/odishatv-khabar/media/post_attachments/uploadimage/library/16_9/16_9_0/Congress_1712142582.jpg)
Congress
କଂଗ୍ରେସରେ ଚାଲିଛି ଡିଲ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।
ପରିବାରରୁ କାହାକୁ ଟିକେଟ ନମିଳିବା ତାଙ୍କୁ ଆଘାତ ଦେଇଛି ବୋଲି କହିଛନ୍ତି । ସିଧାସଳଖ କୌଣସି ଦଳକୁ ଟାର୍ଗେଟ ନକରି ଥିଲେ ମଧ୍ୟ କଂଗ୍ରେସ ଦଳକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଡିଲ୍ ର ଅଭିଯୋଗ ଆଣିଛନ୍ତି ଶିଶିର ଗମାଙ୍ଗ । ସେହିପରି ପିସିସି ସଭାପତି ପରିବାରରୁ ଜଣଙ୍କୁ ଟିକେଟ ମିଳିବ ବୋଲି ଯେଉଁ ମନ୍ତବ୍ୟ ଦେଉଥିଲେ ତାକୁ ମଧ୍ୟ ସମାଲୋଚନା କରିଛନ୍ତି ।
ଅଧିକ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ପଟ୍ଟ ପରିବର୍ତ୍ତନ: ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା
ଭୂଜବଳ ମାଝିଙ୍କ ପରିବାରରୁ ୪ଜଣଙ୍କୁ ଟିକେଟ ମିଳିଛି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଆଗାମୀ ପଦକ୍ଷେପ କଣ ହେବ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶିଶିର ଗମାଙ୍ଗ । ଚିତ୍ରକୋଣ୍ଡା ଟିକେଟ ଆଶାୟୀ ଶରତ ବୁରୁଦା ମଧ୍ୟ କଂଗ୍ରେସରେ ଟଙ୍କା ନେଇ ଟିକେଟ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ।
ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସବୁ ସିଟରେ ଟିକେଟ ଦିଆଯାଉନି । କାହା କଥାରେ ମଧ୍ୟ ଟିକେଟ ଦିଆଯାଉନି । ବିଜୟ ସଂଭାବନା ଥିବା ପ୍ରାର୍ଥୀଙ୍କୁ ଫୋକସ କରାଯାଉଛି । କୋରାପୁଟରେ ଜୟରାମ ପାଙ୍ଗି ଓ ଗମାଙ୍ଗ ପରିବାରଙ୍କୁ ନିରାଶ କରାଯାଇନି । ଏଥିସହ ଟିକେଟ ପାଇଁ ଟଙ୍କା ମାଗିବା ଅଭିଯୋଗ ମିଛ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)