• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯାତ୍ରୀଙ୍କୁ ଛାଡ଼ି ଜାହାଜ ଫେରାର୍ । ପ୍ରାୟ ୮ ଜଣ ଯାତ୍ରୀଙ୍କୁ ଛାଡ଼ି ଦେଇ ପଳାଇଛି ଜାହାଜ । ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ଜଣେ ହୃଦଘାତ ରୋଗୀ ମଧ୍ୟ ରହିଛନ୍ତି । ଆଠ ଜଣ ଜାହାଜ ଯାତ୍ରୀ ଏକ ଆଫ୍ରିକୀୟ ଦ୍ୱୀପରେ ଫସି ରହିଥିବା ସୂଚନା ।

ଦକ୍ଷିଣ କାରୋଲିନାର ଜଣେ ଦମ୍ପତି କହିଛନ୍ତି ଯେ, ଜାହାଜର କ୍ୟାପଟେନ ସେମାନଙ୍କୁ ନେବାକୁ ମନା କରିଦେଇଥିଲେ । ଫଳରେ ସେମାନେ ଅନ୍ୟ ଚାରି ଜଣ ଆମେରିକୀୟ ଓ ଦୁଇ ଜଣ ଅଷ୍ଟ୍ରେଲୀୟ ଯାତ୍ରୀଙ୍କ ସହ ସାଓ ଟୋମେ ଦ୍ୱୀପପୁଞ୍ଜରେ ଅଟକି ରହିଛନ୍ତି । ଏପରି ଖରାପ ଅନୁଭୂତି କେବେ ମଧ୍ୟ ନଥିଲା ବୋଲି ଯାତ୍ରୀମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ୨୭ ରେ ଉକ୍ତ ଯାତ୍ରୀମାନେ ଜାହାଜକୁ ଫେରିବାରେ ବିଳମ୍ବ କରିଥିଲେ । ସ୍ଥାନୀୟ ସମୟ ୩ ଟେରେ ଫେରିବାକୁ ଥିବା ବେଳେ ସେମାନେ ସଠିକ ସମୟରେ ଫେରିପାରିଲେ ନାହିଁ । ଫଳରେ ସେମାନଙ୍କୁ ଛାଡ଼ି ଜାହାଜ ପଳାଇଥିଲା । ସ୍ଥାନୀୟ ଏକ ରିପୋର୍ଟ ଅନୁସାରେ ଏପରି ଦୁଃଖଦ ଅନୁଭୂତି ପାଇଁ ଯାତ୍ରୀମାନେ ହିଁ ଦାୟୀ । ବାରମ୍ବାର କୁହାଯିବା ସତ୍ତ୍ୱେ ସେମାନେ ସଠିକ ସମୟରେ ଜାହାଜକୁ ଫେରି ପାରିଲେ ନାହିଁ ।

ଦକ୍ଷିଣ କାରୋଲିନା ଦମ୍ପତି କହିଛନ୍ତି ଯେ, ଦ୍ୱୀପରେ ସେମାନଙ୍କର କିଛି ସମସ୍ୟା ହୋଇଥିଲା । ଫଳରେ ସେମାନେ ଠିକ ସମୟରେ ଜାହାଜରେ ପହଞ୍ଚି ପାରିଲେ ନାହିଁ । ଆଉ ପହଞ୍ଚିବା ପରେ ଉକ୍ତ ଜାହାଜଟି ବନ୍ଦର ଛାଡ଼ି ଦେଇଥିଲା । ଫଳରେ ସ୍ଥାନୀୟ କିଛିଲୋକଙ୍କ ସହାୟତାରେ ସେମାନେ ଜାହାଜର ପିଛା କରିଥିଲେ । କିନ୍ତୁ ଜାହାଜର କ୍ୟାପଟେନ ତାଙ୍କୁ ନେବାକୁ ମନା କରିଦେଇଥିଲେ । ଫଳରେ ବର୍ତ୍ତମାନ ଦ୍ୱୀପରେ ସେମାନେ ଟଙ୍କା ଓ ମେଡିସିନ ବିନା ରହିଛନ୍ତି ।

ଜାହାଜ ଧରିବାକୁ ପ୍ରୟାସ କରି ସେମାନେ ପ୍ରାୟ ୬ଟି ଦେଶ ଦେଇ ପ୍ରାୟ ୧୫ଘଣ୍ଟା ଯାତ୍ରା କରିଥିଲେ । ଅନ୍ୟପଟେ ଏପରି ଯାତ୍ରା ଫଳରେ ହୃଦରୋଗୀ ଜଣକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ।