• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୟଙ୍କର ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଦ୍ରୁତଗାମୀ କାର । କିଏ କିଛି ବୁଝିବା ଆଗରୁ ସବୁ କିଛି ଛିନଛତ୍ର । ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ । କାର୍‌ ଧକ୍କାରେ ଅଟୋ ଛିନ୍‌ଛତ୍ର ହୋଇଯାଇଥିବା ବେଳେ କାର୍ ଅବସ୍ଥା ବି ଶୋଚନୀୟ । ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ନୌ ଖେରଗଡ଼ ପୋଲିସ ଥାନା ଅଧିନରେ । ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ଥାନୀୟ ଡିସିପି ସୋନମ କୁମାରଙ୍କ କହିବା ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪ ଜଣଙ୍କ ଜୀବନ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଯାଇଛି । ମୃତକମାନେ ହେଲେ ଜୟପ୍ରକାଶ, ସୁମିତ, ବ୍ରଜେଶ ଦେବୀ, ବ୍ରଜମୋହନ ଶର୍ମା, ମନୋଜ ଶର୍ମା ଏବଂ ଅଟୋ ରିକ୍ସା ଡ୍ରାଭର ଭୋଳା ।

ଖେରଗଡ଼ ପୋଲିସ ଥାନା ଇନ୍‌ଚାର୍ଜ ରାଜୀବ କୁମାର କହିଛନ୍ତି ଯେ କାର ଚଳାଉଥିବା ବ୍ୟକ୍ତି ଏବେ ଫେରାର ଥିବା ବେଳେ ତାର ଦୁଇ ଜଣ ସାଙ୍ଗ ପିଙ୍କୁ ଏବଂ ବନିଆଙ୍କୁ ପୋଲିସ ଗିରଫ କରିଛି ।

ରାଜୀବ କୁମାର ଆହୁରି ସୂଚନା ଦେଇ କହିଛନ୍ତି, କାର ଚଳାଉଥିବା ବଣ୍ଟି ଅତ୍ୟଧିକ ମଦ୍ୟପାନ କରିଥିବା ଅନୁମାନ କରାଯାଉଛି । ସେ ନିଶାରେ ଥାଇ ଗାଡ଼ି ଚଳାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।