/odishatv-khabar/media/post_attachments/uploadimage/library/16_9/16_9_0/accident_1688186867.jpg)
accident
ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବାଇପାସ ରାସ୍ତାରେ OSRTC ବସ୍ ଦୁର୍ଘଟଣା । ଏଥିରେ ୮ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଡ୍ରାଇଭରଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଅନ୍ୟ ଆହତଙ୍କୁ ଜମନକରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Advertisment
ସୂଚନା ଅନୁୟାୟୀ ପୂର୍ବରୁ ରାସ୍ତାରେ ଛିଡାଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବସ । ବସରେ ପ୍ରାୟ ୨୦ରୁ ୨୫ଜଣ ଯାତ୍ରୀ ଥିଲେ । ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଡ୍ରାଇଭର ବହୁ ସମୟ ଧରି ଚାପି ହୋଇ ରହିଲେ ।
ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି । ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ୍ । ଏହାସହ ଅନ୍ୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବସ୍ର ବ୍ୟବସ୍ଥା ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)