ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜଣେ ଆହତଙ୍କ କଟକ SCB ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।
ଆଜି ସନ୍ଧ୍ୟାରେ ବାଲିଆପାଳ ଓ ଜଳେଶ୍ୱର ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା।
ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।
ରାମ୍ପ୍ ୱାକ୍ କରୁଥିବା ବେଳେ ଲୁହା ଖୁଣ୍ଟ ଉପରେ ପଡ଼ିଯିବା ଯୋଗୁ ୨୪ ବର୍ଷୀୟା ମଡେଲ୍ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ରବିବାର ଦିନ ନୋଏଡାର ଫିଲ୍ମ ସିଟି ସ୍ଥିତ ଏକ ଷ୍ଟୁଡିଓରେ ଏହି ଅଘଟଣ ଘଟିଛି।
ବାହାନଗା ଟ୍ରେନ ଦୁର୍ଘଟଣାରେ ୨ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର ୨ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ଜଣେ ଷ୍ଟେସନ ମାଷ୍ଟର ଓ ଜଣେ ଟେକନିସିଆଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି । କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ଦୁଇ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ । ତେବେ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ଷ୍ଟେସନ ମାଷ୍ଟର ଓ ଟେକନିସିଆନଙ୍କୁ ଉଠାଇ ନେଇଥିବା ସୂଚନା । କୌଣସି ଏକ ଅଜ୍ଞାତ ସ୍ଥାନରେ ଚାଲିଛି ପଚରାଉଚରା।
ଗୁରୁତର ହେବାରୁ ମୃତ ଝିଅଟିର ଭାଇ ଓ ପଡ଼ୋଶୀ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ହେଲେ ଉଦ୍ଧାର କରିବାରେ ସମସ୍ତେ ବିଫଳ ହେବା ସହ ଗୁରୁତର ହୋଇଛନ୍ତି ।
ମେକ୍ଅପ୍ ନେବା ପାଇଁ ଯୁବକ ଜଣବ ବିବାହ ଦିନ ବିୟୁଟି ପାର୍ଲର ଯାଇଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ବିବାହ ପୂର୍ବରୁ ସବୁଦିନ ପାଇଁ ସେ ଦୁନିଆ ଛାଡ଼ି ଚାଲିଗଲେ।
ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି ।
ବାହାନଗା ରେଳ ଦୁର୍ଘଟଣା ପଛର ଖୋଜା ଚାଲିଛି କାରଣ । ସିବିଆଇର ୩ଟି ଟିମ୍ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ ସିଲ୍ କରି ରଖିଥିବାରୁ ବାହାନଗାରେ ବାତିଲ କରିଦିଆଯାଇଛି ଟ୍ରେନ ଷ୍ଟପେଜ୍ ।
ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।
ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।
‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ ।
ନିଖୋଜର ୪୦ ଦିନ ପରେ ଆମାଜନର ଘଞ୍ଚ ଜଙ୍ଗଲରୁ ୪ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମେ’ ୧ ତାରିଖରେ ବିମାନ ଦୁର୍ଘଟଣା ପରଠାରୁ ସେମାନେ ନିଖୋଜ ହୋଇଯାଇଥିଲେ।
ଚର୍ଚ୍ଚାରେ ବ୍ରହ୍ମପୁରର ବାହାନଗା ଦୁର୍ଗତଙ୍କ ଦେବଦୂତ । ଆମ୍ବୁଲାନସ ଧରି ରାଜୀବଙ୍କ ନିସ୍ୱାର୍ଥପର ସେବା । ଆହତଙ୍କୁ ହସପିଟାଲ ପଠାଇ ଦେଇଛନ୍ତି ନୂଆ ଜୀବନ
ଝିଆରୀକୁ ଦେଖିବାକୁ କଲିକତାରୁ କରମଣ୍ଡଳରେ ଆସୁଥିଲେ । ବାପା କହୁଥିଲେ ରଜରେ ଆସିବାକୁ...ମନ ମାନିଲାନି ଯେ ଜୁନ୍-୨ରେ ଆସିବାକୁ ନିଷ୍ପତ୍ତି ନେଲେ । ବାହାନଗାରେ ଛକିରହିଥିଲା ଯମ...ଘରେ ପହଞ୍ଚିବା ପୂର୍ବରୁ ନେଇଗଲା ପ୍ରାଣ
ପୁଣି ଅଘଟଣ। ଦୁର୍ଗରୁ ପୁରୀ ଆସୁଥିବା ଏକ୍ସପ୍ରେସରେ ନିଆଁ ଲାଗିଛି। ଟ୍ରେନର ବଗି ତଳେ ନିଆଁ ଦେଖାଯାଇଥିଲା। ନୂଆପଡ଼ାର ଖରିଆରରୋଡ ଷ୍ଟେସନରେ ନିଆଁ ଆୟତ୍ତ ହୋଇଛି। ସ୍ଥାନୀୟ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି। ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି। ଏସି ବଗିର ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟିଥିଲା।
ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି।
ଗୋଟିଏ ଗାଁ, ଗୋଟିଏ ସାହିର ଚାରି ସାଙ୍ଗ । ଏକାଠି ଖେଳନ୍ତି, ବୁଲନ୍ତି, ହାଟ ସଉଦା କରନ୍ତି, ପରସ୍ପର ଦୁଃଖସୁଖ ବାଣ୍ଟନ୍ତି । ଆଉ ପରିବାର ସୁଖ, ସୁବିଧା ପାଇଁ ସେଦିନ ବି ଚାରିହେଁ ଚେନ୍ନାଇକୁ ଦାଦନ ଖଟି ଯିବା ଉଦ୍ଦେଶ୍ୟରେ କରମଣ୍ଡଳ ଚଢ଼ିଥିଲେ । ହେଲେ ମାତ୍ର ଅଧଘଣ୍ଟାର ଟ୍ରେନ୍ ଯାତ୍ରାରେ ରେଳ ବଗି ଭଳି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ସମସ୍ତଙ୍କ ସ୍ୱପ୍ନ ।
କରମଣ୍ଡଳର କରାଳଛାୟାକୁ ଭୁଲି ହେଉନଥିବା ବେଳେ ଯାଜପୁରର ଟ୍ରେନ ଟ୍ରାଜେଡି ଦୋହଲାଇ ଦେଇଛି ସମସ୍ତଙ୍କୁ । ଛିଡ଼ା ହୋଇଥିବା ମାଲଗାଡ଼ିର ବଗି ମାଡ଼ିଯାଇ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶରୀରକୁ ଯେଭଳି ଖଣ୍ଡ ବିଖଣ୍ଡ କରି ମାରିଦେଲା, ଭାବିଲେ ଦେହ ଶୀତେଇ ଉଠୁଛି ।
ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ ।
ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର ।
ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ ।
ପୋଲ ଉପରେ ଯିବା ବେଳେ ନାବାଳକ ଜଣକ ଦୁଇ ପିଲର ମଧ୍ୟରେ ଖସିପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ।