Advertisment

୧୩୦ କି.ମି. ସ୍ପିଡ୍‌ରେ ଆସି ଟ୍ରକ୍‌ରେ ପିଟି ହେଲା କାର୍‌, ଚାଲିଗଲା ୭ ଜୀବନ...

ଫୁଲ୍‌ ସ୍ପିଡ୍‌ରେ ଆସି ଟ୍ରକ୍‌ରେ ପିଟି ହେଲା କାର୍‌। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Uttar Pradesh Truck Accident

7 dead after SUV rams into truck in uttarpradesh

ଫୁଲ୍‌ ସ୍ପିଡ୍‌ରେ ଆସି ଟ୍ରକ୍‌ରେ ପିଟି ହେଲା କାର୍‌। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାରେ ଗୁରୁବାର ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

Advertisment

ସୂଚନା ଅନୁସାରେ, ମୃତାହତମାନେ ଏସ୍‌ୟୁଭି କାର୍‌ରେ ବାବେରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ଯାଉଥିଲେ। ଏହି ସମୟରେ ଘଣ୍ଟାପ୍ରତି ପ୍ରାୟ ୧୩୦ କି.ମି. ସ୍ପିଡ୍‌ରେ ଯାତ୍ରା କରୁଥିବା କାର୍‌ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟ କାର୍‌ ଡ୍ରାଇଭର ମଧ୍ୟ ଅଛନ୍ତି। ନିୟନ୍ତ୍ରଣ ହରାଇବା ଫଳରେ ଟ୍ରକ୍‌ ସହ କାର୍‌ ଧକ୍କା ହୋଇଥିବା ଜଣାପଡ଼ିଛି। 

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସ୍‌ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Road Accident Accident
Advertisment
Advertisment