Advertisment

ବାହାନଗା ଟ୍ରେନ ଦୁର୍ଘଟଣା : ସାର୍ବଜନୀନ ହେବନି ସିଆରଏସ ରିପୋର୍ଟ

ସିବିଆଇ ତଦନ୍ତକୁ ପ୍ରଭାବିତ ନ କରିବା ପାଇଁ ନିଷ୍ପତ୍ତି, ଏକ ଖବର ସରବରାହ ସଂସ୍ଥାକୁ ବରିଷ୍ଠ ଅଧିକାରୀଙ୍କ ସୂଚନା।

author-image
Prangyan Parimita
ଅଦ୍ୟତନ ହୋଇଛି
Indian Railways

Indian Railways

ବାହାନଗା ଟ୍ରେନ ଦୁର୍ଘଟଣାର ସିଆରଏସ(Commission of Railway Safety) ରିପୋର୍ଟକୁ ସାର୍ବଜନୀନ କରିବନି ଭାରତୀୟ ରେଳବାଇ। ସିବିଆଇ ତଦନ୍ତକୁ ପ୍ରଭାବିତ ନ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ଅଧିକାରୀ। ଖବର ସରବରାହ ସଂସ୍ଥା ପିଟିଆଇକୁ ଏମିତି ସୂଚନା ଦିଆଯାଇଛି । ତେବେ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

Advertisment

ସିଗନାଲ ଓ ଟେଲିକମ୍ ବିଭାଗ ଏବଂ ପରିବହନ ବିଭାଗ ଡ୍ୟୁଟିରେ ଥିବା ଅଧିକାରୀଙ୍କ ‘ମାନବୀୟ ତ୍ରୁଟି’ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଳ ସୁରକ୍ଷା ଆୟୋଗ ବା ସିଆରଏସ୍ ତାଙ୍କ ରିପୋର୍ଟରେ ଦର୍ଶାଇଥିବା କୁହାଯାଉଛି । ଟ୍ରେନ୍ ଚଳାଚଳ ପାଇଁ ଧାର୍ଯ୍ୟ କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ପାଳନ କରିବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି।

ସିଆରଏସ୍ ରିପୋର୍ଟ ଉପରେ ଆମେ କୌଣସି ପ୍ରକାର ଖୁଲାସା କରିବୁ ନାହିଁ। କାରଣ ଏହି ରିପୋର୍ଟ ଯେପରି କୌଣସି ପ୍ରକାରେ ଦ୍ୱିତୀୟ ତଦନ୍ତକୁ ପ୍ରଭାବିତ ନକରେ, ସେଥିପାଇଁ ସିବିଆଇର ନିରପେକ୍ଷ ତଦନ୍ତ ଜାରି ରହିଛି।...

Advertisment

ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଆର ଟ୍ରାକରେ ଆସୁଥିବା ଯଶୱନ୍ତପୁର ହାୱଡ଼ା ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ। ...

Train Accident CBI Train Mishap
Advertisment
Advertisment