Advertisment

‘ଲୋକମାନେ ଜଳି ଯାଉଥିଲେ...ସାହାଯ୍ୟ ମାଗିଲୁ, ହେଲେ କେହିବି ଗାଡ଼ି ଅଟକାଇଲେ ନାହିଁ’

ହୁତୁହୁତୁ ହୋଇ ଜଳୁଥିଲା ବସ୍‌...ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲେ ଲୋକେ। ଅଥଚ ସେଇ ବାଟ ଦେଇ ଲୋକେ ଯାଉଥିଲେ, ହେଲେ କେହିବି ଗାଡ଼ି ଅଟକାଇ ସାହାଯ୍ୟ ପାଇଁ ଆଗକୁ ଆସୁ ନଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maharashtra Bus Accident

Maharashtra Bus Accident

ହୁତୁହୁତୁ ହୋଇ ଜଳୁଥିଲା ବସ୍‌...ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲେ ଲୋକେ। ଅଥଚ ସେଇ ବାଟ ଦେଇ ଲୋକେ ଯାଉଥିଲେ, ହେଲେ କେହିବି ଗାଡ଼ି ଅଟକାଇ ସାହାଯ୍ୟ ପାଇଁ ଆଗକୁ ଆସୁ ନଥିଲେ। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଧାନାରେ ହୋଇଥିବା ବସ୍‌ ଦୁର୍ଘଟଣାରେ ୨୫ ଜଣଙ୍କ ଜୀବନ ଚାଲି ଯାଇଛି। କିଛି ଲୋକ ବହୁତ କଷ୍ଟରେ ବସ୍‌ର ଝରକା କାଚ ଭାଙ୍ଗି ନିଜ ଜୀବନ ବଞ୍ଚାଇ ଦେଇଥିଲେ, ଆଉ କିଛି ଲୋକଙ୍କ ଜୀବନ ଅକାଳରେ ଚାଲି ଯାଇଥିଲା। 

Advertisment

ବସ୍‌ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ‘ମୁଁ ବିଦର୍ଭ ଟ୍ରାଭେଲ୍‌ର ବସ୍‌ରେ ଯାତ୍ରା କରୁଥିଲି। ଆମ ଗାଡ଼ି ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସ୍‌ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ର ଗୋଟିଏ ଟାୟାର ଫାଟିଯିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ମୁଁ ଓ ମୋ ପାଖରେ ବସିଥିବା ଜଣେ ଯାତ୍ରୀ ଗାଡ଼ିର କାଚ ଭାଙ୍ଗି ବାହାରକୁ ବାହାରିବାରେ ସଫଳ ହୋଇଥିଲୁ। ଆମେ ବାହାରକୁ ଆସିବା କ୍ଷଣି ଗାଡ଼ିରେ ବିସ୍ଫୋରଣ ହୋଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ୧୫ ମିନିଟ୍‌ ପରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।’

ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ‘୪ରୁ ୫ ଜଣ ଯାତ୍ରୀ ବସ୍‌ ଝରକାର କାଚ ଭାଙ୍ଗି ବାହାରକୁ ବାହାରିବାରେ ସଫଳ ହୋଇଥିଲେ। ହେଲେ ଅନ୍ୟମାନଙ୍କ ପାଇଁ ଏହା କାଠିକର ପାଠ ଥିଲା। ତେଣୁ ଗାଡ଼ି ଭିତରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆମେ ହାଇୱେ ଉପରକୁ ଆସି ଲୋକଙ୍କୁ ସାହାଯ୍ୟ ମାଗିଥିଲୁ। ହେଲେ କେହିବି ଗାଡ଼ି ଅଟକାଇ ନଥିଲେ।’

Advertisment

ସେ ଆହୁରି କହିଛନ୍ତି ‘ପିମ୍ପଲଖୁଟା ରାସ୍ତାରେ ପ୍ରାୟତଃ ଦୁର୍ଘଟଣା ଘଟିଥାଏ। ଲୋକଙ୍କୁ ସାହାଯ୍ୟ ପାଇଁ ଯେତେବେଳେ ଆମେ ଦୁର୍ଘଟଣାସ୍ଥଳରେ ପହଞ୍ଚିଲୁ, ସେଠାରେ ଭୟାନକ ଦୃଶ୍ୟ ଦେଖିଲୁ। ଗାଡ଼ି ଭିତରେ ଥିବା ଯାତ୍ରୀମାନେ ଝରକା କାଚ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି। ଆମେ ଲୋକଙ୍କୁ ଜୀଅନ୍ତା ଜଳୁଥିବା ଦେଖିଛୁ। ନିଆଁ ଏତେ ଜୋରରେ ହୁତୁହୁତୁ ହୋଇ ଜଳୁଥିଲା ଆମେ କିଛି କରିପାରିଲୁନି।’

ସେପଟେ ବସ୍‌ ମାଲିକ କହିଛନ୍ତି, ‘ଏହି ବସ୍‌ ଆମ ପରିବାରର। ୨୦୨୦ରେ ଆମେ ଏହାକୁ କିଣିଥିଲୁ। ବସ୍‌ ସମ୍ପୂର୍ଣ୍ଣ ଭାବେ ନୂଆ ଥିବାବେଳେ ଏହାର କାଗଜପତ୍ର ମଧ୍ୟ ଠିକ୍‌ ଅଛି। ଡ୍ରାଇଭର ମଧ୍ୟ ବହୁତ ଭଲ। ତେବେ ଡ୍ରାଇଭରଙ୍କ କହିବା ଅନୁସାରେ, ଟାୟାର ଫାଟିବା ଯୋଗୁ ବସ୍‌ ଡିଭାଇଡର ଉପରେ ଚଢ଼ି ଯାଇଥିଲା ଓ ଏହାପରେ ନିଆଁ ଲାଗି ଯାଇଥିଲା।’

Bus Accident Accident
Advertisment
Advertisment