୍କର ଅତିପ୍ରିୟ ଶାଢ଼ି କର୍କଟ ରୋଗର କାରଣ ହୋଇପାରେ । ଯଦି ଶାଢ଼ି ପିନ୍ଧିବାର ଶୈଳୀ ଭୁଲ ହୋଇଥାଏ, ତେବେ ଏହା କର୍କଟର କାରଣ ହୋଇପାରେ । ଅନ୍ୟପଟେ ଏହି ଶାଢ଼ି କ୍ୟାନସର କେବଳ ଭାରତରେ ହିଁ ଦେଖିବାକୁ ମିଳେ । କାରଣ ଭାରତୀୟମାନେ ହିଁ ଶାଢ଼ି ପିନ୍ଧିବା ପସନ୍ଦ କରନ୍ତି ।

ଭାରତରେ ଅନେକ ମହିଳା ବର୍ଷର ୧୨ ମାସ, ସପ୍ତାହ ସାତ ଦିନ ଯାକ ଶାଢ଼ି ପିନ୍ଧନ୍ତି । ଶାଢ଼ିକୁ ବାନ୍ଧିବା ପାଇଁ ସୂତା ପେଟିକୋଟଟି ଅଣ୍ଟାରେ ଜୋରରେ ବନ୍ଧାଯାଇଥାଏ । ଦିଲ୍ଲୀର PSRI ହସ୍ପିଟାଲର କର୍କଟ ସର୍ଜନ ଡକ୍ଟର ବିବେକ ଗୁପ୍ତାଙ୍କ କହିବା ଅନୁଯାୟୀ, ଯଦି ଜଣେ ମହିଳା ଦୀର୍ଘ ସମୟ ଧରି ଶାଢ଼ି ପିନ୍ଧିଲେ; ଏହା ଅଣ୍ଟାରେ ଘଷି ହେବା ଆରମ୍ଭ କରେ । ଏଣୁ ସେଠାରେ ଥିବା ଚର୍ମ କଳା ହୋଇଯାଏ । ବାରମ୍ବାର ଏପରି ହେବା ଦ୍ୱାରା କର୍କଟ ହୋଇପାରେ ।

ଅନ୍ୟପଟେ କର୍କଟ ପାଇଁ ଅପରିଷ୍କାର ଶାଢ଼ି ଅଧିକ ଦାୟୀ । ଯେଉଁ ଅଞ୍ଚଳରେ ଅଧିକ ଉତ୍ତାପ ଏବଂ ଆର୍ଦ୍ରତା ହୁଏ, ସେହି ଅଞ୍ଚଳରେ ହିଁ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ବିହାର ଓ ଝାଡ଼ଖଣ୍ଡରୁ ଏପରି ମାମଲା ଏବେ ବି ଦେଖିବାକୁ ମିଳୁଛି । ମୁମ୍ବାଇର ଆରଏନ୍ କପୁର୍ ହସ୍ପିଟାଲରେ ମଧ୍ୟ ଏହା ଉପରେ ଗବେଷଣା କରାଯାଇଛି । ଉକ୍ତ ଗବେଷଣାରେ ଧୋତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଜଣେ ୬୮ ବର୍ଷୀୟ ମହିଳାଙ୍କ ନିକଟରେ ଶାଢ଼ି କ୍ୟାନସର ଦେଖିବାକୁ ମିଳିଥିଲା । ସେ ୧୩ ବର୍ଷ ବୟସରୁ ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ ।

କାଙ୍ଗ୍ରି କର୍କଟ କ’ଣ?

ସେହିଭଳି କାଶ୍ମୀରରେ କାଙ୍ଗ୍ରି କର୍କଟ ରୋଗ ଦେଖିବାକୁ ମିଳେ । ଏହା ମଧ୍ୟ ଏକ ପ୍ରକାର ଚର୍ମ କର୍କଟ ଅଟେ । ଏହି କର୍କଟ କେବଳ କାଶ୍ମୀରରେ ହିଁ ହୋଇଥାଏ । ଅତ୍ୟଧିକ ଥଣ୍ଡା ଫଳରେ, ସେଠାରେ ଥିବା ଲୋକମାନେ ନିଜ ପୋଷାକ ଭିତରେ ନିଆଁ ପୁଆଇଁ ଥାଆନ୍ତି । ଫଳରେ ପେଟ ଏବଂ ଜଙ୍ଘ ଦ୍ୱାରା ପ୍ରାପ୍ତ ଏହି କ୍ରମାଗତ ଉତ୍ତାପ କର୍କଟ ରୋଗର କାରଣ ହୋଇଥାଏ ।

ସେହିପରି, ଟାଇଟ୍ ଫିଟ୍ ଜିନ୍ସ ପୁରୁଷମାନଙ୍କ କର୍କଟ ପାଇଁ ଦାୟୀ ବୋଲି ବିବେଚନା କରାଯାଇଛି । ଅତ୍ୟଧିକ ଟାଇଟ ଫଳରେ ଅମ୍ଳଜାନ ଠିକ ଭାବେ ପହଞ୍ଚିପାରେ ନାହିଁ । ଜିନ୍ସ ପୁରୁଷମାନଙ୍କ ତଳ ପେଟର ତାପମାତ୍ରାକୁ ବଢ଼ାଇଥାଏ । ଫଳରେ ଶୁକ୍ରାଣୁର ପରିମାଣ ହ୍ରାସ ହୁଏ ଓ ଟେଷ୍ଟିକୁଲାର କର୍କଟ (ଓଭାରି କ୍ୟାନସର) ମଧ୍ୟ କରିପାରେ ।