Advertisment

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ସାଂଘାତିକ ତଥ୍ୟ : ଦୁର୍ଘଟଣା ପାଇଁ ରିଲେ ରୁମ୍‌ ଷ୍ଟାଫ୍ ଦାୟୀ ?

ସିଗନାଲିଂ, ଟେଲି କମ୍ୟୁନିକେସନ ଓ ରିଲେରୁମରେ ତ୍ରୁଟି ଯୋଗୁ ହୋଇଛି ବାହାନଗା ଟ୍ରେନ ଦୁର୍ଘଟଣା । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରେ ତଥ୍ୟ ଥିବା ସୂଚନା ।

author-image
Prangyan Parimita
ଅଦ୍ୟତନ ହୋଇଛି
Train Mishap

Train Mishap

ରିଲେ ରୁମରେ ତ୍ରୁଟି ପାଇଁ ଘଟିଥିଲା ବାହାନଗା ଟ୍ରେନ୍ ଟ୍ରାଜେଡି !! ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁଏହା ଜଣା ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଶେଷ କରି ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏତେବଡ଼ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି ।

Advertisment

ତେବେ ସିବିଆଇ ତଦନ୍ତ ଚାଲିଥିବାରୁ କାଳେ ଏହା ତଦନ୍ତକୁ ପ୍ରଭାବିତ କରିବ, ସେଥିପାଇଁ ରେଲୱେ ପକ୍ଷରୁ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ।.. କେବଳ ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ସୂଚନା ମିଳିଛି । ଦୁର୍ଘଟଣା ପଛରେ ଯଦି କୌଣସି ଅନ୍ତର୍ଘାତୀ ଷଡ଼ଯନ୍ତ୍ର ହୋଇଥାଏ, ସିବିଆଇ ତଦନ୍ତରୁ ଏହା ସ୍ପଷ୍ଟ ହେବ ବୋଲି କମିଶନ ରିପୋର୍ଟରେ ଦର୍ଶାଯାଇଛି।...

ସେପଟେ ଟ୍ରେନ୍ ଟ୍ରାଜେଡି ଦୁର୍ଘଟଣା ଘଟଣାରେ ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ସମିତି ଅନୁମତି ଦେଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅର୍ଚ୍ଚନା ଯୋଶୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ତାଙ୍କୁ କର୍ଣ୍ଣାଟକର ୟେଲହଁକାରେ ରେଳ ଚକା କାରଖାନାର ଜେନେରାଲ ମ୍ୟାନେଜର କରାଯାଇଛି।..

Advertisment

ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଅନ୍ୟ ଟ୍ରାକରେ ଆସୁଥିବା ଯଶୱନ୍ତପୁର ହାୱଡ଼ା ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ। ...

Train Accident Train Mishap
Advertisment
Advertisment