• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଆଁର ଆଁରେ ଚାଲିଗଲା ଜୀବନ । ଉତ୍ତରପ୍ରଦେଶର ଝାନ୍ସୀ (Jhansi) ସ୍ଥିତ ସିପରି ବଜାରରେ (Sipri Bazar) ସୋମବାର ଦିନ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ସିପରି ବଜାରର ଏକ ଇଲେକ୍ଟ୍ରୋନିକ ସୋ' ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଆଖପାଖ ଦୋକାନକୁ ମଧ୍ୟ ନିଆଁ ବ୍ୟାପି ଯାଇଛି । ଖବର ପାଇବା ପରେ ୮୦ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି ।

ଜିଲ୍ଲା ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର କହିଛନ୍ତି, "ଏହା ଏକ ଦୁଃଖଦ ଘଟଣା । ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ ପାଇଁ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।" ଏଥି ସହିତ ଏସଏସପି ରାଜେଶ କହିଛନ୍ତି, ସିପରି ବଜାରରେ ଅଚାନକ୍‌ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ, ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମ କ୍ରମେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଏସଏସପି ଆହୁରି କହିଛନ୍ତି, ପ୍ରଥମେ ୭ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେଥିମଧ୍ୟରୁ ଜଣେ ମହିଳା ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟ ହୋଇଛି । ସୋ' ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଛି ।

‘ବର୍ତ୍ତମାନ ଆମେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ । ନିଆଁ ଲାଗିଥିବା ଦୋକାନ ଗୁଡ଼ିକ ପୁଣି ଥରେ ଯାଞ୍ଚ କରିବାକୁ ପଡିବ । ଯେଉଁଠାରେ ସନ୍ଦେହ ଅଛି, ସେଗୁଡ଼ିକର ପୁନର୍ବାର ଯାଞ୍ଚ କରାଯିବ ।’