• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାପା ମାଆଙ୍କ ପାଇଁ ପିଲା ହିଁ ସବୁକିଛି ହୋଇଥାଆନ୍ତି । ପିଲାଙ୍କ ପାଇଁ ହିଁ ବାପା ମାଆ । ଆବଶ୍ୟକ ହେଲେ ପିଲାଙ୍କ ପାଇଁ ଦୁନିଆ ସହ ଲଢ଼ି ପାରନ୍ତି ବାପା ମାଆ । ତେବେ ସବୁ ବାପା ମାଆ ଯେ, ଏମିତି ଭାବନ୍ତି ତାହା ଭାବିବା ଭୁଲ । ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ପଢ଼ିଲେ ଆପଣଙ୍କର ଆଖି ତରାଟି ହୋଇ ରହିଯିବ ।

କାମ ପ୍ରେସରର ଦ୍ୱାହି ଦେଇ ଜଣେ ଦମ୍ପତି ମାତ୍ର ୩ ମାସର ଶିଶୁକୁ ଲାଳନପାଳନ କେନ୍ଦ୍ରକୁ ଟେକି ଦେଇଛନ୍ତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେବାକୁ ନିଜର ୩ ମାସର ଝିଅକୁ ଟେକି ଦେବା ଯେତିକି ଆଶ୍ଚର୍ଯ୍ୟକର, ସେତିକି ଘୃଣ୍ୟ ମଧ୍ୟ । ସୋସିଆଲ ମିଡିଆରେ ସେୟାର କରି ଜଣେ ବ୍ୟକ୍ତି ଲେଖିଛନ୍ତି, ମୁଁ ଏବଂ ମୋର ପତ୍ନୀ ଉଭୟ ୱାର୍କୋହୋଲିକ୍ । ଅର୍ଥାତ ଆମ ପାଇଁ କାମ ହିଁ ସବୁକିଛି । ଆମ ପାଖରେ ଛୁଆ ପାଳିବାକୁ ସମୟ ନାହିଁ।

କିନ୍ତୁ ଆମ ଝିଅ ଏଲିଜାବେଥ ଆମ ଜୀବନକୁ ଆସିବା ପରେ ମୋ ପତ୍ନୀ ଖୁବ ଦୁଃଖୀ ହୋଇଯାଇଛନ୍ତି । ଝିଅର ଜୀବନଶୈଳୀ ଆମ ଜୀବନଶୈଳୀ ସହ ମେଳ ଖାଉନି । ପତ୍ନୀ ମଧ୍ୟ ଝିଅ ସହ ଜଡ଼ିତ ନୁହଁନ୍ତି । କେବଳ ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ ସେ ଅନ୍ୟ କିଛି କରନ୍ତି ନାହିଁ ବୋଲି କହିଛନ୍ତି ।

କ୍ୟାଥଲିକଙ୍କର (ପତ୍ନୀ) ମାଆ ଆମ ପାଖେ ରୁହନ୍ତି । ସେ ହିଁ ଝିଅର ଦେଖାଶୁଣା କରନ୍ତି । ଏଣୁ ପ୍ରସବର ମାତ୍ର ଦୁଇ ସପ୍ତାହ ମଧ୍ୟରେ ହିଁ ପତ୍ନୀ ଅଫିସରେ କାମ ଆରମ୍ଭ କରି ଦେଇଥିଲେ । ଏଣୁ ଝିଅକୁ ପୋଷ୍ୟ ଭାବେ କିଏ ଗ୍ରହଣ କରିନେବ ତାହା ଚାହୁଁଛୁ । କିନ୍ତୁ ଏପରି ନିଷ୍ପତ୍ତି ପତ୍ନୀଙ୍କର ମାଆଙ୍କୁ ଭଲ ଲାଗିଲା ନାହିଁ । ଏଣୁ ସେ ହିଁ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ।

ମୁଁ ମୋ ଝିଅ ବିନା ବଞ୍ଚିପାରିବି, କିନ୍ତୁ ପତ୍ନୀଙ୍କ ବିନା ବଞ୍ଚିବା ମୋ ପକ୍ଷେ ଅସମ୍ଭବ । ମୋତେ କେହି ଭୁଲ ବୁଝିବା କଥା ନୁହେଁ । ଝିଅ ଆମ ଜୀବନଶୈଳୀ ସହ ଖାପ ଖୁଆଇ ପାରୁନଥିବାରୁ ଆମେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି । ଏହା ବ୍ୟକ୍ତି ଜଣକ ଲେଖିଛନ୍ତି ସେ ନିଜ ଝିଅକୁ ଭଲ ପାଆନ୍ତି, କିନ୍ତୁ ପତ୍ନୀଙ୍କୁ ଅଧିକା । ପତ୍ନୀଙ୍କ ବିନା ବଞ୍ଚିବା ଏକ ପ୍ରକାର ଅସମ୍ଭବ ବୋଲି ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ।

ଏହି ଘଟଣାଟି ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଏପରି ବାପା ମାଆଙ୍କୁ ସମସ୍ତେ ଧିକ୍କାର କରିଛନ୍ତି । ପିଲାଙ୍କୁ ପ୍ରାଧାନ୍ୟ ଦେବା ପିତାମାତାଙ୍କର ଦାୟିତ୍ୱ ଏହି ଦାୟିତ୍ୱରୁ ମୁହଁ ମୋଡ଼ିବା ଉଚିତ ନୁହେଁ ବୋଲି କହିଛନ୍ତି ।