• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁଇ ଦିନ ମଧ୍ୟରେ ନ୍ୟୁୟର୍କ ସିଟିରେ ଦୁଇଟି ବିରଳ ପ୍ରାକୃତିକ ଘଟଣା ଘଟିଯାଇଛି । ଗତ ଏପ୍ରିଲ୍ ୪, ୨୦୨୪ ରେ ଏକ ଭୟଙ୍କର ବଜ୍ରପାତ ହୋଇଥିଲା । ବଜ୍ରପାତଟି ନ୍ୟୁୟର୍କରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଛୁଇଁଥିଲା । ଏହି ଷ୍ଟାଚ୍ୟୁ ଅଫ୍ ଲିବର୍ଟି ନ୍ୟୁୟର୍କ ସହରର ପରିଚୟ ଭାବେ ଗଣାଯାଏ । ସେହିପରି ପରଦିନ ୪.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା । ଭୂକମ୍ପଟି ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଥିଲା ।

ସୂର୍ଯ୍ୟ ପରାଗ ସମୟରେ ଏହି ଦୁଇଟି ଘଟଣା ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି । ଏପରି ଘଟଣାଗୁଡ଼ିକୁ ନେଇ ଅନେକ ଆଶ୍ଚର୍ଯ୍ୟ ଏବଂ ଚିନ୍ତା ପ୍ରକଟ କରିଛନ୍ତି । ଗୋଟିଏ ଦିନ ଅନ୍ତରରେ ବଜ୍ରପାତ ଏବଂ ଭୂକମ୍ପକୁ ନେଇ ଅନେକ ଗୁଜବ ମଧ୍ୟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଗତକାଲି ୪.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ନ୍ୟୁୟର୍କ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା ।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ୪.୮ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ରେକର୍ଡ ହୋଇଥିବା ତୃତୀୟ ବୃହତ୍ତମ ଭୂକମ୍ପ । ଏହା ପ୍ରାୟ ୨୪୦ ବର୍ଷରୁ ଅଧିକ ସମୟ ମଧ୍ୟରେ ନ୍ୟୁଜର୍ସିରେ ମଧ୍ୟ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଥିଲା । ପ୍ରଥମ ଅନୁଭୂତ ସ୍ଥାନୀୟ ସମୟ ସକାଳ ୧୦.୨୦ରେ ହୋଇଥିଲା । ଅନ୍ୟପଟେ ନ୍ୟୁୟର୍କରେ ଏହାର ପ୍ରଭାବ ୪୦ ବର୍ଷର ରେକର୍ଡକୁ କାଟିଦେଇଥିଲା ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ । ବାଲ୍ଟିମୋରରୁ ବୋଷ୍ଟନ ସହର ପର୍ଯ୍ୟନ୍ତ କମ୍ପନ ଅନୁଭବ ହୋଇଥିବା ଜଣାଯାଇଛି । ଏନେଇ ନ୍ୟୁୟର୍କର ରାଜ୍ୟପାଳ କ୍ୟାଥୀ ହୋଚୁଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ ଶତାବ୍ଦୀରେ ପୂର୍ବ ତଟରେ ହୋଇଥିବା ଭୂମିକମ୍ପ ମଧ୍ୟରେ ଏହା ସବୁଠାରୁ ବଡ ଭୂକମ୍ପ ଅଟେ ।

USGS ଅନୁଯାୟୀ ପୂର୍ବ ଆମେରିକାର ଭୂକମ୍ପ ଏକ ବ୍ୟାପକ ଅଞ୍ଚଳରେ ଅନୁଭୂତ ହୋଇଛି କାରଣ ସେଠାରେ ଥିବା ପଥରଗୁଡ଼ିକ ବହୁ ପୁରାତନ ଏବଂ କଠିନ ଅଟେ । ଫଳରେ, ଏହା ଭୂକମ୍ପ ଶକ୍ତିକୁ ସହଜରେ ସ୍ଥାନାନ୍ତର କରିଥାଏ । ପଶ୍ଚିମ ଯୁକ୍ତରାଷ୍ଟ୍ରରେ ଥିବା ପଥରଗୁଡିକ ଅଧିକ ଫମ୍ପା ଯାହାଫଳରେ ଭୂକମ୍ପ ଶକ୍ତି ଗ୍ରହଣ କରିଥାଏ ।

USGSର ଚେତାବନୀ ଅନୁସାରେ ଆମେରିକାର ପ୍ରାୟ ୭୫% ଅଞ୍ଚଳ ଆଗାମୀ ୧୦୦ ବର୍ଷ ମଧ୍ୟରେ କ୍ଷତିକାରକ ଭୂକମ୍ପର ସମ୍ମୁଖୀନ ହୋଇପାରେ ।