Advertisment

ଟ୍ରକ୍‌ ନା ଯମ ! ଏକାଧିକ ଗାଡ଼ିକୁ ଚାପିଦେଲା, ୧୫ ଜଣଙ୍କ ଜୀବନ ନେଲା...

ପାଲସନର ଗାଁରୁ ଏହି ଟ୍ରକ୍‌ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Maharashtra Truck Accident Today

Truck Accident

ଯମ ପରି ମାଡ଼ି ଆସିଲା ଟ୍ରକ୍ । ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଚପାଇ ଚାଲିଲା । ଆଉ ଜୀବନ ପରେ ଜୀବନ ନେଇ ଚାଲିଲା । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୫ ଜଣଙ୍କ ଜୀବନ ନେଇଗଲା ସେହି ଯମ ରୁପି ଟ୍ରକ୍ । ଏହି ଦୁର୍ଘଟଣା ମହାରାଷ୍ଟ୍ର ଧୁଲେ ନିକଟ ମୁମ୍ବାଇ-ଆଗ୍ରା ହାଇୱେରେ ଘଟିଛି । ପାଲସନର ଗାଁରୁ ଏହି ଟ୍ରକ୍‌ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା । ଆଜି ସକାଳୁ ଅର୍ଥାତ୍ ମଙ୍ଗଳବାର ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । 

Advertisment

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଏଭଳି ପରିସ୍ଥିତି ଉପୁଜିଥିଲା । ଅନେକ ଦୁଇ ଚକିଆକୁ ଧକ୍କା ଦେବା ସହ ୪ ଚକିଆକୁ ମଧ୍ୟ ଟ୍ରକ୍‌ଟି ଧକ୍କା ଦେଇଛି । ଏମିତିକି ଅନେକ ଗାଡ଼ି ଟ୍ରକ୍‌ ଚକା ତଳେ ଚାପି ହୋଇଯାଇଛନ୍ତି । ଯାହାଫଳରେ ପ୍ରାୟ ୧୫ ଜଣଙ୍କ ଜୀବନ ଯାଇଛି । ଶେଷରେ ଟ୍ରକ୍‌ଟି ଓଲଟି ପଡ଼ିବା ସହ ଘୋଷାଡ଼ି ହୋଇ ଏକ ବସ୍‌ଷ୍ଟପ୍‌ରେ ଯାଇ ଧକ୍କା ହୋଇଥିଲା ।

Advertisment

Truck Accidents Road Accident
Advertisment
Advertisment